ETV Bharat / state

କନ୍ଧ ସମ୍ପ୍ରଦାୟଙ୍କ ମେରିଆ ପର୍ବ, ଦେବତାଙ୍କୁ ପୋଢ଼ ଦେଇ ଶୁଭ ମନାସିଲେ ଗ୍ରାମବାସୀ

ଶେଷ ହୋଇଛି କନ୍ଧ ସମ୍ପ୍ରଦାୟଙ୍କ ମେରିଆ ପର୍ବ । ପାରମ୍ପରିକ ନାଚଗୀତର ବାଦ୍ୟ ତାଳେତାଳେ ଝୁମିଲେ ଆଦିବାସୀ ସମ୍ପ୍ରଦାୟ । ଅଧିକ ପଢ଼ନ୍ତୁ

author img

By

Published : Feb 13, 2023, 12:03 PM IST

ରାୟଗଡ଼ାରେ ମେରିଆ ପର୍ବ
meria festival in rayagada
କନ୍ଧ ସମ୍ପ୍ରଦାୟଙ୍କ ମେରିଆ ପର୍ବ

ରାୟଗଡ଼ା: ପ୍ରକୃତି ଉପାସକ କନ୍ଧ ସମ୍ପ୍ରଦାୟ । ଏମାନେ ଦାରୁଠୁ ଆରମ୍ଭ କରି ମାଟି, ପାଣି ଏବଂ ପବନକୁ ନିଜ ଆରାଧ୍ୟ ଦେବତା ଭାବେ ପୂଜା କରିଥାନ୍ତି । ସେ ସାନିପା ପୂଜା ହେଉ ବା ମେରିଆ ପର୍ବ ସବୁଠି ରହିଛି ପ୍ରକୃତି ଉପାସକର ନିଚ୍ଛକ ଚିତ୍ର । ଯାହାକି ମେରିଆ ପର୍ବରୁ ସ୍ପଷ୍ଟ ବାରି ହୋଇପଡ଼େ । ରାୟଗଡ଼ା ଜିଲ୍ଲାରେ ବସବାସ କରୁଥିବା ଆଦିବାସୀଙ୍କ ଏକ ଭିନ୍ନ ପର୍ବ ହେଉଛି ମେରିଆ ପର୍ବ ।

ଏହା ମଧ୍ୟ ପଢ଼ନ୍ତୁ: ମା'ର ଶେଷ ଇଚ୍ଛା ପୂରଣ କଲା ପୁଅ, ବୋଝରେ ବୋହି ଆଣି କରାଇଲା ଜଗା ଦର୍ଶନ

ଏହି ମେରିଆ ପର୍ବକୁ ଧୂମଧାମରେ ପାଳନ କରିଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକେ । ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକର ରାମନାକୁପୁଳି ଗ୍ରାମ ଠାରେ ପାଳିତ ହୋଇଛି ମେରିଆ ପର୍ବ । ଏହିପର୍ବ ୩ ଦିନ ଧରି ଚାଲିବାର ନିୟମ ରହିଥିବାବେଳେ ଏଥିପାଇଁ ମୁଖ୍ୟତ ପୋଢ଼ ବା ଗୋଟିଏ ମଇଁଷି ଦରକାର । ଦୁଇ ଦିନ ଗ୍ରାମରେ ପୂଜା ପାଉଥିବା ଦେବାଦେବୀଙ୍କ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଥାଏ । ଏହି ଅବସରରେ ଗ୍ରାମ ଚାରିପଟେ ପାରମ୍ପରିକ ବାଜା ବଜାଇ ଯୁବକ ଯୁବତୀମାନେ ନାଚଗୀତରେ ମସଗୁଲ ହୁଅନ୍ତି । ଶେଷଦିନ ଭୋରରେ ଦିସାରି ଦେଇଥିବା ସମୟ ନିର୍ଘଣ୍ଟ ଅନୁଯାୟୀ ବିଭିନ୍ନ ଗାଁରୁ ଆସିଥିବା ଶହଶହ ଟାଙ୍ଗିଆଧାରୀ ଜିଅନ୍ତା ପୋଢ଼କୁ ଆକ୍ରମଣ କରିଥାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବାଣୀବିହାରରେ JNU ପ୍ରଫେସରଙ୍କ ବକ୍ତବ୍ୟକୁ ବିରୋଧ ଘଟଣା, କାର୍ଯ୍ୟନୁଷ୍ଠାନ ଦାବି କଲା ଛାତ୍ର ବିଜେଡି

ଆଦିବାସୀଙ୍କ ପରମ୍ପରା ଅନୁଯାୟୀ, ପୋଢ଼ର ମୃତ୍ୟୁ ପରେ ତାର ମୁଣ୍ଡକୁ ଧରଣିପେନୁକୁ ଉତ୍ସର୍ଗ କରିଥାନ୍ତି ଏବଂ ପ୍ରସାଦ ରୂପରେ ତାକୁ ଗ୍ରାମରେ ବାଣ୍ଟିଥାନ୍ତି । ଟାଙ୍ଗିଆ ଚୋଟରେ ଝରିଥିବା ପୋଢ଼ର ରକ୍ତକୁ ସଂଗ୍ରହ କରି ଲୋକେ ନିଜ କ୍ଷେତରେ ପୋତିଥାନ୍ତି । ଲୋକଙ୍କ ବିଶ୍ୱାସ ରହିଛି କି, ଏହି ପୂଜା କଲେ କ୍ଷେତରେ ସୁନାର ଫସଲ ହେବା ସହ ଗାଁରେ ରୋଗ ବୈରାଗ୍ୟ ହେବନାହିଁ କି ଗାଁକୁ କୌଣସି ଦୁଷ୍ଟ ଶକ୍ତିର ପ୍ରଭାବ ପଡ଼ିବ ନାହିଁ । ମେରିଆ ପର୍ବରେ ଆଦିବାସୀମାନେ ନିଜ ନିଜ ସମ୍ପର୍କୀୟଙ୍କୁ ଡ଼ାକିବା ଏବଂ ସେମାନଙ୍କ ସମ୍ପର୍କକୁ ଏକ ସୂତ୍ରରେ ବାନ୍ଧି ରଖିବା ପାଇଁ ପ୍ରୟାସ କରିଥାନ୍ତି । ଏହି ଅବସରରେ ସେମାନେ ଆଖୁ ଦଣ୍ଡ ନାଚରେ ମଧ୍ୟ ନାଚିନାଚି ଗୁଡି ଦେବତାଙ୍କୁ ଗ୍ରାମ ସାରା ବୁଲାଇ ଥାନ୍ତି ଏବଂ ସମସ୍ତଙ୍କ ଶୁଭ ମନାସିଥାନ୍ତି ।

ବି.ଦ୍ର: ‘ଇଟିଭି ଭାରତ’ କୌଣସି ଅନ୍ଧବିଶ୍ବାସକୁ ବିଶ୍ବାସ କରେନାହିଁ । ଏହା ଲୋକଙ୍କ ବିଶ୍ବାସ କନ୍ଧ ସମ୍ପ୍ରଦାୟର ପରମ୍ପରା । ତାହାହିଁ ଉଲ୍ଲେଖ ରହିଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.