ETV Bharat / state

ରାୟଗଡ଼ାରେ ରାଜ୍ୟପାଳ, ଆଦିବାସୀଙ୍କୁ ଆଦିଶକ୍ତି ଭାବେ କଲେ ସମ୍ବୋଧିତ - ରାୟଗଡ଼ାରେ ରାଜ୍ୟପାଳ

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ରାୟଗଡ଼ା ଗସ୍ତ । ରାୟଗଡ଼ାରେ ପହଞ୍ଚିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଆଦିବାସୀଙ୍କୁ ଆଦିଶକ୍ତି ଭାବେ କଲେ ସମ୍ବୋଧନ ।

ରାଜ୍ୟପାଳଙ୍କ ଦୁଇଦିନିଆ ରାୟଗଡ଼ା ଗସ୍ତ
ରାଜ୍ୟପାଳଙ୍କ ଦୁଇଦିନିଆ ରାୟଗଡ଼ା ଗସ୍ତ
author img

By

Published : Sep 13, 2022, 10:45 AM IST

ରାୟଗଡ଼ା: ରାୟଗଡ଼ାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରାୟଗଡ଼ା ଗସ୍ତ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ରାୟଗଡ଼ାରେ ଆୟୋଜିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଗତକାଲି (ରବିବାର) ରାତିରେ ରାୟଗଡ଼ାରେ ପହଞ୍ଚିଥିଲେ ରାଜ୍ୟପାଳ । ଆଜି ସକାଳୁ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମେ କୋଲନରା ବ୍ଲକ ଡେଙ୍ଗାସରଗି ଗ୍ରାମକୁ ଯାଇ ବିଭିନ୍ନ କୃଷି ଉତ୍ପାଦନ ଜମିକୁ ଯାଇଥିଲେ । ସେଠାରେ ମହିଳା ଚାଷୀଙ୍କ ସହିତ ଆଲୋଚନା କରିଥିଲେ । ସେହିଭଳି ଗ୍ରାମବାସୀଙ୍କ ସହିତ ଆଲୋଚନା କରି ସେମାନଙ୍କ ଅଭିଯୋଗ ଶୁଣିଥିଲେ । ଏହାପରେ ଡେଙ୍ଗାସରଗି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ମଧ୍ୟ ଗସ୍ତ କରିଥିଲେ ।

ଏହାପରେ ଦେଓପୁର ଓ ସାରାବୁଗୁଡା ଗାଁକୁ ଯାଇ ସେଠାରେ କୁକୁଡ଼ା ଫାର୍ମ ଓ ଛତୁ ଚାଷ ସ୍ଥାନ ବୁଲି ଦେଖିଥିଲେ । ରାଜ୍ୟପାଳଙ୍କ ଗସ୍ତ ପାଇଁ ତତ୍ପର ହୋଇ ଉଠିଥିଲା ପ୍ରଶାସନ । ଯାହାଫଳରେ ଶାନ୍ତି ଶୃଙ୍ଖଳା ସହିତ ସମସ୍ତ କାର୍ଯ୍ୟ ପରିଦର୍ଶନ ସମାପ୍ତ ହୋଇଛି । ରାଜ୍ୟପାଳ ଲୋକଙ୍କ ସହିତ ଆଲୋଚନା କରି ଖୁସି ପ୍ରକଟ କରିଥିଲେ । ଆଜି ମଧ୍ୟ ସେ ଆଦିବାସୀଙ୍କୁ ଆଦିଶକ୍ତି ବୋଲି ସମ୍ବୋଧିତ କରିଥିଲେ । ରବିବାର କୋରାପୁଟ ଗସ୍ତ କରିବା ବେଳେ ଆଜି ରାୟଗଡ଼ା ଗସ୍ତ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ କହିଥିଲେ ଯେ, ''କୋରାପୁଟ ଏବଂ ରାୟଗଡ଼ା ଏହି ଦୁଇଟି ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ଭାବେ ଗଢ଼ାଯିବ । ଏକଥା ମଧ୍ୟ ଦେଶର ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀ ତାଙ୍କ ସମୟରେ କହିଥିଲେ । ଆଉ ଯାହାଉପରେ ଏବେ ଅଧିକ ଗୁରୁତ୍ବ ଦିଆଯାଉଛି ।'' ସେହିପରି ଯାହାକୁ ଦୁନିଆ ''ଆଦିବାସୀ କହୁଛି ସେମାନେ ଆଦିବାସୀ ନୁହଁନ୍ତି, ସେମାନେ ଆଦିଶକ୍ତିର ପ୍ରଥମ ସନ୍ତାନ ।''

''ଆଦିଶକ୍ତି ବିଶ୍ବ ପାଇଁ ଯେଉଁ ମଣିଷ ବନେଇଥିଲେ ଏହି ମଣିଷମାନେ ପ୍ରକୃତିର ଥିଲେ, ପ୍ରକୃତି ଦ୍ବାରା ଥିଲେ, ସେଥିପାଇଁ ସେମାନେ ପ୍ରକୃତିରେ ବସବାସ କରନ୍ତି ଏବଂ ପ୍ରକୃତି ସହିତ ବସବାସ କରନ୍ତି । ସେମାନେ ପ୍ରକୃତି ସହିତ ଓତଃପ୍ରୋତ ଭାବେ ଜଡିତ । ତେଣୁ ଏମାନଙ୍କୁ ଯେତେ ସମାନ୍ନ କଲେ ବି କମ ପଡ଼ିବ । ଏମାନଙ୍କୁ ସମ୍ମାନ ଦେଲେ ଆମର ସମ୍ମାନ ବଢ଼ିବ ।"

ଭାରତ ଇତିହାସରେ ମହାଭାରତର ଶ୍ରେଷ୍ଠତା । ଗୁରୁ ଶିଷ୍ୟଙ୍କ ସମ୍ପର୍କକୁ ନେଇ ଛାତ୍ରଛାତ୍ରୀଙ୍କୁ ପାଠପଢାଇ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଆଜି ରାୟଗଡା ଶିରିଗୁଡାସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ ସମୟରେ ରାଜ୍ୟପାଳ କହିଲେ, ମହାଭାରତରେ ଏକଲବ୍ୟ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ଆଙ୍ଗୁଠି ଗୁରୁ ଦକ୍ଷିଣା ଭାବେ ଦୋବା ପରେ ବି ଏକଲବ୍ୟ ଅସ୍ତ୍ର ଚଳାଇ ନିଜର ପରଦର୍ଶିତା ଦେଖାଇ ଥିଲେ ।

ନିଜର ଏକାଗ୍ରତ ବଳରେ ସେ ଅସ୍ତ୍ର ଚଳାଇ ପାରିଥିଲେ ବୋଲି । ଏକଲବ୍ୟଙ୍କ ଉଦାହରଣ ଦେଇ ଏକାଗ୍ରତା ବଳରେ ଅସମ୍ଭବକୁ ବି ସମ୍ଭବରେ ପରିଣତ କରାଯାଇ ପାରିବ ବୋଲି ଛାତ୍ରଛାତ୍ରୀଙ୍କୁ କହିଥିଲେ ରାଜ୍ୟପାଳ । ଗୋଟିଏ ପଟେ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇ ନିଜର ଛାତ୍ର ବତ୍ସଳତାର ପ୍ରମାଣ ଦେଇଥିବା ବେଳେ ଅନ୍ୟପଟେ ସ୍କୁଲର ପ୍ରିନିସିପାଲଙ୍କୁ ଡାକି ପାଖରେ ବସାଇଥିଲେ ରାଜ୍ୟପାଳ । ରାଜ୍ୟପାଳ ଶିକ୍ଷକଙ୍କୁ ବି ଉଚିତ ମର୍ଯ୍ୟାଦା ଦେବାକୁ ଭୁଲି ନଥିଲେ ବୋଲି ଆଲୋଚନା ହେଉଛି । ଗୋଟିଏ ପଟେ ଶିକ୍ଷକ ଅନ୍ୟପଟେ ଛାତ୍ରଛାତ୍ରୀଙ୍କୁ ନିଜର ସ୍ନେହଶ୍ରଦ୍ଧା ଜଣାଇଥିବା ଏହି ସଭାମଞ୍ଚରୁ ସ୍ପଷ୍ଟ ବାରି ହୋଇପଡିଥିଲା । ଆଜି ଅପରାହ୍ନରେ ରାଜ୍ୟପାଳ ଏକଲବ୍ୟ ସ୍କୁଲରେ ପହଞ୍ଚିବା ପରେ ସେଠାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସ୍କୁଲର ଅଧ୍ୟକ୍ଷ ପ୍ରସନ୍ନ କୁମାର ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଏହାପରେ ରାୟଗଡାସ୍ଥିତ ଜିସିଡି ହାଇସ୍କୁଲରେ ରାଜ୍ୟପାଳ ଗଣେଶୀ ଲାଲ ଛାତ୍ରଛାତ୍ରୀମାନଙ୍କ ସହ କଥପୋକଥନ କରିଥିଲେ । ମହାପ୍ରଭୁ ଶ୍ରୀକୃଷ୍ଣ ଓ ମହାପ୍ରଭୁ ଜଗନ୍ନାଥଙ୍କ କଥା ବସ୍ତୁ ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ ରାଜ୍ୟପାଳ । ଡାକ୍ତର, ଇଂଜିନିୟର ହେବାକୁ ଛାତ୍ରମାନେ ମନରେ ସଂକଳ୍ପ ରଖନ୍ତୁ ହେଲେ ଭଲ ମଣିଷ ନହେଲେ ତାହା କୌଣସି କାମରେ ଆସିବ ନାହିଁ ବୋଲି ସେ କହିଥିଲେ ।

ଏକ ନୂଆ ମଣିଷ, ନୂଆ ସମାଜର ଆବଶ୍ୟକତା ରହିଛି । ଯେଉଁ ପାଠ ଆମେ ପଢୁଛେ ତାହା ଯଦି କାମରେ ନଆସିବ ତାହାର ମୂଲ୍ୟ କିଛି ନାହିଁ ବୋଲି ସେ କହିଥିଲେ । ଓଡିଶାର ଲୋକମାନେ ଭାଗ୍ୟଶାଳୀ ସେମାନେ ଜଗନ୍ନାଥଙ୍କ ଧାମରେ ଜନ୍ମ ନେଇଛନ୍ତି । ଶିକ୍ଷା କଣ ଏହା ଦ୍ୱାରା ଲାଭ କଣ ବୋଲି ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ କରିଥିଲେ ରାଜ୍ୟପାଳ । ଏହାର ଉତ୍ତର ବି ରଖିଥିଲେ ପିଲାମାନେ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.