ରାୟଗଡା: ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜିଲ୍ଲାସ୍ତରୀୟ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ରାୟଗଡା ଜିଲ୍ଲା ପ୍ରଶାସନ ଦ୍ବାରା ପାଳିତ ହୋଇଛି । ଏନେଇ ସ୍ଥାନୀୟ ଗଜପତି ଛକଠାରୁ ଏକ ଜନ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଏହାକୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ସେପଟେ ଅଗ୍ନିଶମ ବିଭାଗ ଦ୍ବାରା ଏକ ମକଡ୍ରିଲ ପ୍ରଦର୍ଶିତ କରାଯାଇଥିଲା ଏବଂ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଏକ ସଚେତନତା ସଭା ହୋଇଥିଲା । ଏଥିରେ ଉପଜିଲ୍ଲାପାଳ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଓ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ସମେତ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ