ରାୟଗଡା: ଜିଲ୍ଲାରେ ପୌର ନିର୍ବାଚନ ଭୋଟିଂ ଜାରି ରହିଛି । ରାୟଗଡା ଜିଲ୍ଲାର ଦୁଇଟି ପୌରପରିଷଦ ଓ ଗୋଟିଏ NACର ୫୪ଟି ୱାର୍ଡ ପାଇଁ ୯୮ଟି ବୁଥ୍ରେ ମତଦାନ ଜାରି ରହିଛି । 84 ହଜାରରୁ ଅଧିକ ଭୋଟର ମତ ସାବ୍ୟସ୍ତ କରୁଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ଓ ଗୁରୁବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଜାରି ରହିବ ।
ରାୟଗଡା ପୌର ପରିଷଦରେ 24ଟି ୱାର୍ଡ ପାଇଁ 59ଟି ବୁଥ୍ରେ ମତଦାନ କରୁଛନ୍ତି 56597 ଭୋଟର । ଏଥିପାଇଁ 354 ଜଣ ପୁଲିଂ କର୍ମଚାରୀ ନିୟୋଜିତ ହୋଇଥିବାବେଳେ 5ଜଣ ସେକ୍ଟର ଅଧିକାରୀ ଓ 2 ଜଣ ମାଜିଷ୍ଟ୍ରେଟ ନିୟୋଜିତ ହୋଇଛନ୍ତି । ସେହିପରି ଗୁଣୁପୁର ପୌରପରିଷଦରେ 19 ୱାର୍ଡ ପାଇଁ 28ଟି ବୁଥରେ ମତଦାନ ବ୍ୟବସ୍ଥା କରାଯାଇଛି । ଏଠାରେ 22608 ଭୋଟର ମତ ସାବ୍ୟସ୍ତ କରୁଛନ୍ତି ।
ଗୁଡାରି NACରେ 11ଟି ବୁଥରେ 5299ଜଣ ଭୋଟର ମତଦାନ କରୁଛନ୍ତି । ମହିଳା ଭୋଟରଙ୍କ ପାଇଁ ମହିଳା କର୍ମଚାରୀଙ୍କୁ ନେଇ ରାୟଗଡାରେ 3ଟି ପିଙ୍କ୍ ବୁଥ ଗଠନ ହୋଇଥିବାବେଳେ ଗୁଣୁପୁରରେ 2ଟି ଓ ଗୁଡ଼ରିରେ ଗୋଟିଏ ପିଙ୍କ ବୁଥ କରଯାଇଛି । ଜିଲ୍ଲା ପ୍ରସାଶନ ପକ୍ଷରୁ ଶାନ୍ତି ଶୃଙ୍ଖଳାରେ ନିର୍ବାଚନକୁ ପରିଚାଳନା କରିବା ପଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ