ETV Bharat / state

ପଥଚାରୀଙ୍କ ଉପରେ ମାଡିଗଲା ଟ୍ରକ; ଜଣେ ମୃତ, ଜଣେ ଗୁରୁତର

author img

By

Published : Sep 2, 2019, 4:47 PM IST

Updated : Sep 2, 2019, 4:57 PM IST

ରାୟଗଡାର କୋଲନରା ବ୍ଳକ ଅଧିନସ୍ଥ ଭୁଜବଳ ଠାରେ ହୋଇଥିବା ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ରାୟଗଡା

ରାୟଗଡା: ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ରାୟଗଡାର କୋଲନରା ବ୍ଳକ ଅଧିନସ୍ଥ ଭୁଜବଳ ଠାରେ ଘଟିଛି ଏହି ଦୁର୍ଘଟଣା।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାୟଗଡା

ସୋମବାର ଚୈତନ ଗୁଆବଂଶ ନାମକ ବ୍ୟକ୍ତି ଭୁଜବଳ ଗାଁରୁ କାମ କରିବା ପାଇଁ ଜେକେ କାଗଜକଳକୁ ଯାଉଥିଲେ । ଏହି ସମୟରେ ଏକ 407 ଗାଡି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେପଟେ ସେହି ରାସ୍ତା ଦେଇ ଯାଉଥିବା ଜଣେ ପଥଚାରୀ ବିରସିଂହ ନାମକ ବ୍ୟକ୍ତିଙ୍କ ଗୋଡ ଉପରେ ଗାଡିଟି ଚଢ଼ିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ଚାନ୍ଦିଲି ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର Body:ରାୟଗଡା ଜିଲ୍ଲା କୋଲନରା ବ୍ଳକ ଅନ୍ତର୍ଗତ ଭୁଜବଳ ନିକଟରେ ସଡକ ଦୂର୍ଘଟଣାରେ ଜଣେ ମୃତ ବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଏକ 407 ଗାଡି ପଛପଟୁ ଧକ୍କା ଦେବା ଫଳରେ କାମ କରିବା ପାଇଁ ସାଇକେଲ ଯୋଗେ ଜେକେ କାଗଜ କଳକୁ ଭୁଜବଳ ଗାଁରୁ ଆସୁଥିବା ଚୈତନ ଗୁଆବଂଶଙ୍କର ମୃତ୍ୟ ହୋଇଥିଲା । ଅନ୍ୟ ଜଣେ ବିରସିଂହ ନାମକ ଜଣେ ବ୍ୟକ୍ତିଙ୍କ ଗୋଡ ଉପରେ ଗାଡିଟି ଚଢ଼ି ଯିବା ଫଳରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ଚାନ୍ଦିଲି ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ରାୟଗଡକ ଜିଲ୍ଲା ହସପିଟାଲକୁ ପଠାଇଦେଇଛି।Conclusion:ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର
Last Updated : Sep 2, 2019, 4:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.