ETV Bharat / state

ଆନ୍ଧ୍ରରେ ଓଡିଆ ଶ୍ରମିକ ମୃତ୍ୟୁ ଘଟଣା, ଗୁଣପୁର ବିଧାୟକଙ୍କ ନେତୃତ୍ବରେ ଫେରିଲେ ଅବଶିଷ୍ଟ 33 ଶ୍ରମିକ - rayagada district news

ଆନ୍ଧ୍ରପ୍ରଦେଶର ଗୁଣ୍ଟୁରୁ ଜିଲ୍ଲାରେ ଚିଙ୍ଗୁଡି ପ୍ଲାଣ୍ଟରେ ଓଡିଆ ଶ୍ରମିକ ପ୍ରାଣ ହରାଇବା ଘଟଣାରେ ଘଟଣାସ୍ଥଳ ପରିଦର୍ଶନ କଲେ ସ୍ଥାନୀୟ ବିଧାୟକ ରଘୁନାଥ ଗମାଙ୍ଗ। ବିପଦପୂର୍ଣ୍ଣ ଅବସ୍ଥାରେ କାର୍ଯ୍ୟ କରୁଥିବା ଅବଶିଷ୍ଟ 33 ଜଣ ଶ୍ରମିକ ମଧ୍ୟ ଘଟଣାସ୍ଥଳରୁ ଉଦ୍ଧାର। ସ୍ବତନ୍ତ୍ର ବସ ଯୋଗେ ଓଡିଶା ଫେରିଲେ । ଅଧିକ ପଢନ୍ତୁ...

ଆନ୍ଧ୍ରରେ ଓଡିଆ ଶ୍ରମିକ ମୃତ୍ୟୁ ଘଟଣା, ଗୁଣୁପୁର ବିଧାୟକଙ୍କ ନେତୃତ୍ବରେ ଫେରିଲେ ଅବଶିଷ୍ଟ 33 ଶ୍ରମିକ

author img

By

Published : Aug 1, 2021, 10:30 PM IST

ରାୟଗଡାର : ଆନ୍ଧ୍ରପ୍ରଦେଶର ଗୁଣ୍ଟୁରୁ ଜିଲ୍ଲା ନିକଟ ଲାଙ୍କାଭାନିଦିବା ଗ୍ରାମ ନିକଟରେ ଥିବା ଏକ ଚିଙ୍ଗୁଡି ବନ୍ଧ ଓ ଚିଙ୍ଗୁଡି ପ୍ରକ୍ରିୟାକରଣ ପ୍ଲାଣ୍ଟରେ ଗତ ଗୁରୁବାର ରାତିରେ ୬ଜଣ ପ୍ରବାସୀ ଓଡିଆ ଶ୍ରମିକ ପ୍ରାଣ ହରାଇବା ପରେ ଗତକାଲି ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଅଘଟଣସ୍ଥଳକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ ବିପଦପୂର୍ଣ୍ଣ ଭାବେ କାର୍ଯ୍ୟ କରୁଥିବା ୩୩ ଜଣ ଦାଦନ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣିଛନ୍ତି । ଏକ ସ୍ବତନ୍ତ୍ର ବସ ଯୋଗେ ଆଜି ସେମାନଙ୍କୁ ନିଜ ନିଜ ଗାଁରେ ପହଞ୍ଚାଯାଇଥିବା ସୂଚନା ମିଳିଛି।

ଆନ୍ଧ୍ରରେ ଓଡିଆ ଶ୍ରମିକ ମୃତ୍ୟୁ ଘଟଣା, ଗୁଣୁପୁର ବିଧାୟକଙ୍କ ନେତୃତ୍ବରେ ଫେରିଲେ ଅବଶିଷ୍ଟ 33 ଶ୍ରମିକ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଓ ଦଳର କିଛି ଯୁବ ନେତୃବର୍ଗ ଘଟଣାସ୍ଥଳରେ ପହଞ୍ଚି ସେଠାକାର ପ୍ରଶାସନ ସହାୟତରେ ମୃତଦେହ ବ୍ୟବଚ୍ଛେଦ ସାଙ୍ଗକୁ କ୍ଷତିପୂରଣ ନେଇ ସ୍ଥାନୀୟ ପ୍ରଶାସନ ଓ ଉକ୍ତ ଚିଙ୍ଗୁଡିପ୍ଲାଣ୍ଟ ମାଲିକଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ଯେଉଁ ଅସ୍ଥାୟୀ ଘରେ ଅଗ୍ନିକାଣ୍ଡ ଘଟିଥିଲା ସେଠାରେ ମୋଟ 10 ଜଣ ରହୁଥିବାବେଳେ 6 ଛଟପଟ ହୋଇ ପ୍ରାଣ ହରାଇଥିବା ବେଳେ ସେଥିମଧ୍ୟରୁ ସୌଭାଗ୍ୟବଶତଃ ବାହରକୁ ବାହାରି ଆସିବା ଫଳରେ ଅନ୍ୟ 4 ଶ୍ରମିକ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିଲେ ।

ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ଶ୍ରମିକ ପିତେଶ ଶବର ସେଦିନ ରାତିରେ ନିଜେ ଅଙ୍ଗେ ଲିଭାଇଥିବା ଘଟଣା ଆଜି ଲୁହଭରା କଣ୍ଠରେ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି । ତେବେ ଉକ୍ତ ସଂସ୍ଥାରେ ବିପଦପୂର୍ଣ୍ଣ ଭାବେ କାମ କରୁଥିବା ଅବଶିଷ୍ଟ ୩୩ ଜଣ ଦାଦନ ଶ୍ରମିକଙ୍କୁ ମଧ୍ୟରୁ ଗୁଣପୁର ବ୍ଲକର ୧୮ଜଣ ଥିବାବେଳେ ଅବଶିଷ୍ଟ ୧୫ ଜଣ ଗଜପତି ଜିଲ୍ଲାର ରାୟଗଡା ବ୍ଲକର ଥିବା ଜଣାପଡିଛି ।

ସ୍ଥାନୀୟ ପୂର୍ତ୍ତବିଭାଗ ଠାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଘୋଷିତ ୨ଲକ୍ଷ, ରେଡକ୍ରସରୁ ୨୦ହଜାର ଓ ମୋ ପରିବାର ପକ୍ଷରୁ ୧୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୋ ପରିବାରର ରାଜ୍ୟ ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ସଂଯୋଜକ ଅବନୀ ସାହୁ ଅତିଥି ଭାବେ ଯୋଗଦେଇ ସହାୟତା ରାଶି ପ୍ରଦାନ କରିଥିଲେ।

ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନାର ଉପଦେଷ୍ଟା ତଥା ବିଜେଡି ଜିଲ୍ଲା ସଭାପତି ସୁଧିର ଦାଶ, ବିଧାୟକ ରଘୁନାଥ ଗମାଙ୍ଗ, ଜିଲା ଛାତ୍ର ବିଜେଡି ସଭାପତି ପିଙ୍କୁ ପଣ୍ଡା, ତହସିଲଦାର ଶରତ ଚନ୍ଦ୍ର ନାୟକ, ବିଡିଓ ଶାନ୍ତିପ୍ରଭା ପ୍ରଧାନ, ବରିଷ୍ଠ ଆଇନଜୀବୀ ରାଜୁ ସାହୁ, ଦେବୀ ଆଚାର୍ଯ୍ୟ, ସହକାରୀ ଶ୍ରମ ନିୟୋଜନ ଅଧିକାରୀ ସ୍ବାତିସୁଲଗ୍ନା ପାତ୍ରା ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଗତକାଲି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩ଲକ୍ଷ ଓ ସମ୍ପୃକ୍ତ ଚିଙ୍ଗୁଡି ସଂସ୍ଥାର ମାଲିକ ପ୍ରତି ମୃତକ ପରିବାକୁ ୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଆଜି ସକାଳେ ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନ ମୃତକ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାରଟଙ୍କା ପ୍ରଦାନ କରିଛନ୍ତି । ପ୍ରତି ମୃତକ ପରିବାର ୧୦ ଲକ୍ଷ ୩୦ହଜାର ଟଙ୍କା ଆନ୍ଧ୍ର ଓ ଓଡିଶା ସରକାର ଓ ଚିଙ୍ଗୁଡି ସଂସ୍ଥା ମିଳିତ ଭାବେ ପ୍ରଦାନ କରିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.