ETV Bharat / state

'ନୂଆ-ଓ' କାର୍ଯ୍ୟକ୍ରମରେ ଅଘଟଣ ନେଇ ବିରୋଧୀଙ୍କ ହଙ୍ଗାମା, ଦୋଷୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ଦାବି

author img

By ETV Bharat Odisha Team

Published : Jan 12, 2024, 7:15 AM IST

Nua-O mishap in Rayagada : 'ନୂଆ-ଓ' କାର୍ଯ୍ୟକ୍ରମରେ ଘଟିଥିବା ଅଘଟଣକୁ ନେଇ ରାୟଗଡାରେ ରାଜନୀତି ସରଗରମ । ବିରୋଧୀ ଦଳଙ୍କ ଦୋଷୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ଦାବି ସହ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ । ଅଧିକ ପଢନ୍ତୁ

'ନୂଆ-ଓ' କାର୍ଯ୍ୟକ୍ରମରେ ଅଘଟଣକୁ ନେଇ ବିରୋଧୀଙ୍କ ହଙ୍ଗାମା, ଦୋଷୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ଦାବି

ରାୟଗଡ଼ା : 'ନୂଆ-ଓ' ତଥା ଯୁବ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମରେ ଘଟିଥିବା ଅଘଟଣକୁ ନେଇ ରାୟଗଡାରେ ରାଜନୀତି ସରଗରମ ହୋଇଛି । ନୂଆ-ଓ ଯୁବ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅଘଟଣ ଘଟି ଦୁଇ ଛାତ୍ରୀ ଗୁରୁତର ହେବାକୁ ନେଇ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ନିନ୍ଦା ପ୍ରକାଶ କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନର ଦାୟିତ୍ବହୀନ କାର୍ଯ୍ୟ କୁ ନିନ୍ଦା କରିବା ସହ ଯେଉଁ ଅଧିକାରୀ ମାନେ କାର୍ଯ୍ୟକ୍ରମ ଦାୟିତ୍ବରେ ଥିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କଂଗ୍ରେସ ଦାବି କରିବା ସହ ଏସପିଙ୍କ ନିକଟରେ ଏଫଆଇଆର ଦେଇଛି ଜିଲ୍ଲା କଂଗ୍ରେସ କମିଟି ।

ଅନ୍ୟ ପଟେ ଏହି ଘଟଣା କୁ ନେଇ ଆଜି ଜିଲ୍ଲା ମହିଳା ବିଜେପି ମୋର୍ଚା ମଧ୍ୟ ରାୟଗଡା ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛି । ଦୋଷୀ ଅଧିକାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଅଧିକାରୀ ମାନେ ଗଣମାଧ୍ୟମ ଆଗରେ କ୍ଷମା ମାଗନ୍ତୁ ବୋଲି ଦଳ ଦାବି କରିଛି । ପ୍ରକାଶ ଥାଉ କି ଗତକାଲି ନୂଆ ଓ ଯୁବ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମ ରେ ଖାଦ୍ୟ ପାଇଁ ଠେଲାପେଲା ବେଳେ ଜଣେ ଛାତ୍ରୀ ଦୀପାଞ୍ଜଳି ନାୟକଙ୍କ ଗୋଡ଼ରେ ଗରମ ତେଲ ପଡି ଯିବାରୁ ଛାତ୍ରୀ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା ବେଳେ ଠେଲା ପେଲାରେ ଆଉଜଣେ ଛାତ୍ରୀ ମେନେକା ଶବର ଅଚେତ ହୋଇଯିବାରୁ ତାଙ୍କୁ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ଅବସ୍ଥା ଭଲ ରହିଛି ।

ଏହା ମଧ୍ୟ ପଢନ୍ତୁ ... ନୂଆ-ଓ କାର୍ଯ୍ୟକ୍ରମରେ ଅଘଟଣ, ଗରମ ତେଲ ପଡି ଛାତ୍ରୀ ଗୁରୁତର

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ବିଭିନ୍ନ ସ୍କୁଲ, କଲେଜର ପାଖାପାଖି ୧୫ ହଜାରରୁ ଉର୍ଧ୍ଵ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ତେବେ ଆହତ ଦୁଇ ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 30 ହଜାର ଓ 20 ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଅନ୍ୟପଟେ ଏହି ଘଟଣା ନିହାତି ଭାବେ ଦୁଃଖଦ ବୋଲି କହିବା ସହ ସହ ଘଟଣାର ଅନୁଧ୍ୟାନ କରାଯାଉଛି ବୋଲି ରାୟଗଡା ଜିଲ୍ଲାପାଳ ସ୍ବଧାଦେବ ସିଂ କହିଛନ୍ତି । ସେପଟେ ଏହି ଘଟଣା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସମୟରେ ଉପସ୍ଥିତ ଥିବା ଦୁଇ ମନ୍ତ୍ରୀଙ୍କ ସହିତ ଉପସ୍ଥିତ ନେତୃମଣ୍ଡଳ କେହି ଛାତ୍ରୀ ଦୁହିଁଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବାକୁ ଯାଇ ନ ଥିବା ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.