ETV Bharat / state

ରାୟଗଡାରେ ନିର୍ବାଚନ ପ୍ରସ୍ତୁତି ଜୋରଦାର, ରାଜନୈତିକ ଦଳମାନଙ୍କ ସହିତ ପର୍ଯ୍ୟବେକ୍ଷକ ବୈଠକ - ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ 2022

ଆସନ୍ତା ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜନୈତିକ ଦଳମାନଙ୍କ ସହିତ ପର୍ଯ୍ୟବେକ୍ଷକ ବୈଠକ । ଅଧିକ ପଢନ୍ତୁ

ରାୟଗଡାରେ ନିର୍ବାଚନ ପ୍ରସ୍ତୁତି ଜୋରଦାର,ରାଜନୈତିକ ଦଳମାନଙ୍କ ସହିତ ପର୍ଯ୍ୟବେକ୍ଷକ ବୈଠକ

author img

By

Published : Jan 27, 2022, 7:36 PM IST

ରାୟଗଡା : ଆସନ୍ତା ମାସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ରାୟଗଡାରେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବରେ ସମ୍ପାଦନ କରିବା ନିମନ୍ତେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ନିର୍ବାଚନ ପର୍ଯ୍ୟବେକ୍ଷକ ବୈଠକ କରିଛନ୍ତି । ମୁଖ୍ୟ ପର୍ଯ୍ୟବେକ୍ଷକ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ମନୋରଞ୍ଜନ ମହାପାତ୍ର, ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଏହି ବୈଠକରେ ଯୋଗ ଦେଇଥିଲେ ।

ରାୟଗଡାରେ ନିର୍ବାଚନ ପ୍ରସ୍ତୁତି ଜୋରଦାର,ରାଜନୈତିକ ଦଳମାନଙ୍କ ସହିତ ପର୍ଯ୍ୟବେକ୍ଷକ ବୈଠକ

ନିର୍ବାଚନ ଆଚରଣ ବିଧି ପାଳନ ସହ କୋଭିଡ ନିୟମରେ କିଭଳି ନିର୍ବାଚନ କରାଯିବ ସେ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ନିର୍ବାଚନ ଆଚରଣ ବିଧିକୁ କଡାକଡି ଭାବରେ ପାଳନ କରି ଚଳିତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବରେ କରିବା ପାଇଁ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଅନୁରୋଧ କରାଯାଇଥିଲା ।

କୌଣସି ପ୍ରାର୍ଥୀ ଜାତି, ଧର୍ମ ଓ ସମ୍ପ୍ରଦାୟ ବିରୋଧରେ ପ୍ରଚାର କରିପାରିବେ ନାହିଁ କି କୌଣସି ଭୋଟଦାତାଙ୍କୁ ଧମକ ଚମକ ଦେଇ ପ୍ରଭାବିତ କରିପାରିବେ ନାହିଁ । କୌଣସି ସରକାରୀ ଗୃହ, ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନକୁ ଭୋଟ ପ୍ରଚାର କାର୍ଯ୍ୟରେ ବ୍ୟବହାର କରିପାରିବେ ନାହିଁ । ଏହି ନିର୍ବାଚନ ସମୟରେ ପଦଯାତ୍ରା, ମୋଟର ସାଇକେଲ ରାଲି ଏବଂ ବିଜୟ ଶୋଭାଯାତ୍ରା ବାରଣ କରାଯାଛି ।

ଏହାବି ପଢନ୍ତୁ :ନିଲାମ ନାକଚ: ବିଲେଇସର୍ଡା ପଞ୍ଚାୟତ ସରପଞ୍ଚ ପଦ ପାଇଁ ହେବ ନିର୍ବାଚନ

ପ୍ରାର୍ଥୀ କେବଳ ସିମିତ ବ୍ୟକ୍ତି ମାନଙ୍କୁ ନେଇ ପ୍ରଚାର କରିବେ । କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରି ଭୋଟ ପ୍ରଚାର କରିବେ ବୋଲି କୁହାଯାଇଛି । ମାସ୍କ ବ୍ୟବହାର, ସାନିଟାଇଜର ଏବଂ ସାମାଜିକ ଦୂରତା ଅବଲମ୍ୱନ କରିବେ ବୋଲି ବୈଠକରେ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଅବଗତ କରାଯାଇଛି । ନିର୍ବାଚନ ପାଇଁ ପ୍ରାର୍ଥୀ ମାନଙ୍କର ଖର୍ଚ୍ଚ ସୀମାକୁ ପର୍ଯ୍ୟବେକ୍ଷକ ଉପସ୍ଥାପନା କରିଥିଲେ ।

ତଦନୁଯାୟୀ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଞ୍ଚ ଲକ୍ଷ ଟଙ୍କା, ସମିତି ସଭ୍ୟ ପ୍ରାର୍ଥୀ ଏବଂ ସରପଞ୍ଚ ପ୍ରାର୍ଥୀ ସର୍ବୋଚ୍ଚ ଦୁଇ ଲକ୍ଷ ଟଙ୍କା ଲେଖାଏଁ ନିର୍ବାଚନ ଖର୍ଚ୍ଚ କରି ପାରିବେ । ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ, ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ସମେତ ତିନି ପ୍ରମୁଖ ଦଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ରାୟଗଡାରୁ ରଞ୍ଜନ ରଥ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.