ରାୟଗଡ଼ା: ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା 32ତମ ସଡକ ସୁରକ୍ଷା ମାସ ଅବସରରେ ସହରରେ ଏକ ମେଗା ବାଇକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ବାଇକ ରାଲିକୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା, ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଏସପି ବିବେକାନନ୍ଦ ଶର୍ମା ମିଳିତ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
ଉକ୍ତ ବାଇକ ରାଲି ସ୍ଥାନୀୟ GCD ହାଇସ୍କୁଲ ପଡ଼ିଆରୁ ବାହାରି ସହର ପରିକ୍ରମା କରିବା ସହ ଗାନ୍ଧୀ ପାର୍କରେ ଶେଷ କରାଯାଇଛି । ଏଥିରେ ହେଲମେଟ ପିନ୍ଧି ବାଇକ ଚଲେଇବା, ଟ୍ରାଫିକ ନିୟମ ମାନିବା, ମଦ୍ୟପାନ କରି ଗାଡି ନଚଲେଇବାକୁ ସଚେତନତା ବାର୍ତା ବଣ୍ଟାଯାଇଛି ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ