ରାୟଗଡା: ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ଦ୍ୱାରା ବିଶେଷ ସୂତ୍ରରୁ ଖବର ପାଇ ମୁନିଗୁଡା ଷ୍ଟାଡିୟମ ନିକଟରୁ ଏକ ଟ୍ରକ ସହ ୮ କୁଇଣ୍ଟାଲ ୯୮କେଜି ଗଞ୍ଜେଇ ଜବତ କରିଛି । କିନ୍ତୁ ପୋଲିସ ଗାଡିକୁ ଦେଖି ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ଏକ କୋଟି ହେବ ବୋଲି ଜଣାପଡିଛି ।
ଗଞ୍ଜେଇକୁ କିଏ ଏବଂ କେଉଁଠିକୁ ପଠାଉଥିଲା ପୋଲିସ ତାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଦୁଇଦୁଇ ଥର ପୋଲିସ ନଜରରେ ଥିବା ଗଞ୍ଜେଇ ଟ୍ରକ ଡ୍ରାଇଭର ଖସିବାରେ ସକ୍ଷମ ହେଉଛନ୍ତି । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଚୋରା ଚାଲାଣ ବେଳେ ମୁନିଗୁଡା ପୋଲିସ ଦ୍ୱାରା ଟ୍ରକ ସହ ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ ଜବତ କରିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ