ETV Bharat / state

ନିୟମଗିରିର ଡ଼ଙ୍ଗରିଆଙ୍କୁ ମିଳିଲା ଚକ୍ଷୁ ଚିକିତ୍ସାର ସୁବିଧା - ରାୟଗଡ଼ା କଲ୍ୟାଣସିଂହପୁର ବୁଡୁନି ଗ୍ରାମରେ ଆଦିମ ଜନଜାତି ଓ ଡ଼ଙ୍ଗରିୟା

ରାୟଗଡ଼ା କଲ୍ୟାଣସିଂହପୁର ବୁଡୁନି ଗ୍ରାମରେ ଆଦିମ ଜନଜାତି ଓ ଡ଼ଙ୍ଗରିଆଙ୍କୁ ମିଳିଲା ଚକ୍ଷୁ ଚିକିତ୍ସାର ସୁବିଧା । ବିନା ଶୁକ୍ଳରେ ସାମନଙ୍କ ଚକ୍ଷୁ ପରୀକ୍ଷା ଓ ଅସ୍ତ୍ରପୋଚାର କରି ଚଷମା ପ୍ରଦାନ କରାବା ପାଇଁ ସ୍ଵତନ୍ତ୍ର ଯୋଜନା କଲେ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର । ଅଧିକ ପଢନ୍ତୁ...

ନିୟମଗିରିର ଡ଼ଙ୍ଗରିୟାଙ୍କୁ ମିଳିଲା ଚକ୍ଷୁ ଚିକିତ୍ସାର ସୁବିଧା

author img

By

Published : Aug 8, 2021, 10:19 AM IST

ରାୟଗଡ଼ା: ଜିଲ୍ଲା କଲ୍ୟାଣସିଂହପୁର ପାର୍ସାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁଡୁନି ଗ୍ରାମରେ ଆଦିମ ଜନଜାତି ଓ ଡ଼ଙ୍ଗରିଆଙ୍କୁ ମିଳିଲା ଚକ୍ଷୁ ଚିକିତ୍ସାର ସୁବିଧା । ଆଦିମ ଜନଜାତି ଓ ଡଙ୍ଗରିଆଙ୍କ ଚକ୍ଷୁ ବିନା ଶୁକ୍ଳରେ ପରୀକ୍ଷା ଓ ଅସ୍ତ୍ରପୋଚାର କରି ଚଷମା ପ୍ରଦାନ କରାବା ପାଇଁ ସ୍ଵତନ୍ତ୍ର ଯୋଜନା କରିଛନ୍ତି ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ।

ନିୟମଗିରିର ଡ଼ଙ୍ଗରିୟାଙ୍କୁ ମିଳିଲା ଚକ୍ଷୁ ଚିକିତ୍ସାର ସୁବିଧା

ଭାରତ ସରକାରଙ୍କ ଜନଜାତି କଲ୍ୟାଣ ମନ୍ତ୍ରାଳୟ ସହାୟତାରେ ଓଡିଶା ଅନୁସୂଚିତ ଜାତି ଓ ଜନଜାତି, କଲ୍ୟାଣ ବିଭାଗ ଅଧିନସ୍ତ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ପାର୍ସଲି ତରଫରୁ ଏହି ଚକ୍ଷୁ ଚିକିତ୍ସାର ଶିବିର ଆୟୋଜନ କରାଯାଇଥିଲା । ଶିବିରରେ ବୁଡୁନି, ଚାଟିକଣା ଓ ତେନ୍ତୁଳିଖୁଣ୍ଟି ଗ୍ରାମର ୧୦୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଏଲ ଭି ପ୍ରସାଦ ଚକ୍ଷୁ ସଂସ୍ଥାନ ହାଇଦ୍ରାବାଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା । ଏଥି ସହ ଜିଲ୍ଲାପାଳ ଶ୍ରୀମିଶ୍ର ସିଙ୍ଗାରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାରିଗୁଡା ଗ୍ରାମ ଗସ୍ତ କରି ଜନଜାତି ବ୍ୟକ୍ତିମାନଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ବିଶେଷ କରି ପିଡିଏସ ଚାଉଳ, ଭତ୍ତା, ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ନେଇ ଆଲୋଚନା କରିଥିଲେ ।

ଏହାସହ ଶିଶୁମାନଙ୍କୁ ଠିକ୍ ସମୟରେ ଅଣ୍ଡା ଦେବା ପାଇଁ ଅଙ୍ଗନବାଡିକର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି କରଞ୍ଚା ଗ୍ରାମ ଗସ୍ତ କରି ସେମାନଙ୍କର ସମସ୍ୟାଗୁଡିକର ଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶୃତି ଦେବା ସହ ଜଳସେଚନ ସୁବିଧା ପାଇଁ ଆଟିଡିଏ ଓ ଡିକେଡିଏଙ୍କୁ ମିଳିତ ଭାବରେ ଅନୁଧ୍ୟାନ କରି ସେମାନଙ୍କୁ ଜଳସେଚନ ସୁବିଧା ଯୋଗାଇବାକୁ ଜିଲ୍ଲାପାଳ ଶ୍ରୀମିଶ୍ର ନିର୍ଦ୍ଦେଶ ଦେଇଥିଲେ ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.