ETV Bharat / state

ଗୁଣପୁରରେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ପାଇଁ ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ଦାବି

author img

By

Published : May 18, 2021, 10:43 PM IST

ଗୁଣପୁରରେ କୋରୋନା ସଂକ୍ରମିତଙ୍କୁ ଠିକ୍ ସମୟରେ ଚିକିତ୍ସା ସେବା ମିଳି ପାରୁନାହିଁ । ଏହି ଅଞ୍ଚଳରେ ସ୍ବତନ୍ତ୍ର ହସ୍ପିଟାଲ କାର୍ଯ୍ୟକାରୀ ଦାବି ହୋଇ ଆସୁଥିବାବେଳେ ଆଜି ଅଞ୍ଚଳବାସୀଙ୍କ ସହ ସ୍ବର ମିଳାଇଛନ୍ତି ପଦ୍ମଶ୍ରୀ ଶାନ୍ତି ଦେବୀ । ଅଧିକ ପଢ଼ନ୍ତୁ...

ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ଗୁଣପୁରରେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ଦାବି

ରାୟଗଡ଼ା: ଜୋର ଧରିବାରେ ଲାଗିଛି ଗୁଣପୁରରେ ସରକାରୀ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ଦାବି । କୋରୋନା ସଂକ୍ରମଣ ବୃଦ୍ଧି ପରେ ଗୁଣପୁରରେ ସଂକ୍ରମିତଙ୍କୁ ଠିକ ସମୟରେ ଚିକିତ୍ସା ସେବା ମିଳି ପାରୁନାହିଁ । ଏହି ଅଞ୍ଚଳରେ ସ୍ବତନ୍ତ୍ର ହସ୍ପିଟାଲ କାର୍ଯ୍ୟକାରୀ ଦାବି ହୋଇ ଆସୁଥିବାବେଳେ ଆଜି ଅଞ୍ଚଳବାସୀଙ୍କ ସହ ସ୍ବର ମିଳାଇଛନ୍ତି ପଦ୍ମଶ୍ରୀ ଶାନ୍ତି ଦେବୀ । ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଶାନ୍ତି ଦେବୀ ଦାବି କରିଛନ୍ତି ।

ପ୍ରତିଦିନ ଗୁଣପୁର ଉପଖଣ୍ଡରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ସମାନ ଭାବରେ କୋଭିଡ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଛନକା ପଶିଛି । ପ୍ରଶାସନ ପକ୍ଷରୁ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଗୁଣପୁର ଆଦର୍ଶ ବିଦ୍ୟାଳୟରେ କୋଭିଡ କେୟାର ସେଣ୍ଟର୍ ଖୋଲାଯାଇଛି। ତେବେ ଏହି କୋଭିଡ କେୟାର ସେଣ୍ଟରରେ ଗୁରୁତର ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନାହିଁ ।

ଫଳରେ ଗୁରୁତର କୋରୋନା ସଂକ୍ରମିତଙ୍କୁ ୭୦ କିମି ଦୂର ରାୟଗଡ଼ା ଜେକେପୁର କୋଭିଡ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର ରହିବାକୁ ପଡ଼ୁଛି । ଖାଲି ସେତିକି ନୁହେଁ ବିଭିନ୍ନ ସମୟରେ ଆମ୍ବୁଲାନ୍ସ ବ୍ୟବସ୍ଥାରେ ମଧ୍ୟ ସମସ୍ୟା ଦେଖା ଦେଇଛି । ଯାହାଫଳରେ ଗୁରୁତର ଆକ୍ରାନ୍ତ ରୋଗୀଙ୍କୁ ମେଡ଼ିକାଲ ସ୍ଥାନାନ୍ତର କରିବା ସମୟରେ ବିଳମ୍ବ ମଧ୍ୟ ହେଉଛି। ଏଥିଯୋଗୁଁ କିଛି ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି।

କୋରୋନାର ଦ୍ବିତୀୟ ଲହରୀରେ ଗୁଣପୁର ଅଞ୍ଚଳରୁ ୧୫ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ପ୍ରାଣହାନୀ ହୋଇଛି । ଏହି ଅଞ୍ଚଳରେ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ହେଲେ ଗୁଣପୁର, ପଦ୍ମପୁର, ଗୁଡାରି, ରାମନାଗୁଡା ବ୍ଲକବାସୀ ଉପକୃତ ହୋଇପାରନ୍ତେ ବୋଲି ପଦ୍ମଶ୍ରୀ ଶାନ୍ତି ଦେବୀ କହିଛନ୍ତି।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.