ETV Bharat / state

ସୁନା ବ୍ୟବସାୟୀଙ୍କ ଠୁ ୫୦ ଲକ୍ଷ ମୂଲ୍ୟର ଅଳଙ୍କାର ସହ ନଗଦ ୯ ଲକ୍ଷ ଲୁଟ - ରାୟଗଡ଼ା ନିକଟରେ ସୁନା ବ୍ୟବସାୟୀଙ୍କଠୁ ଲୁଟ

ଆନ୍ଧ୍ରପ୍ରଦେଶର ଦୁଇ ଜଣ ସୁନା ବ୍ୟବସାୟୀଙ୍କ ଠାରୁ ବଡ ଧରଣର ଲୁଟ୍ ହୋଇଛି । ସେମାନଙ୍କ ନିକଟରୁ ୫୦ ଲକ୍ଷ ମୂଲ୍ୟର ସୁନା ଅଳଙ୍କାର ସହ ନଗଦ ୯ ଲକ୍ଷ ଟଙ୍କା ଲୁଟ ହୋଇଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ସୁନା ବ୍ୟବସାୟୀଙ୍କଠୁ ୫୦ ଲକ୍ଷ ମୂଲ୍ୟର ଅଳଙ୍କାର ସହ ନଗଦ ୯ ଲକ୍ଷ ଲୁଟ

author img

By

Published : Apr 4, 2022, 12:18 PM IST

Updated : Apr 4, 2022, 12:28 PM IST

ରାୟଗଡ଼ା: ଗତକାଲି ଘରେ ପଶି ଲୁଟ୍‌ର ୨୪ ଘଣ୍ଟା ନ ପୁରୁଣୁ ଆଜି ଆଉ ଏକ ଲୁଟ୍ ଘଟିଛି । ଆନ୍ଧ୍ରପ୍ରଦେଶର ଦୁଇ ଜଣ ବ୍ୟବସାୟୀଙ୍କ ଠାରୁ ବଡଧରଣର ଲୁଟ୍ ହୋଇଛି । ୪ ଜଣ ଲୁଟେରା ମୁଣ୍ଡରେ ବନ୍ଧୁକ ଲଗାଇ ୯ ଲକ୍ଷ ଟଙ୍କା ନଗଦ ସମେତ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଜଣାପଡ଼ିଛି । ଶେଷଖାଲ ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ଗାଁ ଠାରୁ କିଛି ଦୂରରେ ଏହି ଲୁଟ ହୋଇଛି।

ସୁନା ବ୍ୟବସାୟୀଙ୍କ ଠୁ ୫୦ ଲକ୍ଷ ମୂଲ୍ୟର ଅଳଙ୍କାର ସହ ନଗଦ ୯ ଲକ୍ଷ ଲୁଟ

ଆନ୍ଧ୍ର୍ରପ୍ରଦେଶ ରାଜ୍ୟ ଅନ୍ତର୍ଗତ ବିଜୟୱାଡା ସହରର ଆର ଏବଂ ଜୁଏଲାରୀ ଦୋକାନର ୨ ଜଣ କର୍ମଚାରୀ ରାୟଗଡ଼ା ସହରର ବିଭିନ୍ନ ଦୋକାନରେ ନିଜର ଯୋଗାଣ ହୋଇଥିବା ସୁନା ଅଳଙ୍କାର ବାବଦ ଟଙ୍କା ଆଦାୟ କରିବା ସହ ନୂତନ ଅଳଙ୍କାର ଯୋଗାଣ ପାଇଁ ସାମଗ୍ରୀ ସାଥୀରେ ଆଣିଥିଲେ । ସହରରେ ନିଜର କାମ ଶେଷ କରିବା ପରେ ସ୍କୁଟି ଯୋଗେ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ ଯାଉଥିଲେ । ତେବେ ଜେମାଦେଇପେଣ୍ଠ ଗାଁ ଠାରୁ କିଛି ଦୂର ପରେ ଦୁଇଟି ବୁଲେଟରେ ୪ ଜଣ ଲୁଟେରା ଆସି ଦୁଇ ଜଣଙ୍କୁ ଅଟକାଇଥିଲେ ।

ଅଟକିବା ପରେ ୨ ଜଣ ବ୍ୟବସାୟୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଠେଲାପେଲା କରିବା ସହିତ ସେମାନଙ୍କ ନିକଟରେ ଥିବା ବ୍ୟାଗ ଲୁଟି ନେଇଥିଲେ। ଉକ୍ତ ବ୍ୟାଗରେ ପ୍ରାୟ ୧ କେଜି ଓଜନର ସୁନା ଅଳଙ୍କାର ସମେତ ୯ ଲକ୍ଷ ଟଙ୍କା ନଗଦ ରହିଥିଲା । ଲୁଟ୍ ହୋଇଥିବା ସୁନା ଅଳଙ୍କାର ମୂଲ୍ୟ ୫୦ ଲକ୍ଷ ହେବ ବୋଲି ସୂଚନା ମିଳିଛି । ଲୁଟର ଶିକାର ୨ ଜଣ ବ୍ୟକ୍ତି ହେଲେ ବାଲାଜୀ ଓ ଶ୍ରୀନିବାସ । ସେହିଭଳି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ ପରେ ଲୁଟେରା ମାନେ ଦ୍ରୁତ ଗତିରେ ଶେଷଖାଲ ଆଡକୁ ପଳାଇଥିଲେ। ଲୁଟର ଶିକାର ହୋଇଥିବା ୨ ଜଣ ତୁରନ୍ତ ଶେଷଖାଲ ଥାନା ପହଞ୍ଚି ଅଭିଯୋଗ କରିଛନ୍ତି ।

ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । SDPO ଦେବଜ୍ୟୋତି ଦାସ ଶେଷଖାଲ ଥାନା ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଏସଡିପିଓ କହିଛନ୍ତି ଯେ, ଘଟଣା ନେଇ ଅଭିଯୋଗ ମିଳିବା ପରେ ମାମଲା ରୁଜୁ କରାଯାଇଛି । ଏହାର ତଦନ୍ତ ଜାରି ରହିଛି । ତେବେ ଏହି ବ୍ୟକ୍ତି ମାନେ ସୁନା ବ୍ୟବସାୟୀଙ୍କ ଏଜେଣ୍ଟ ବୋଲି ଲୁଟେରା ମାନେ କିଭଳି ଜାଣିଲେ ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Apr 4, 2022, 12:28 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.