ETV Bharat / state

କୂଳ ଲଙ୍ଘୁଛି ନାଗାବଳୀ, ନଦୀ ଗର୍ଭରେ ଲୀନ ହୋଇଯିବ ରାୟଗଡାର ୬ଟି ଗାଁ ! - ନାଗାବଳୀ ନଦୀ ବିପଦ

କୂଳ ଖାଉଛି ନାଗାବଳୀ(Nagavali River) । ସମୁଦ୍ର ଗର୍ଭରେ ବିଲୀନ ହେବାକୁ ବସିଛି ରାୟଗଡାର ୬ ଖଣ୍ଡ ଗାଁ । ଟିକିଏ ବର୍ଷା ହେଲେ ଛାନିଆ ହୋଇଯାଉଛନ୍ତି ଗାଁ ଲୋକେ । ଅଧିକ ପଢନ୍ତୁ

କୂଳ ଲଙ୍ଘୁଛି ନାଗାବଳୀ: ନଦୀ ଗର୍ଭରେ ଲୀନ ହେବ ରାୟଗଡାର ୬ ଖଣ୍ଡ ଗାଁ

author img

By

Published : Oct 23, 2022, 6:33 PM IST

ରାୟଗଡା: କୂଳ ଲଙ୍ଘୁଛି ନାଗାବଳୀ(Nagavali River) । ଭୟଙ୍କର ରୂପ ଧାରଣ କରି ଜନବସତି ଆଡକୁ ମାଡି ଆସୁଛି ନଦୀ(Rayagada villages face river erosion threat ) । ନାଗାବଳୀ ନଦୀ ଗର୍ଭରେ ଲୀନ ହେବାକୁ ବସିଛି ରାୟଗଡା ଜିଲ୍ଲାର ୬ ଖଣ୍ଡ ଗାଁ । ଟିକିଏ ବର୍ଷା ହେଲେ ନଦୀ କୂଳରେ ଥିବା ରାୟଗଡାର ଚେକାଗୁଡା, ରାଣିଗୁଡା, ଗୁରୁମଗୁଡା, ଅଣ୍ଟାରିଗୁଡା, ଖଇରଗୁଡା ଏବଂ ମାରୀଗୁଡା ଇତ୍ୟାଦି ୬ ଖଣ୍ଡ ଗ୍ରାମବାସୀଙ୍କ ଆଖିରୁ ନିଦ ହଜିଯାଉଛି । ଗତ କିଛିଦିନ ଧରି ଟିକିଏ ବର୍ଷାରେ ମାଟି ଅତଡ଼ା ଧସିବା ସହ ଏହି ସବୁ ଗାଁର ଚାଷ ଜମିଗୁଡିକ ନଦୀଗର୍ଭରେ ବିଲୀନ ହୋଇଛି । ତେଣୁ କେତେବେଳେ ସଂପୂର୍ଣ୍ଣ ଗାଁ ନଦୀଗର୍ଭକୁ ଚାଲିଯିବ ସେହି ଚିନ୍ତାରେ ଦିନ କାଟୁଛନ୍ତି ଗ୍ରାମବାସୀ ।

କୂଳ ଲଙ୍ଘୁଛି ନାଗାବଳୀ, ନଦୀ ଗର୍ଭରେ ଲୀନ ହୋଇଯିବ ରାୟଗଡାର ୬ଟି ଗାଁ !

ଗାଁ ମୁହାଁ ନାଗାବଳୀ

ବର୍ଷା ଦିନ ଆସିଲେ ନାଗାବଳୀ କୂଳରେ ଥିବା ଗ୍ରାମବାସୀଙ୍କ ଚିନ୍ତା ବଢେ । ଲଗାଣ ବର୍ଷାରେ ନଦୀ ଫୁଲୁଛି । ନାଗାବଳୀ ନଦୀ ଉପରମୁଣ୍ଡରେ ତାହାକୁ ତୁହା ଲଘୁଚାପ ବର୍ଷା ଯୋଗୁଁ ବନ୍ୟାଜଳ ଆସି ନଦୀ କୂଳ ଖାଉଥିବା ଦେଖିବାକୁ ମିଳିଛି । ଦିନ ଥିଲା ମାରୀଗୁଡା ଗ୍ରାମଠାରୁ ୨୦୦ମିଟର ଦୂରତାରେ ନାଗାବଳୀ ନଦୀ ପ୍ରବାହିତ ହେଉଥିଲା । ହେଲେ ନଦୀ ଏବେ ଗାଁ ମୁହାଁ । ନାଗାବାଳୀ ପାଖାପାଖି ୧୫୦ ମିଟରରୁ ଊର୍ଦ୍ଧ୍ବ କୂଳ ଲଙ୍ଘିଛି । ଯାହାପରେ ଏବେ ନଦୀ ଠାରୁ ଗାଁର ବ୍ୟବଧାନ ମାତ୍ର ୫୦ ମିଟର ରହିଛି ।

ଆଶଙ୍କାରେ ଗ୍ରାମବାସୀ

ଯଦି ବର୍ଷା ଲାଗି ରହେ ତାହାହେଲେ, ଚାଷ ଜମି ସହ ସମଗ୍ର ମାରୀଗୁଡା ଗ୍ରାମ ନାଗାବଳୀ ନଦୀଗର୍ଭରେ ଲୀନ ହୋଇଯିବ ଏକଥା ଏଡାଇ ଦିଆଯାଇ ପାରିବନି । କେବଳ ମାରୀଗୁଡା ଗାଁ ନୁହେଁ ରାୟଗଡା ପୌରାଞ୍ଚଳର ନାଗାବଳୀ ନଦୀ କୁଳରେ ଥିବା ଅଣ୍ଟାରିଗୁଡା, ଚେକାଗୁଡା, ରାଣିଗୁଡା, ଗୁରୁମଗୁଡା ସମେତ ଖଇରଗୁଡା ଗ୍ରାମରେ ମଧ୍ୟ ସମାନ ଦଶା । ନଦୀ କୂଳଖାଇ ମାଟି ଅତଡା ଧସୁଥିବାରୁ କେତେବେଳେ ଯେ ବଡ଼ ବିପତ୍ତି ଆସିବ ତାହାକୁ ନେଇ ସମସ୍ତେ ଚିନ୍ତାରେ । ଏନେଇ ଲୋକେ ବର୍ଷ ବର୍ଷ ହେଲାଣି ସରକାର ଓ ପ୍ରଶାସନକୁ ଗୁହାରି କରିଥିଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି ।

ପଦକ୍ଷେପ ନିଆଯିବ କହିଲେ ଜିଲ୍ଲାପାଳ

ଅପରପକ୍ଷେ ରାୟଗଡା ଜିଲ୍ଲାପାଳ ସ୍ବଧାଦେବ ସିଂ କହିଛନ୍ତି, ''ଜିଲ୍ଲା ପ୍ରଶାସନ ଖୁବଶୀଘ୍ର ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିବ । ଏନେଇ ହରଭଙ୍ଗା ସ୍ଥିତ ବଂଶଧାରା ଜଳସେଚନ ଡିଭିଜନର ଯନ୍ତ୍ରୀଙ୍କୁ ଦାୟିତ୍ଵ ଦିଆଯାଇଛି । ନାଗାବଳୀ ନଦୀକୂଳର ସମସ୍ତ ଗାଁରେ ଡ୍ରୋନ ମାଧ୍ୟମରେ ସର୍ଭେ କରାଯାଉଛି । ରିପୋର୍ଟ ମିଳିଲାପରେ ସ୍ଥାୟୀ ପ୍ରତିକାର କରାଯିବ ।''

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.