ETV Bharat / state

ନାଗାବଳୀର ଦୁଃଖ: ସ୍ବପ୍ନ ହୋଇ ରହିଗଲା ‘ମୋଟର ବୋଟ’ - ମୋଟର ବୋଟ

ଓଡିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଗ୍ରାମବାସୀଙ୍କ ପାଇଁ ଦୁଃଖର କାରଣ ସାଜିଥାଏ ନାଗାବଳୀ । ମୁହଁରେ ହସ ଫୁଟିବା ପୂର୍ବରୁ ପୁଣି ଥରେ ନାଗାବଳୀବାସୀଙ୍କ ମୁହଁରେ ଛାଇ ଯାଇଛି ଦୁଃଖର କଳାବାଦଲ । ସରାକାରୀ ନିୟମରେ ଅନ୍ତର୍ଭୁକ୍ତ ନଥିବାରୁ ବନ୍ଦ ହେଲା ଏକ ମାତ୍ର ମୋଟର ବୋଟର ଚଳାଚଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Aug 4, 2019, 4:59 PM IST

ରାୟଗଡା: ଅନିଜା ଘାଟରେ ଆଉ ଚାଲିବ ନାହିଁ ମୋଟର ବୋଟ । ବାଲି ପଠାରେ ନା ଶୁଭିବ ମୋଟର ଶଦ୍ଦ ନା ନାଉରୀର ଡାକ । ପୁଣି ଥରେ ଗମନାଗମନରେ ବାଧକ ହେବ ନାଗାବଳୀ । କାରଣ ଗଛରେ ବନ୍ଧା ହୋଇଛି ଡଙ୍ଗାର ମଙ୍ଗ । ସର୍ବଦା ଓଡିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଗ୍ରାମବାସୀଙ୍କ ପାଇଁ ଦୁଃଖର କାରଣ ସାଜିଥାଏ ନାଗାବଳୀ ।

ବିଶେଷ କରି କେରେଡା ପଞ୍ଚାୟତ ଅଧୀନରେ ଥିବା ଗାଁ ଅନିଜା, ଆମ୍ପଲପୱାଳସା, ବୋରହଲୁଆ ସମେତ ପଡ଼ୋଶୀ ରାଜ୍ୟର 40ଖଣ୍ଡ ଗାଁ ଲୋକଙ୍କ ଗମନାଗମନର ଲାଇଫ୍‌ ଲାଇନ ନାଗାବଳୀ ନଦୀ । ତେବେ ନଈ ଆରପାରି ଥିବା ଲୋକଙ୍କ ମୁହଁରେ ହସ ଫୁଟିବା ପୂର୍ବରୁ ପୁଣି ଥରେ ଛାଇ ଯାଇଛି ଦୁଃଖର କଳାବାଦଲ । କାରଣ ୫୦ ଖଣ୍ଡ ଗାଁର ଭରସା ଥିବା ଏକମାତ୍ର ମୋଟର ବୋଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପ୍ରଶାସନ । ଯାହା ଏବେ ସେମାନଙ୍କ ଚିନ୍ତା ବଢାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସ୍ବାଧୀନତାରେ ଦୀର୍ଘ ବର୍ଷ ପରେ ମଧ୍ୟ ଯାତାୟତ ପାଇଁ ଏଠାରେ କୌଣସି ସୁବିଧା ନାହିଁ । ଫଳରେ ବାପଅଜା ଅମଳରୁ ଦେଶୀ ଡଙ୍ଗାରେ ନଦୀପାର ହୋଇଆସୁଛନ୍ତି ଏଠାକାର ବାସିନ୍ଦା । ଆଉ ଏଥର ଗାଁ ଲୋକେ ଚାନ୍ଦା ଆଦାୟ କରି ମୋଟର ବୋଟ କିଣିଥିବାବେଳେ ଦଇବ ସେମାନଙ୍କ ପାଇଁ ସାଜିଛି ଦାଉ । ଉକ୍ତ ଘାଟଟି ପ୍ରଶାସନର ତାଲିକାଭୁକ୍ତ ନଥିବାବେଳେ ଡଙ୍ଗାଟି ରେଜିଷ୍ଟ୍ରେସନ ନାହିଁ । ଖାଲି ସେତିକି ନୁହେଁ ସରକାରୀ ନିୟମ ମୁତାବିକ ନାଉରିଆ ମଧ୍ୟ ତାଲିମପ୍ରାପ୍ତ ନୁହନ୍ତି କି ସେମାନଙ୍କ ପାଖରେ ଏହାକୁ ଚଳାଇବାକୁ ଲାଇସେନ୍ସ ନାହିଁ । ଯେଉଁକାରଣରୁ ମୋଟର ବୋଟ ଚଳାଚଳକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଶାସନ ।

ଯଦ୍ବାରା ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ଜଳବନ୍ଦୀରେ ଜୀବନ ବିତାଉଛନ୍ତି ନଈ ଆରପାରିରେ ଥିବା 3 ଖଣ୍ଡ ଗାଁ । ଏମିତି ସ୍ଥିତିରେ ପ୍ରଶାସନ ଗ୍ରାମବାସୀଙ୍କ ପାଇଁ କିଭଳି ସହାୟତା ଯୋଗାଇବ ତାହା ସମୟ କହିବ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro: ଅନିଜା ଘାଟରେ ଆଉ ଚାଲିବ ନାହିଁ ଡଙ୍ଗା । ଗଛରେ ବନ୍ଧା ହୋଇଛି ଡ଼ଙ୍ଗାର ମଙ୍ଗ । ବାଲି ପଠାରେ ଆଉ ମଟରର ଶବ୍ଦ ଶୁଭିବନାହିଁ ନାଉରିର ଡ଼ାକ । ପୁଣି ଗମନା ଗମନରେ ବାଧକ ହେବ ନାଗାବଳୀ । ରାୟଗଡା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଅନିଜା ଗ୍ରାମକୁ ବାଟ ଓଗାଳି ବସିଥିବା ନାଗାବଳୀ ଉପରେ ଡଙ୍ଗା ଚଳାଚଳ ଉପରେ ନିଶିଦ୍ଧାଦେଶ ଜାରିକଲା ପ୍ରାଶାସନ ।Body:ଭିଓ-୧- ସବୁବେଳେ ଓଡିଶା - ଆନ୍ଧ୍ର ସୀମାନ୍ତ ଅଂଚଳରେ ବସବାସ କରୁଥିବା ଗ୍ରାମବାସୀ ମାନଙ୍କର ଦୁଃଖର କାରଣ ପାଲଟିଛି ନାଗାବଳୀ ନଦୀ । ବିଶେଷ କରି କେରେଡା ପଂଚାୟତ ଅଧିନରେ ଥିବା ଗାଁ ଅନିଜା , ଆମ୍ପଲପୱାଳସା ବୋରହଲୁଆ ସମେତ ପଡ଼ୋଶୀ ରାଜ୍ୟର ୪୦ ଖଣ୍ଡ ଗାଁ ଲୋକଙ୍କ ଗମନାଗମନର ଲାଇଫଲାଇନ ହେଉଛି ନାଗାବଳୀ ନଦୀ । ତେବେ ନଇ ଆରପାରୀ ଲୋକଙ୍କ ମୁହଁରେ ହସ ଫୁଟିବା ପୁର୍ବରୁ ପୁଣି ଥରେ ଦୁଖର କଳାପାହାଡ଼ ଘନେଇ ଆସିଛି । ଏଥର ୫୦ ଖଣ୍ଡା ଗାଁର ଭରସା ଥିବା ଏକ ମାତ୍ର ମୋଟର ବୋଟକୁ ବନ୍ଦ କରିବାକୁ ନିର୍ଦ୍ଧେଶ ଦେଇ ଚିନ୍ତା ବଢ଼େଇ ଦେଇଛି ଜିଲ୍ଲାପ୍ରଶାସନ ।
ବାଇଟ ୧- ଗୁରୁନାଥ ମାଣ୍ଡାଙ୍ଗି (ଆନିଜା ଗ୍ରାମବାସୀ)
ବାଇଟ -୨ - ଶୁସିଳା ମାଣ୍ଡାଙ୍ଗି (ଆନିଜା ଗ୍ରାମବାସୀ)Conclusion:ଭିଓ-୨-ଚଲା ରାସ୍ତାର କୈଣସି ସୁବିଧା ନଥିବାରୁ କେଉଁ ବାପ ଅଜା ଅମଳରୁ ଏଠିକା ଲୋକେ ଦେଶି ଡ଼ଙ୍ଗାରେ ନଦୀ ପାର ହେଉଥିଲେ । ଏଥର ଗାଁ ଲୋକେ ଚାନ୍ଦା କରି ମୋଟର ବୋଟ ଟିଏ କିଣିଛନ୍ତି ହେଲେ ଦାଉ ସାଧିଛି ଦଇବ । ଡ଼ଙ୍ଗାଘାଟଟି ପ୍ରଶାସନର ତାଲିକାରେ ନଥିବା ବେଳେ ଡ଼ଙ୍ଗଟି ମଧ୍ୟ ରେଜିଷ୍ଟେସନ ହୋଇନାହିଁ ଏପରିକି ନାଉରିଆ ସରକାରଙ୍କ ନିୟମ ମୁତାବକ ତାଲିମ ପ୍ରାପ୍ତ ନଥିଆଳରେ ଆଜିଠାରୁ ଏହିଘାଟରେ ଡ଼ଙ୍ଗା ଚଳାଚଳକୁ ବନ୍ଧ କରିଛି ଜିଲ୍ଲା ପ୍ରଶାସନ । ଫଳରେ ଯଥାପୁର୍ବମ ତଥା ପରମ ନ୍ୟୟରେ ପୁଣି ଥରେ ଜଳବନ୍ଦି ଜୀବନ ବିତେଇବାକୁ ବାଧ୍ୟ ହେଉଛନ୍ତି ନଇ ଆରପଟର ଓଡ଼ିଶାର ତିନିଖଣ୍ଡ ଗାଁର ଲୋକେ ।
ବାଇଟ-୩- ଉମାଶଙ୍କର ବେହେରା ( ତହସିଲଦାର, ରାୟଗଡ଼ା)
ପିଟୁସି -ରଞ୍ଜନ ରଥ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.