ETV Bharat / state

ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି ନିଶିଖାଲ ମାଙ୍ଗାନିଜ ଖଣି

ବନ୍ଦ ପଡିଥିବା ନିଶିଖାଲ ମାଙ୍ଗାନିଜରୁ ଅହରହ ଚାଲିଛି ଚୋରା ଚାଲାଣ । ପ୍ରତିଦିନ ଏହି ଖଣିରୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ବ୍ୟାପକ ପରିମାଣରେ ମାଙ୍ଗାନିଜ ଚୋରା ଚାଲାଣ କରାଯାଉଛି । ଏପଟେ ଓଏମସି କର୍ତୃପକ୍ଷ ସବୁ ଜାଣି ମଧ୍ୟ ଠିକ ରହିଥିବା କହି ଘଣ୍ଟ ଘୋଡାଉଛନ୍ତି । ଯାହାର ସୁଯୋଗ ନେଇ ଘଞ୍ଚ ଜଙ୍ଗଲ ମଧ୍ୟରେ ଜଙ୍ଗଲ ବିଭାଗ ଓଏମସି ମଧୁଚନ୍ଦିକାରେ ଆନ୍ଧ୍ର ଦଲାଲ ଲୁଟୁଛନ୍ତି କୋଟି କୋଟି ଟଙ୍କାର ମାଙ୍ଗାନିଜ ପଥର ।

author img

By

Published : Aug 23, 2019, 9:37 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ରାୟଗଡା

ରାୟଗଡା: ବନ୍ଦ ପଡିଥିବା ନିଶିଖାଲ ମାଙ୍ଗାନିଜ ଏବେ ଖଣି ମାଫିଆଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି । ଏଠାରେ ଅହରହ ଚାଲିଛି ଚୋରା ଚାଲାଣ । ଖଣି ଖାଦାନରେ ଭରା ରାୟଗଡ଼ା ଜିଲ୍ଲାରେ ବକ୍ସାଇଟକୁ ବାଦଦେଲେ ଅନ୍ୟ କୌଣସି ଖଣିର ସୁଦୁପଯୋଗ ହେଉନାହିଁ । ଯାହାଦ୍ବାରା ବର୍ତମାନ ଖଣିମାଫିଆଙ୍କ ନଜର ମାଙ୍ଗାନିଜ ଉପରେ ପଡ଼ିଛି । ଏହାର ନିତ୍ସକ ଉଦାହରଣ ଦେଖିବାକୁ ମିଳିଛି ନିଶିଖାଲ ମାଙ୍ଗାନିଜ ଖଣିରେ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ରାୟଗଡା

ପ୍ରତିଦିନ ଏହି ଖଣିରୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ବ୍ୟାପକ ପରିମାଣରେ ମାଙ୍ଗାନିଜ ଚୋରାରେ ଚାଲାଣ କରାଯାଉଛି । ଏପଟେ ଓଏମସି କର୍ତୃପକ୍ଷ ସବୁ ଜାଣି ମଧ୍ୟ ଠିକ ରହିଥିବା କହି ଘଣ୍ଟ ଘୋଡାଉଛନ୍ତି ।

୧୯୯୫ ମସିହା ପୁର୍ବରୁ ରାୟଗଡ଼ାରେ ଥିବା ଫେରୋମାଙ୍ଗନିଜ ପ୍ଲାଣ୍ଟକୁ ନିଶିଖାଲ ମାଇନସ ମାଙ୍ଗାନିଜ ଯୋଗାଇ ଆସୁଥିଲା । ପରେ ପ୍ଲାଣ୍ଟ ବନ୍ଦ ହୋଇଯିବାରୁ ନିଶିଖାଲ ଠାରେ ଥିବା ଏହି ଖଣି ମଧ୍ୟ ବନ୍ଦ ହୋଇଗଲା । ପରେ ବନ ବିଭାଗ ଓ ଖଣି ବିଭାଗ ମଧ୍ୟରେ ମାଇନସକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ଉଭୟ ବିଭାଗର ସମନ୍ବୟ ଅଭାବକୁ ଦେଖି ରାଜ୍ୟ ସରକାର ଖଣିକୁ ବନ୍ଦ କରିଦେଲେ ।

ଦୀର୍ଘ ବର୍ଷ ବନ୍ଦ ରହିବା ପରେ ପୁଣି ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ପୁଣି ଥରେ ଏହି ଖଣି ଖନନ ପାଇଁ ଯୋଜନା କଲେ । କିନ୍ତୁ ମାଙ୍ଗାନିଜର ବର୍ତମାନ ସ୍ଥିତିରେ ଚାହିଦା ନଥିବାରୁ କୌଣସି କାରଖାନା ଲିଜ ନେବାକୁ ଇଚ୍ଛା ପ୍ରକଟ କରିନଥିଲେ । ଫଳରେ ଓଏମସିକୁ ଉକ୍ତ ମାଇସର ଲିଜ ପ୍ରଦାନ ସାଙ୍ଗକୁ ପୁର୍ବରୁ ଖୋଳାଯାଇଥିବା ହଜାର ହଜାର ଟନ ମାଙ୍ଗାନିଜର ରକ୍ଷଣା ବେକ୍ଷଣ ଦାୟୀତ୍ବ ଦିଆଯାଇଥିଲା ।

ଯାହାଦ୍ବାରା ପୂର୍ବରୁ ଖନନ ହୋଇଥିବା ମାଙ୍ଗାନିଜ ଗୁଡ଼ିକ ବାହାରେ ପଡ଼ିରହିଥିବା ବେଳେ ନୂତନ ଭାବେ ଆଉ ଖନନ ହେଲାନାହିଁ । ଏହାର କିଛି ଦିନପରେ ଓଏମସି ଦଲାଲଙ୍କ କୁଚକ୍ରାନ୍ତରେ ଏହି ମାଙ୍ଗାନିଜକୁ ନଥିପତ୍ରରେ ନିମ୍ମମାନର ଦର୍ଶାଇ ରଦ୍ଦ ମାଙ୍ଗାନିଜ ଭାବେ ଘୋଷଣା କଲା । ସେହି ଦିନଠାରୁ ଆନ୍ଧ୍ର ଦଲାଲଙ୍କ ନିଶିଖାଲ ମାଇନ ଏକ ପାଚିଲା କ୍ଷେତରେ ପରିଣତ ହୋଇଛି ।

ଏହେଲା ରାୟଗଡ଼ା ଜିଲ୍ଲାର ନିଶିଖାଲ ମାଙ୍ଗାନିଜ ଖଣି । ଏହି ଖଣିକୁ ୨୪ ବର୍ଷ ପୂର୍ବରୁ ବନ ବିଭାଗ ଓ ଖଣି ବିଭାଗ ମଧ୍ୟରେ ସମନ୍ବୟ ଅଭାବ ଯୋଗୁଁ ବନ୍ଦ କରିଦିଯାଇଛି । ଦୀର୍ଘ ବର୍ଷ ବନ୍ଦ ପଡ଼ିବା ପରେ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ପୁଣିଥରେ ମାଇନସ ଚାଲିବା ପାଇଁ ଯୋଜନା କଲେ ହେଲେ ମାଙ୍ଗାନିଜର ସମ୍ପତି ଚାହିଦା କମ ଯୋଗୁଁ କୌଣସି କାରଖାନା ଖଣି ଲିଜରେ ନେବାକୁ ଇଚ୍ଛା ପ୍ରକଟ ନକରିବାରୁ ତାହା ଓଏମସିକୁ କେବଳ ଜଗାରଖାର ଦାୟିତ୍ବ ଦିଆଯାଇଛି ।

ତେବେ ପୂର୍ବରୁ ଖନନ ହୋଇଥିବା ହଜାର ହଜାର ଟନ ମାଙ୍ଗାନିଜ ଗୁଡ଼ିକ ପଡ଼ିରହିଲା । ଏହାର ସୁଯୋଗ ନେଇ ଘଞ୍ଚ ଜଙ୍ଗଲ ମଧ୍ୟରେ ଜଙ୍ଗଲ ବିଭାଗ , ଓଏମସିର ମଧୁଚନ୍ଦିକାରେ ଆନ୍ଧ୍ର ଦଲାଲ ଲୁଟୁଛନ୍ତି କୋଟି କୋଟି ଟଙ୍କାର ମାଙ୍ଗାନିଜ ପଥର ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Intro:ବନ୍ଦ ପଡିଥିବା ନିଶିଖାଲ ମାଙ୍ଗାନିଜ ଖଣି ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି । ଏଠି ଅହରହ ଚାଲିଛି ଚୋରା ଚାଲାଣ । ଖଣି ଖାଦାନରେ ଭରା ରାୟଗଡ଼ା ଜିଲ୍ଲାରେ ବକ୍ସାଇଟକୁ ବାଦଦେଲେ ଅନ୍ୟ କୋ÷ଣସି ଖଣିର ସଦୁପଯୋଗ ହେଉନାହିଁ । ଯଦ୍ୱାରା କି ବର୍ତମାନ ଖଣିମାଫିଆଙ୍କ ନଜର ମାଙ୍ଗାନିଜ ଉପରେ ପଡ଼ିଛି । ଏହାର ନିତ୍ସକ ଉଦାହରଣ ଦେଖିବାକୁ ମିଳିଛି ନିଶିଖାଲ ମାଙ୍ଗାନିଜ ଖଣିରେ । ପ୍ରତିଦିନ ଏହି ଖଣିରୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ବ୍ୟାପକ ପରିମାଣରେ ମାଙ୍ଗାନିଜ ଚୋରାରେ ଚାଲାଣ କରାଯାଉଛି । ଏଣେ ଓଏମସି କର୍ତୃପକ୍ଷ ସବୁ ଜାଣି ମଧ୍ୟ ଠିକ ରହିଥିବା କହି ଘଂଟ ଘୋଡାଉଛନ୍ତି ।
Body:୧୯୯୫ ମସିହା ପୁର୍ବରୁ ରାୟଗଡ଼ାରେ ଥିବା ଫେରୋମାଙ୍ଗନିଜ ପ୍ଲାଟଂକୁ ନିଶିଖାଲ ମାଇନସ ମାଙ୍ଗାନି ଯୋଗାଇ ଆସୁଥିଲା ପରେ ପ୍ଲାଟଂ ବନ୍ଦ ହୋଇଯିବାରୁ ନିଶିଖାଲ ଠାରେ ଥିବା ଏହି ଖଣି ମଧ୍ୟ ବନ୍ଦ ହୋଇଗଲା । ପରେ ବନ ବିଭାଗ ଓ ଖଣି ବିଭାଗ ମଧ୍ୟରେ ମାଇନସକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ଉଭୟ ବିଭାଗର ସମନ୍ୱୟ ଅଭାବରୁ ଦେଖି ରାଜ୍ୟସରକାର ଖଣିକୁ ବନ୍ଦ କରିଦେଲେ । ଦୀର୍ଘ ବର୍ଷ ବନ୍ଦ ରହିବା ପରେ ପୁଣି ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ଏହି ଖଣିକୁ ଅକସନ ଡ଼ାକିଥିଲେ । କିନ୍ତୁ ମାଙ୍ଗାନିଜର ବର୍ତମାନ ସ୍ଥିତିରେ ଚାହିଦା ନଥିବାରୁ କୋ÷ଣସି କାରଖାନା ଲିଜ ନେବାକୁ ଇଚ୍ଛା ପ୍ରକଟ କରିନଥିଲେ । ଫଳରେ ଓଏମସିକୁ ଉକ୍ତ ମାଇସର ଲିଜ ପ୍ରଦାନ ସାଙ୍ଗକୁ ପୁର୍ବରୁ ଖୋଳାଯାଇଥିବା ହଜାରହଜାର ଟନ ମାଙ୍ଗାନିଜର ରକ୍ଷଣା ବେକ୍ଷଣ ଦାୟୀତ୍ୱ ଦିଆଯାଇଥିଲା । ଯଦ୍ୱାରା ପୂର୍ବରୁ ଖନନ ହୋଇଥିବା ମାଙ୍ଗାନିଜ ଗୁଡ଼ିକ ବାହାରେ ପଡ଼ିରହିଲା ବେଳେ ଆଉ ନୂତନ ଭାବେ ଆଉ ଖନନ ହେଲାନାହିଁ । ଏହାର କିଛି ଦିନପରେ ଓଏମସି ଦଲାଲଙ୍କ କୁଚକ୍ରାନ୍ତରେ ଏହି ମାଙ୍ଗାନିଜକୁ ନଥିପତ୍ରରେ ନିମ୍ମମାନର ଦର୍ଶାଇ ରଦ୍ଦ ମାଙ୍ଗାନି ଭାବେ ଘୋଷଣା କଲା । ସେହି ଦିନଠାରୁ ଆନ୍ଧ୍ର ଦଲାଲଙ୍କ ନିଶିଖାଲ ମାଇନ ଏକ ପାଚିଲା କ୍ଷେତରେ ପରିଣତ ହୋଇଛି ।
Conclusion:ଏହେଲା ରାୟଗଡ଼ା ଜିଲ୍ଲାର ନିଶିଖାଲ ମାଙ୍ଗାନିଜ ଖଣି । ଏହି ଖଣିକୁ ୨୪ ବର୍ଷ ପୂର୍ବରୁ ବନ ବିଭାଗ ଓ ଖଣି ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁଁ ବନ୍ଦ କରିଦିଯାଇଛି । ଦୀର୍ଘ ବର୍ଷ ବନ୍ଦ ପଡ଼ିବା ପରେ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ପୁଣିଥରେ ମାଇନସ ଚାଲିବା ପାଇଁ ଯୋଜନା କଲେ ହେଲେ ମାଙ୍ଗାନିଜର ସମ୍ପ୍ରତି ଚାହିଦା କମ ଯୋଗୁଁ କୋ÷ଣସି କାରଖାନା ଖଣି ଲିଜରେ ନେବାକୁ ଇଚ୍ଛା ପ୍ରକଟ ନକରିବାରୁ ତାହା ଓଏମସିକୁ କେବଳ ଜଗାରଖାର ଦାୟିତ୍ୱ ଦିଆଯାଇଛି । ତେବେ ପୂର୍ବରୁ ଖନନ ହୋଇଥିବା ହଜାର ହଜାର ଟନ ମାଙ୍ଗାନିଜ ଗୁଡ଼ିକ ପଡ଼ିରହିଲା । ଏହାର ସୁଯୋଗ ନେଇ ଘଚଂ ଜଙ୍ଗଲ ମଧ୍ୟରେ ଜଙ୍ଗଲ ବିଭାଗ , ଓଏମ୍ସିର ମଧୁଚନ୍ଦିକାରେ ଆନ୍ଧ୍ର ଦଲାଲ ଲୁଟୁଛନ୍ତି କୋଟି କୋଟି ଟଙ୍କାର ମାଙ୍ଗାନିଜ ପଥର ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.