ରାୟଗଡ଼ା: ସରିଲା ବର୍ଷକର ବହୁ ପ୍ରତିଖିତ ଲୋକ ମହୋତ୍ସବ ଚଇତି, ତାସାଙ୍ଗକୁ ପଲ୍ଲିଶ୍ରୀ ମେଳାରେ ପଡ଼ିଛି ଜବନିକା । କନ୍ଧମାଳର ହଳଦୀ ଠାରୁ ଆରମ୍ଭକରି ଗୁପ୍ତେଶ୍ବରର ପାଳୁଅ ଏପରିକି ରାଜସ୍ଥାନର ଗାଲିଚା ଭଳି ଅନେକ ପସରା ଖୋଲିଥିଲା ଏହି ପଲ୍ଲିଶ୍ରୀ ମେଳାରେ ।
ଚଇତିରେ ବ୍ୟବସାୟୀଙ୍କ ବେପାର ଜମିଛି । ପଲ୍ଲିଶ୍ରୀ ମେଳାରେ ବ୍ୟବସାୟ ୫ କୋଟି ଟଙ୍କା ଛୁଇଁଛି । ସ୍ବୟଂସହାୟତା ମହିଳା ଗ୍ରୁପ ପକ୍ଷରୁ ଲଗାଯାଇଥିବା ଷ୍ଟଲରେ ପାଞ୍ଚ ଦିନ ମଧ୍ୟରେ ସର୍ବଧିକ ୨ କୋଟି ଟଙ୍କା ବ୍ୟବସାୟ ହୋଇଥିବାବେଳେ ଅନ୍ୟପଟେ ଜିଲା ପ୍ରଶାସନ ମିଶନ ଶକ୍ତି ତରଫରୁ ଚଇତି ପଡିଆରେ କରାଯାଇଥିବା ଷ୍ଟଲରେ ମୋଟ ୩୫ ଲକ୍ଷ ଟଙ୍କାର ବେପାର ହୋଇଛି । ସେହିପରି ଫାଷ୍ଟଫୁଟ ଜନିତ ଖାଦ୍ୟ ସାମଗ୍ରୀ, କୃଷିଜାତ ଦ୍ରବ୍ୟ ସମେତ ଅନ୍ୟାନ୍ୟ ଷ୍ଟଲ ଗୁଡିକରୁ ମୋଟ ୨କୋଟି ବ୍ୟବସାୟ ହୋଇଥିବା ସୂଚନା ମିଳିଛି ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ