ETV Bharat / state

ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

author img

By

Published : Sep 5, 2022, 8:51 PM IST

ରାୟଗଡ଼ାରେ ଗୁଣି ଗାରେଡ଼ି ସନ୍ଦେହରେ ପୁଣି ଗଡ଼ିଲା ମୁଣ୍ଡ । ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା (superstition leads to murder) । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ସଦର ମହକୁମା କୋଇଲାପଡାରେ । ଅଧିକ ପଢନ୍ତୁ

murder to old woman for superstition in rayagada
ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

ରାୟଗଡ଼ା: ଗୁଣି ଗାରେଡ଼ି ସନ୍ଦେହରେ ପଡ଼ୋଶୀଙ୍କୁ ହତ୍ୟା । ରାୟଗଡ଼ା ଜିଲ୍ଲା ସଦର ମହକୁମା କୋଇଲାପଡାରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ (murder to old woman for superstition in rayagada) ମିଳିଛି । ମୃତକ ଜଣକ ହେଉଛନ୍ତି 50 ବର୍ଷୀୟ ମହିଳା ଚନ୍ଦ୍ରମା ବିଭାର । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

ଘଟଣାରୁ ପ୍ରକାଶ ଯେ, ଗତ କିଛି ଦିନ ହେବ ଚନ୍ଦ୍ରମା ଗୁଣିଗାରେଡ଼ି କରୁଥିବା ନେଇ ରାଜେଶ ସନ୍ଦେହ କରୁଥିଲା । ଏନେଇ ପୂର୍ବରୁ ଉଭୟ ପରିବାର ମଧ୍ୟରେ ବଚସା ମଧ୍ୟ ହୋଇଥିଲା । ଏହାକୁ ରାଗରେ ରଖି ବଦଲା ନେବାକୁ ଯୋଜନା କରିଥିଲା ରାଜେଶ କୁଲେସିକା । ଆଜି (ସୋମବାର) ମଧ୍ୟାହ୍ନ ସମୟରେ ରାଜେଶ ଘରେ ପଶି ଚନ୍ଦ୍ରମାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ରାଜେଶ ଟାଙ୍ଗିଆରେ ଚନ୍ଦ୍ରମା ବେକରେ ଚୋଟ ପକାଇବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଚନ୍ଦ୍ରମାକୁ ହତ୍ୟା କରିବା ପରେ ଅଭିଯୁକ୍ତ ରକ୍ତଲଗା ଟାଙ୍ଗିଆ ଧରି ସାହି ଭିତରେ ଲୋକଙ୍କୁ ଭୟଭୀତ ମଧ୍ୟ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଗୁଣିଗାରେଡି ସନ୍ଦେହରେ ନାରକୀୟ କାଣ୍ଡ: ବାପାକୁ ପିଟିପିଟି ମାରିଦେଲେ, 2 ପୁଅ ଗୁରୁତର

ଏନେଇ ମୃତ ଚନ୍ଦ୍ରମାଙ୍କ ପରିବାର ଓ ସାହି ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ରାଜେଶକୁ ଗିରଫ କରିଛି । ହତ୍ୟାକାରୀ ବ୍ୟବହାର କରିଥିବା ଟାଙ୍ଗିଆକୁ ଜବତ କରିଛି ପୋଲିସ । ଏସ୍‌ପି ବିବେକାନନ୍ଦ ଶର୍ମା ଓ ଏସଡିପିଓ ଦେବଜ୍ୟୋତି ଦାସ ସମେତ ଅନ୍ୟ ପୋଲିସ ଅଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ଏନେଇ ରାୟଗଡ଼ା ଏସଡିପିଓ କହିଛନ୍ତି, " ଅଭିଯୁକ୍ତକୁ ଗିରଫ କରାଯାଇ ତଦନ୍ତ କରାଯାଉଛି । ପ୍ରାଥମିକ ତଦନ୍ତରୁ ହତ୍ୟା ଘଟଣାରେ କେବଳ ଜଣେ ସାମିଲ ଥିବା ଜଣାପଡ଼ିଛି । ତଦନ୍ତ ପରେ ସତ୍ୟତା ଜଣାପଡ଼ିବ।" ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ସୂଚନା ଥାଉକି, ରାୟଗଡ଼ା ଜିଲ୍ଲାରେ ଗୁଣିଗାରେଡି ସନ୍ଦେହରେ ନିକଟରେ ଏକ ଲୋମଟାଙ୍କୁରା ଘଟଣା ଘଟିଥିଲା । ଜଣଙ୍କୁ ପିଟିପିଟି ମାରିବାକୁ ପଛାଇଲେନି ଗାଁ ଲୋକେ । ଲୋକଙ୍କ ମାଡରେ 2 ପୁଅ ଗୁରୁତର ହୋଇଛନ୍ତି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିଟିଗୁଡା ଗାଁର କିଛି ଲୋକ ଗୁଣିଗାରେଡ଼ି କରି ଲୋକଙ୍କୁ ମାରି ଦେଉଛୁ କହି ପାଟିତୁଣ୍ଡ ଓ ଗାଳି ଗୁଲଜ କରିଥିଲେ ଦଇ ମାଝିଙ୍କୁ । ଗାଁ ଲୋକ ଏକାଠି ହୋଇ ବିଳମ୍ବିତ ରାତିରେ ବାପା ଓ ଦୁଇ ପୁଅକୁ ପ୍ରଥମେ ବାନ୍ଧିଦେଇ ନିର୍ଦ୍ଧୁମ ପିଟିଥିଲେ । ସେହି ସମୟରେ କୌଶଳ କ୍ରମେ ଦୁଇ ପୁଅ ଦୂର୍ଯ୍ୟ ଓ ଲାଲୁ ଖସି ପଳାଇଥିଲେ । କିନ୍ତୁ ଦଇ ମାଝି ଖସି ନ ପରିବାରୁ ତାଙ୍କୁ ପିଟିପିଟି ଗାଁଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.