ETV Bharat / state

ଅଜଣା ଜ୍ବର ଆତଙ୍କ, ମାସକ ମଧ୍ୟରେ ଗଲାଣି ୮ ଜୀବନ - 8 die in rayagada kashipur block

ଜ୍ବରରେ ଯାଉଛି ଜୀବନ । ଗୋଟିଏ ପରେ ଗୋଟିଏ ଲୋକଙ୍କ ମୃତ୍ୟୁ ଯୋଗୁଁ କାଶୀପୁର ବ୍ଲକରେ ଖେଳିଯାଇଛି ଭୟର ବାତାବରଣ । ଅଧିକ ପଢନ୍ତୁ..

ଅଜଣା ଜ୍ୱର ଆତଙ୍କ , ମାସକ ମଧ୍ୟରେ ଗଲାଣି  ୮ ଜୀବନ

author img

By

Published : May 29, 2021, 10:53 PM IST

ରାୟପୁର: କାଶୀପୁର ବ୍ଲକରେ ଅଜଣା ଜ୍ବର ଆତଙ୍କ । ଥଣ୍ଡା ଜନିତ ଲକ୍ଷଣ ଦେଖାଦେଇଥିବା ଏହି ଜ୍ବରରେ ଆକ୍ରାନ୍ତ ହୋଇ ୮ ଜଣଙ୍କରୁ ଉର୍ଦ୍ଧ୍ୱ ଲୋକଙ୍କ ପ୍ରାଣ ଗଲାଣି । ଗୋଟିଏ ପରେ ଗୋଟିଏ ଲୋକଙ୍କ ମୃତ୍ୟୁ ଯୋଗୁଁ ଗାଁରେ ଭୟର ବତାବରଣ ଦେଖା ଦେଇଛି ।

ଅଜଣା ଜ୍ୱର ଆତଙ୍କ , ମାସକ ମଧ୍ୟରେ ଗଲାଣି ୮ ଜୀବନ

ରାୟଗଡା କାଶୀପୁର ବ୍ଲକର ଅଡାଝର, ସୁଙ୍ଗେର ଓ ସିନ୍ଦୂରଘାଟି ତିନୋଟି ପଞ୍ଚାୟତର ଜୋଡାଆମ୍ବ, ପୁଡାପଦର, କଣ୍ଟାମାଳ ଓ ସିନ୍ଦିରିଘାଟି ଗାଁରେ ଅଜଣା ଜ୍ୱରରେ ଶତାଧିକ ଆକ୍ରାନ୍ତ ହୋଇଛନ୍ତି । ଖବର ପାଇ ମେଡିକାଲ ଟିମ ଏହି ସବୁ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷଣ କରିଛି । ସୁଙ୍ଗେର ପଞ୍ଚାୟତର କଣ୍ଟାମାଳ, ଲଦାଖମଣ, ସିନ୍ଧୁଘାଟି, ପୋଡାଝର ଓ ଅଡାଝର ପଞ୍ଚାୟତର ଜୋଡା ଆମ୍ବ ଓ ସିନ୍ଦୁରଘାଟି ଗାଁରେ ୬୨ଜଣଙ୍କ ସ୍ୱାବ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ଏଥିମଧ୍ୟରୁ ୧୦ଜଣ ବ୍ୟକ୍ତି କୋରୋନାରେ ସଂକ୍ରମିତ ଥିବା ଜଣାପଡିଛି ।

ତେବେ ଗତ ମାସରୁ ସିନ୍ଦୁରଘାଟି ଏବଂ କଣ୍ଟାମାଳ ଓ ଲଦାଖମଣ ଗାଁରେ ୮ଜଣ ବ୍ୟକ୍ତି ମୃତ୍ୟୁ ହୋଇଥିବାବେଳେ ଏ ନେଇ ସ୍ୱାସ୍ଥ୍ୟ ବିଭାଗ ନିକଟରେ କୌଣସି ସୂଚନା ନହିଁ । ତେବେ ଏସବୁ ଗାଁ ଦୁର୍ଗମ ଇଲାକାରେ ଅବସ୍ଥିତ ଥିବାରୁ ଅଧିକାଂଶ ଲୋକ ଅଶିକ୍ଷିତ ଓ ମହାମାରୀ କୋରୋନା ସଂକ୍ରାନ୍ତରେ ଅଜଣା ରହିଛନ୍ତି । ତେବେ ଗାଁକୁ ଭଲ ଖଣ୍ଡେ ରାସ୍ତାଘାଟ ନଥିବାରୁ ଆମ୍ବୁଲାନ୍ସ ସେବା ଗ୍ରାମବାସୀଙ୍କ ପାଇଁ ସାତ ସପନ । ଅନ୍ୟପକ୍ଷେ ଜିଲ୍ଲାର ପ୍ରତ୍ୟେକ ଗାଁରେ ଆଶା ଓ ଅଙ୍ଗନୱାଡି କର୍ମୀ ଘରେ ଘରେ ବୁଲି ରୋଗ ନିରୂପଣ ସର୍ଭେ କରୁଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି ।

ତୃଣାମୂଳ ସ୍ତରରେ କିନ୍ତୁ ଠିକ ଓଲଟା । ସ୍ଥାନୀୟ ଗାଁର ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନୱାଡି କର୍ମୀ ଗାଁରେ ଜ୍ୱର ବ୍ୟାପିବା ସଂମ୍ପର୍କରେ ଉପରିସ୍ତ ଅଧିକାରୀଙ୍କୁ ଜଣାଇ ନଥିବାରୁ ଏଠାରେ ମାସକ ବ୍ୟବଧାନରେ ଏହି ଅଜଣା ରୋଗରେ ୮ଜଣଙ୍କ ଜୀବନ ଗଲାଣି । ଯାହାକୁ ନେଇ କାଶୀପୁର ବ୍ଲକବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ସମ୍ପ୍ରତି ଏ ବିଷୟରେ କାଶୀପୁର ଅତିରିକ୍ତ ଗୋଷ୍ଟୀ ସ୍ୱାସ୍ଥ୍ୟ ଅଧିକାରୀ ରାବିଡା ରାମା ରାଓଙ୍କୁ ପଚାରିବାରୁ ଗଣମାଧ୍ୟମ ଠାରୁ ଖବର ପାଇ ତିନୋଟି ଟିମ ଗାଁକୁ ସ୍ଵତନ୍ତ୍ର ଆରଟିଆଇ ଟିମ ପଠାଯାଇଛି । ସେଠାରେ ସେମାନେ ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ଅସ୍ଥାୟୀ କ୍ୟାମ୍ପ ଜରିଆରେ ୮୨ଜଣ ଲୋକଙ୍କ ସ୍ୱାବ ନମୁନା ସଂଗ୍ରହ କରି ଆରଟିପିସିଆର ପରୀକ୍ଷା ପରେ ୧୦ଜଣଙ୍କ ନମୁନା କୋରୋନା ପଜିଟିଭ ଥିବା ଜଣାପଡିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.