ETV Bharat / state

ସଂସଦରେ ଉଠିଲା ଗମ୍ଭାରିଗୁଡା ସମସ୍ୟା, ଗାଁକୁ ଦଶମନ୍ତପୁର ବ୍ଲକରେ ମିଶାଇବାକୁ ଦାବି - ସଂସଦରେ ଉଠିଲା ଗମ୍ଭାରିଗୁଡା ସମସ୍ୟା

ସଂସଦରେ ଉଠିଲା ରାୟଗଡା ଜିଲ୍ଲାର ଗମ୍ଭାରିଗୁଡା ଗାଁ ସମସ୍ୟା । ଏହି ଗ୍ରାମକୁ କୋରାପୁଟର ଦଶମନ୍ତପୁର ବ୍ଲକରେ ମିଶାଇବାକୁ ଦାବି ରଖିଲେ ସାଂସଦ ସପ୍ତଗିରି ଉଲାକା । ଅଧିକ ପଢନ୍ତୁ

ଗମ୍ଭାରିଗୁଡା ଗାଁକୁ ଦଶମନ୍ତପୁର ବ୍ଲକରେ ମିଶାଇବାକୁ ଦାବି

author img

By

Published : Feb 15, 2023, 9:37 AM IST

Updated : Feb 15, 2023, 9:55 AM IST

ଗମ୍ଭାରିଗୁଡା ଗାଁକୁ ଦଶମନ୍ତପୁର ବ୍ଲକରେ ମିଶାଇବାକୁ ଦାବି

ରାୟଗଡା: ପ୍ରଶାସନର ଆଢୁଆଳରେ ରହିଯାଇଛି ରାୟଗଡା ଜିଲ୍ଲାର ଗମ୍ଭାରିଗୁଡା ଗାଁ । ଏଠି ସାତ ସପନ ପାଲଟିଛି ବିକାଶର ଚିତ୍ର । ଏହାର ପ୍ରମୁଖ କାରଣ ହେଉଛି ଗାଁର ଭୌଗଳିକ ସ୍ଥିତି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୁଚେଇପଦର ପଞ୍ଚୟତରେ ଗମ୍ଭରିଗୁଡା ଗ୍ରାମ ଅବସ୍ଥିତ । ଏଠାରେ ପାଖପାଖି ୫୦ଟି ପରିବାର ବସବାସ କରନ୍ତି । ସମସ୍ତେ ଆଦିବାସୀ ସମ୍ପ୍ରଦାୟର । ନାନା ସମସ୍ୟା ଘେରରେ ରହିଥିବା ଏହି ଆଦିବାସୀ ଅଞ୍ଚଳବାସୀ ଚାଉଳ, ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦୀର୍ଘ ୩୫ କିଲୋମିଟର କୁଚେଇପଦର ପଞ୍ଚାୟତ କାର୍ଯ୍ୟାଳୟ ଯାଇଥାନ୍ତି । ତେଣୁ ଗ୍ରାମକୁ ୩ କିଲୋମିଟର ଦୂରରେ ଥିବା କୋରାପୁଟର ଦଶମନ୍ତପୁର ବ୍ଲକରେ ମିଶାଇବାକୁ ଦୀର୍ଘ ଦିନ ହେଲାଣି ଦାବି ହେଉଥିଲେ ମଧ୍ୟ କେହି କର୍ଣ୍ଣାପତ କରୁନାହାନ୍ତି । ଏପରି ସ୍ଥିତିରେ ସୋମବାର ଦିନ ସଂସଦର ଶୂନ୍ୟକାଳରେ ଗମ୍ଭାରିଗୁଡା ଗ୍ରାମର ଏହି ସମସ୍ୟା ଉପସ୍ଥାପନ କରିଛନ୍ତି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ।

ଗମ୍ଭାରିଗୁଡା ଗାଁର ଭୌଗଳିକ ସ୍ଥିତି ଯଦି ଅବଲୋକନ କରାଯାଏ ତେବେ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ସଦର ମହକୁମା ଠାରୁ ମାତ୍ର ୩ କିଲୋମିଟର ଦୂରରେ ଅବସ୍ଥିତ । କିନ୍ତୁ ଏଠିକାର ଲୋକ ସରକାରୀ ନଥିପତ୍ରରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୁଚେଇପଦର ପଞ୍ଚୟତର ବୋଲି ସର୍ବଜନ ବିଦିତ । ଗମ୍ଭାରିଗୁଡା ଗାଁଠାରୁ କୁଚେଇପଦର ପଞ୍ଚୟତର ଦୂରତା ୩୫ କିଲୋମିଟର । ପ୍ରତି ମାସର ପିଡିଏସ ଚାଉଳ, ବାର୍ଦ୍ଧକ୍ୟ ଭତ୍ତା ସାଙ୍ଗକୁ ସରକାରଙ୍କ ବିଭିନ୍ନ ସରକାରୀ ଯୋଜନାର ଲାଭ ପାଇବାକୁ ହେଲେ ଦୀର୍ଘ ୩୫ କିଲୋମିଟର ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୁଚେଇପଦର ପଞ୍ଚୟତର କାର୍ଯ୍ୟାଳୟକୁ ଯିବାକୁ ପଡିଥାଏ ।

ଗାଁଟି ଯାକର ସମସ୍ତ ଜନସାଧାରଣ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି । ସମସ୍ତେ ଦିନ ମଜୁରିଆ ଭାବେ ଜୀବନ ବିତାଉଥିବା ବେଳେ ଚାଉଳ, ଭତ୍ତା ପାଇଁ ଗାଡି କରି ଏତେଦୂର ଯିବା କାରଣରୁ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଉଭୟ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅନୁରୋଧ କଲେ ସୁଦ୍ଧା କେହି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି ।

ତେବେ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହି ଗାଁକୁ ଯଦି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକରେ ମିଶା ନଯାଏ ତେବେ ଏଠାକାର ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି କଥାକୁ ସାଂସଦ ସପ୍ତଗିରି ଉଲାକା ସୋମବାର ଦିନ ସଂସଦର ଶୂନ୍ୟକାଳରେ ଉପସ୍ଥାପନ କରିଛନ୍ତି । ଗମ୍ଭାରିଗୁଡା ଗ୍ରାମ ଦଶମନ୍ତପୁର ବ୍ଲକରେ ମିଶିଲେ ୭୫ ବର୍ଷ ହେଲା ସମସ୍ୟା ଭୋଗୁଥିବା ଏହି ଗ୍ରାମବାସୀ ଉପକୃତ ହେବ ବୋଲି କହିଛନ୍ତି ।

ଇଟିଭି ଭାରତ, ରାୟଗଡା

Last Updated : Feb 15, 2023, 9:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.