ରାୟଗଡା: ‘ମୋ ସରକାର’ ଅଭିଯୋଗ କକ୍ଷର ଶୁଭ ଉଦଘାଟନ । 5T ଓ ମୋ ସରକାର କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଆଜି(ସୋମବାର) ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସ୍ଥାନୀୟ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଉଦଘାଟନ କରିଛନ୍ତି । ଏଥିରେ ହୋଲଡିଂ ଟ୍ୟାକ୍ସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଟ୍ରେଡ ଲାଇସେନ୍ସ ଆଦି ସମସ୍ୟା ଉପରେ ଲୋକେ ଅଭିଯୋଗ କରିପାରିବେ ।
ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବାୟୋମାଟ୍ରିକ ବ୍ୟବସ୍ଥା, ବର୍ହିଃ ବିଭାଗରେ ରୋଗୀମାନଙ୍କ ପାଇଁ ଅନଲାଇନ ପଞ୍ଜୀକରଣ ଓ ସିସିଟିଭି ସର୍ଭିସ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡ଼ଃ ସର୍ବଣା ବିବେକ ଏମ, ସିଡିଏମଓ ଡ଼ଃ ଆର୍ତ୍ତବନ୍ଧୁ ନାୟକ, ଏଡିଏମଓ ଡ଼ଃ ଶକ୍ତିବ୍ରତ ମହାନ୍ତି, ପୈାର ପରିଷଦ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।
ରାୟଗଡାରୁ ରଞ୍ଜନ କୁମାର ନାଥ, ଇଟିଭି ଭାରତ