ETV Bharat / state

ମନରେଗାରେ କାମ କରାଇଲେ, ପାଉଣା ଦେବାକୁ ଭୁଲିଗଲେ

author img

By

Published : Oct 30, 2021, 8:00 AM IST

ମନରେଗା କାର୍ଯ୍ୟ କରିବି ପାଉଣା ପାଉ ନାହାଁନ୍ତି ଶ୍ରମିକ । ଏପରି ଅଭିଯୋଗ ଆସିଛି ରାୟଗଡାର ୫ ଖଣ୍ତ ପଞ୍ଚାୟତରୁ । ଅଧିକ ପଢନ୍ତୁ...

ମନରେଗା କାର୍ଯ୍ୟ କରିବି ପ୍ରାପ୍ୟ ପାଉ ନାହାଁନ୍ତି ଶ୍ରମିକ

ରାୟଗଡା: ମନରେଗା କାର୍ଯ୍ୟ କରିବି ପାଉଣା ପାଉନାଁହାନ୍ତି ଶ୍ରମିକ । ଏପରି ଅଭିଯୋଗ ଆସିଛି ରାୟଗଡାର ୫ ଖଣ୍ତ ପଞ୍ଚାୟତରୁ । ଯାହାକୁ ନେଇ ଦିନ ମଜୁରିଆଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ରାୟଗଡା ଜିଲ୍ଲା କଲ୍ୟାଣ ସିଙ୍ଗପୁର ବ୍ଲକର ସୁନାଖଣ୍ଡି ,ସେରିଗୁମା,ନାରାୟଣପୁର,କରପା ଓ ସିକରପାଇ ମୋଟ ପାଞ୍ଚ ଖଣ୍ଡ ପଞ୍ଚାୟତର ଶତାଧିକ ଦିନ ମଜୁରିଆ ଗତ ସେପ୍ଟେମ୍ବର ୨୧ ତାରିଖରୁ ମନେରଗା କାମରେ ନିୟୋଜିତ ହୋଇ କାର୍ଯ୍ୟ କରିଥିଲେ । ଆଜିକୁ ପାଖାପାଖି ୧ ମାସ ଅତିକ୍ରମ କରିଥିଲେ ବି ସେମାନଙ୍କୁ ମଜୁରୀର ପାଉଣା ମିଳି ନଥିବା ଅଭିଯୋଗ ହୋଇଛି ।

ଖାଲି ସେତିକି ନୁହେଁ ସରକାର ୧୦୦ ଦିନ ମନେରେଗା ଯୋଜନାରେ କାର୍ଯ୍ୟ ଯୋଗାଇବା ନିୟମ ରହିଛି । ହେଲେ କାମ ନ ପାଇ ଶତାଧିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଅପରପକ୍ଷେ କାମ ଆରମ୍ଭ ପୂର୍ବରୁ ସପ୍ତାହକୁ ମଜୁରୀ ମିଳିବା ପ୍ରତିଶୃତି ଦେଇ ଜିଆରଏସ କାମ ସାରିଥିବା ବେଳେ ବର୍ତ୍ତମାନ ନିଜର ପ୍ରାପ୍ୟ ମାଗିଲେ କେନ୍ଦ୍ର ସରକାରଙ୍କ ଠାରେ ଅର୍ଥ ନ ଥିବା ଭଳି ମିଛ କହି ମୁଲିଆଙ୍କୁ ଭୂଆଁ ବୁଲାଉଥିବା ଅଭିଯୋଗ ମଧ୍ୟ ହୋଇଛି । ତେବେ ଏନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଘଟଣାର ତଦନ୍ତ କରି ସେମାନଙ୍କ ପାରିଶ୍ରମିକ ଶୀଘ୍ର ଦିଆଯିବା ବୋଲି ପ୍ରକାଶ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.