ETV Bharat / state

ଇ-ସୁବିଦ୍ୟାର ସ୍ଥିତି ପରଖିଲେ ମନ୍ତ୍ରୀ, ପିଲାଙ୍କ ସହ କଲେ ଆଲୋଚନା - ରାୟଗଡା ନ୍ୟୁଜ

ମନ୍ତ୍ରୀ ଜଗନ୍ନାଥ ସାରକା ଜିଲ୍ଲାର ବିଭିନ୍ନ ଗ୍ରାମକୁ ବୁଲି ଯାଇ ଇ-ସୁବିଦ୍ୟା କାର୍ଯ୍ୟକ୍ରମର ସ୍ଥିତି ପରଖିଛନ୍ତି ।

E-Suvidya mission in Rayagada
ମନ୍ତ୍ରୀ ଜଗନ୍ନାଥ ସାରକା ରାୟଗଡା ଜିଲ୍ଲା
author img

By

Published : May 26, 2020, 8:40 PM IST

ରାୟଗଡା: ମନ୍ତ୍ରୀ ଜଗନ୍ନାଥ ସାରକା ଜିଲ୍ଲାର ବିଭିନ୍ନ ଗ୍ରାମକୁ ବୁଲି ଯାଇ ମିଶନ ଇ-ସୁବିଦ୍ୟା କାର୍ଯ୍ୟକ୍ରମର ସ୍ଥିତି ପରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ବିଦ୍ୟାର୍ଥି ମାନଙ୍କୁ ଦିଆଯାଉଥିବା ଅନଲାଇନ ଶିକ୍ଷା ବ୍ୟବସ୍ଥାର ସ୍ଥିତି ଦେଖିଥିଲେ । ଉଭୟ ଅନଲାଇନ ଓ ଅଫଲାଇନ ଜରିଆରେ ଗାଁରେ ରହୁଥିବା ପିଲାଙ୍କୁ ଶିକ୍ଷାଦାନ ଦିଆଯାଉଛି । ମେଣ୍ଟରସିପ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷକମାନେ ପ୍ରତି ସପ୍ତାହରେ 5ଟି ଗ୍ରାମକୁ ଯାଇ ପିଲାଙ୍କୁ ଶିକ୍ଷାଦାନ ପ୍ରଦାନର ବ୍ୟବସ୍ଥା ହୋଇଛି ।

ମନ୍ତ୍ରୀ ଜଗନ୍ନାଥ ସାରକା ରାୟଗଡା ଜିଲ୍ଲା

ଏହି କ୍ରମରେ ଆଜି ମନ୍ତ୍ରୀ ସାରକା ସହ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି କୋଲନରା ବ୍ଲକର ଅନକାବାଡି ଓ ରାୟଗଡା ବ୍ଲକର ଉତ୍କପାଡୁ ଏବଂ ବୀର ନାରାୟଣପୁର ଗ୍ରାମକୁ ଯାଇ ଇ-ସୁବିଦ୍ୟାର ସ୍ଥିତି ପରଖିଥିଲେ । ପ୍ରଥମେ ମନ୍ତ୍ରୀ ଅନକବାଡି ଯାଇ ଏ ଶିକ୍ଷାଦାନକୁ ଦେଖିଥିଲେ । ଏବଂ ପିଲାଙ୍କୁ ଅନଲାଇନ ଶିକ୍ଷାଦାନ ସମ୍ପର୍କରେ ପଚାରି ବୁଝିଥିଲେ ।

ମନ୍ତ୍ରୀ ପିଲାମାନଙ୍କୁ କରୋନାର ଭୟାବହତା ସମ୍ପର୍କରେ ବୁଝାଇବା ସହ ସୁବିଦ୍ୟା କାର୍ଯ୍ୟକ୍ରମର ସୁଫଳ ନେବାକୁ ପରାମର୍ଶ ଦେଇଥିବା ବେଳେ ସେ ପିଲାମାନଙ୍କୁ ମାସ୍କ ବଣ୍ଟନ କରିଥିଲେ । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ରାୟଗଡା ବ୍ଲକ ଅଧକ୍ଷ ରାମଲୁ ପେଦେଣ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.