ETV Bharat / state

ମହାମାରୀ ମୁକାବିଲାରେ ପାସ୍ , ଡେଙ୍ଗୁ ନିୟନ୍ତ୍ରଣରେ ଫେଲ୍ ରାୟଗଡା - ଡେଙ୍ଗୁ ନିୟନ୍ତ୍ରଣରେ ଫେଲ୍ ରାୟଗଡା

କୋରୋନା କବଳରୁ ମୁକ୍ତି ପାଇ ଚାମ୍ପିୟନ ହୋଇଥିବା ରାୟଗଡା ଜିଲ୍ଲା ଏବେ ଡେଙ୍ଗୁ ପାଇଁ ରେଡ୍ ‌ଜୋନରେ। ମହାମାରୀ ସମୟରେ ମଶାଙ୍କୁ ନେଇ ଏକ ଭୟର ବାତାରଣ ଭିତରେ ରାୟଗଡାବାସୀ। ପ୍ରଥମ ଥର ନୁହେଁ ଗତ 3ବର୍ଷ ମଧ୍ୟରେ ଏହି ଜ୍ବରରେ 193 ଜଣ ଆକ୍ରାନ୍ତ ହେବା ସହ ଏଠାରେ 11 ଜଣଙ୍କ ମୁଣ୍ଡ ଗଡିଛି। କୋରୋନା ପାଇଁ ସତର୍କ ରହିଥିବା ପ୍ରଶାସନ ଡେଙ୍ଗୁ ନିୟନ୍ତ୍ରଣରେ ଏକପ୍ରକାର ଫେଲ ମାରିଛି। ଯାହା ସ୍ବାସ୍ଥ୍ୟ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ମହାମାରୀ ମୁକାବିଲାରେ ପାସ୍ , ଡେଙ୍ଗୁ ନିୟନ୍ତ୍ରଣରେ ଫେଲ୍ ରାୟଗଡା

author img

By

Published : Jun 1, 2020, 4:29 PM IST

ରାୟଗଡା: ମହାମାରୀରେ ମଶାଙ୍କ ପାଦ୍ରୁଭାବ। ବିସ୍ଫୋରକ ପରିସ୍ଥିତି ଯୋଗୁଁ ସଙ୍ଗୀନ ହେଉଛି ରାୟଗଡା। କୋଭିଡ୍ ମୁକାବିଲାରେ ଗ୍ରିନ ଜୋନରେ ରହିଥିବା ବେଳେ ଡେଙ୍ଗୁ ପାଇଁ ରେଡ୍ ଜୋନରେ ଏହି ଜିଲ୍ଲା। ଏହା ପ୍ରଥମ ଥର ନୁହେଁ ଗତ 3ବର୍ଷ ମଧ୍ୟରେ ଡେଙ୍ଗୁରେ 193 ଜଣ ଆକ୍ରାନ୍ତ ହେବା ସହ 11 ଜଣଙ୍କ ମୁଣ୍ଡ ଗଡିଛି। ଜିଲ୍ଲାରେ ଡେଙ୍ଗୁକାୟା ମେଲାଇ ଚାଲିଥିବା ବେଳେ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ସ୍ବାସ୍ଥ୍ୟ ବିଭାଗ।

ଚଳିତ ବର୍ଷ ଡେଙ୍ଗୁ ହଟ୍ ସ୍ପଷ୍ଟରେ ରହିଛି ମୁନିଗୁଡ଼ା ବ୍ଲକର ଟିକରପଡ଼ା ଗ୍ରାମ। କେବଳ ଏହି ଗୋଟିଏ ଗ୍ରାମରେ ୫୧ ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗ, ଜିଲ୍ଲା ପ୍ରଶାସନର ହୋସ୍ଉଡ଼ି ଯାଇଛି। ପ୍ରଥମେ ଡେଙ୍ଗୁ ଅଭିଯୋଗକୁ ଖଣ୍ଡନ କରୁଥିବା ସ୍ବାସ୍ଥ୍ୟ ବିଭାଗ ପରିସ୍ଥିତି ଅଣାୟତ୍ତ ହେବା ପରେ ମାନିବା ସହ ମୁକାବିଲା ଲାଗି ଅଣ୍ଟା ଭିଡ଼ିଛି। ୟା, ଭିତରେ ଡେଙ୍ଗୁ ଟିକରପଡ଼ା ପରେ ବିଷମକଟକ, ରାୟଗଡ଼ା ବ୍ଲକ୍ ଓ ସହରକୁ ଡେଇଁଛି।

ମହାମାରୀ ମୁକାବିଲାରେ ପାସ୍ , ଡେଙ୍ଗୁ ନିୟନ୍ତ୍ରଣରେ ଫେଲ୍ ରାୟଗଡା

ରାୟଗଡ଼ା ସହରର ୭ ଜଣଙ୍କ ସମେତ ବ୍ଲକର ଜଣେ ଏବଂ ବିଷମକଟକ ବ୍ଲକର ୨ ଜଣଙ୍କୁ କବଳିତ କରିଛି ଡେଙ୍ଗୁ। ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଗତ ୨ ମାସରେ ଟିକରପଡ଼ା ଗ୍ରାମରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଡେଙ୍ଗୁ ପାଇଁ ଏହି ଲୋକଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ଲକ୍ଷ୍ମୀ ନାରାୟଣ ପୃଷ୍ଟୀ ଏନକେ ସୂଚନା

ପ୍ରଥମ ପର୍ଯ୍ୟାୟରେ ଟିକରପଡ଼ାରୁ ସଂଗ୍ରହ ହୋଇଥିବା ୮୭ ନମୁନାରୁ ୪୨ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୪୫ ନମୁନାରୁ ୯ ରିପୋର୍ଟ ପଜିଟିଭ୍ ଥିବା ଜଣାପଡ଼ିଛି। ଏପରି ଭାବେ ଟିକରପଡ଼ାରେ ହିଁ ସର୍ବାଧିକ ୫୧ ଡେଙ୍ଗୁ ପଜିଟିଭ୍ ରହିଛନ୍ତି। ସେହିପରି ଜିଲ୍ଲାର ବିଷମକଟକ, ରାୟଗଡ଼ା ବ୍ଲକ୍ ଓ ପୌରାଞ୍ଚଳରେ ଅନ୍ୟ ୧୦ ପଜିଟିଭ୍ ଅଛନ୍ତି। ଗତ ଜାନୁଆରୀ ଠାରୁ ଜିଲ୍ଲାରେ 274 ଜଣଙ୍କ ରକ୍ତ ନମୁନା ପରୀକ୍ଷା ପରେ ସେଥିମଧ୍ୟରୁ 71 ଜଣଙ୍କ ରକ୍ତ ନମୁନାରେ ଡେଙ୍ଗୁ ପଜେଟିଭ ଚିହ୍ନଟ ହୋଇଛି ।

୨୦୧୮ ମସିହାରେ ଜିଲ୍ଲାରେ ୮୭ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ୨୦୧୯ ମସିହାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିଲା। ରାୟଗଡ଼ା ବ୍ଲକ୍ ସୁଲଭା ଗ୍ରାମର ଜଣେ ବ୍ୟକ୍ତି । ସେହିଭଳି ସେତେବେଳେ ଜେକେପୁର,ବୀରନାରାୟଣପୁରରେ ଡେଙ୍ଗୁ ବ୍ୟାପିବା ପରେ ଜିଲ୍ଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଆକ୍ସନ୍ ମୁଡକୁ ଆସିଥିଲା। ସ୍ବାସ୍ଥ୍ୟ ବିଭାଗସରକାରୀ ସ୍ତରରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଯାହା ଦେଖାଉଛି, ବେସରକାରୀ ଭାବେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦ୍ବିଗୁଣ ବୋଲି ଅଭିଯୋଗ ଆସିଛି।

୨୦୧୯ ଅକ୍ଟୋବର ମାସରେ ରାୟଗଡ଼ା ଇନ୍ଦିରା ନଗର ୫ମ ଲାଇନର ଜଣେ ବ୍ୟକ୍ତି ଡେଙ୍ଗୁ ଚିହ୍ନଟ ହେବା ପରେ ଚିକିତ୍ସା ପାଇଁ ବିଶାଖାପାଟଣାର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। କେବଳ ସେହି ମାସରେ ଜିଲ୍ଲାର ୨୬ ଜଣ ବ୍ୟକ୍ତି ବିଶାଖାପାଟଣାରେ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି। ଯାହାକୁ ସ୍ବାସ୍ଥ୍ୟ ବିଭାଗ ଲୁଚାଇବା ସହ ଜିଲ୍ଲାରେ ଡେଙ୍ଗୁ ବ୍ୟାପିବାର ରାସ୍ତା ଖୋଲିଥିଲା।

୨୦୨୦ ରେ ପୁଣି ଜିଲ୍ଲାକୁ ଡେଙ୍ଗୁ ଲେଉଟିବା ପରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ସବୁ ବର୍ଷର ରେକର୍ଡକୁ ଅତିକ୍ରମ କରି ଆକ୍ରାନ୍ତଙ୍କ ସଂଖ୍ୟା ବର୍ତମାନ 7୧ରେ ପହଞ୍ଚିଥିବା ବେଳେ ଟିକରପଡ଼ାରେ ଗତ ଦୁଇ ମାସ ମଧ୍ୟରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି! ଭୟାବହ କରୋନା ମୁକାବିଲାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସଫଳ ହୋଇଥିବା ବେଳେ ଡେଙ୍ଗୁ ନିୟନ୍ତ୍ରଣରେ କାହିଁକି ବିଫଳ ତାହା ସମୀକ୍ଷା କରିବାର ସମୟ ଆସିଛି। ନଚେତ୍ ଆଗାମୀ ଦିନରେ ଡେଙ୍ଗୁରେ କେତେ ଯେ ମୁଣ୍ଡ ଗଡ଼ିବ ତାହା କହି ହେବ ନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.