ETV Bharat / state

ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଗାଡ଼ିରେ ଡାକ୍ତରଙ୍କ ଜୁଆଖେଳ

ସେବା ପ୍ରଦାନ କରିବା ବଦଳରେ ଜୁଆ ଖେଳ । ପୁଣି ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ଗାଡ଼ି ମଧ୍ୟରେ । ଫାର୍ମାସିଷ୍ଟ ଓ ସେବିକାକୁ ଧରି ଜୁଆଖେଳରେ ମାତିଛନ୍ତି ଡାକ୍ତର । ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା
author img

By

Published : Jul 30, 2019, 5:10 PM IST

ରାୟଗଡ଼ା: ହାତ ପାହାନ୍ତାରେ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଆରମ୍ଭ ହୋଇଥିଲା ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଯୋଜନା । ପ୍ରତି ଗାଁର ଲୋକଙ୍କୁ ଯୋଗାଇ ଦିଆଯିବ ଚିକିତ୍ସା । ସେଥିପାଇଁ ଡାକ୍ତର, ଫାର୍ମାସିଷ୍ଟ ଓ ସେବିକାକୁ ଧରି ଗାଁ ବୁଲିଛି ସ୍ବାସ୍ଥ୍ୟ ବିଭାଗର ଏହି ଗାଡ଼ି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା

କିନ୍ତୁ ଅପହଞ୍ଚ ଅଞ୍ଚଳରେ ସେବା ଯୋଗାଇବା ପରିବର୍ତ୍ତେ ମଉଜ କରିବାରେ ମାତିଛନ୍ତି ଏହି ଟିମ୍ । ଗାଡ଼ି ଭିତରେ ଜୁଆ ଖେଳୁଥିବା ନେଇ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସ୍ବାସ୍ଥ୍ୟ ବିଭାଗର ଏପରି ଖାମଖିଆଲି ନୀତି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର କୁରଲି ଅଞ୍ଚଳର ଘଟିଥିବା ଏହି ଭିଡ଼ିଓ ଭାଇରାଲ ପରେ ଅସଲ ଚିତ୍ର ସାମ୍ନାକୁ ଆସିଛି । କର୍ମଚାରୀଙ୍କ ଦାୟିତ୍ବହୀନତାକୁ ସାର ଜିଲ୍ଲାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ରାୟଗଡ଼ାରୁ ରଞ୍ଜନ କୁମାର ନାଥ, ଇଟିଭି ଭାରତ

Intro:ହାତ ପାଆନ୍ତାରେ ଗାଁ ଗାଁ ରେ ଲୋକଙ୍କ ପାଖକୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ତରଫରୁ ଭ୍ରାମ୍ୟ ମାଣ ହେଲଥ ୟୁନିଟ ଗାଡି ଯୋଗାଇ ଦେଇଛନ୍ତି । ଏହି ଗାଡ଼ିରେ ଜଣେ ଡାକ୍ତର, ଫର୍ମାସିଟ, ସେବିକା ଗାଁ ଗାଁ ବୁଲି ସ୍ୱାସ୍ଥ୍ୟ ସେବା ଯୋଗନ୍ତି କିନ୍ତୁ କିଛି ଖମିଖିଆଲୀ ସରକାରୀ କର୍ମଚାରିଙ୍କ ଦାୟିତ୍ୱ ହୀନତା ଯୋଗୁଁ ସ୍ବାସ୍ଥ୍ୟ ବିଭାଗ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର କୁରଲି ଅଞ୍ଚଳରେ। ଭ୍ରାମ୍ୟ ମାଣ ହେଲଥ ୟୁନିଟର ମେଡିକାଲ ଟିମ ଗାଁ ରେ ପହଞ୍ଚି ସେବା ଯୋଗାଇଦେବା ବଦଳରେ ଗାଡି ଭିତରେ ଜୁଆ ଆଡା ଜମାଇଥିବା ର ଭିଡିଓ ଏବେ ଧୀରେ ଧୀରେ ଭାଇରଲ ହେବାରେ ଲାଗିଛି । ଏହା କେବେ କାର ଭିଡିଓ ସଠିକ ଭାବେ ଜଣା ପଡି ନଥିବା ବେଳେ ଏଥିରୁ ସ୍ପଷ୍ଟ ବାରି ହେଉଛି କେମିତି ଚାଲିଛି ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟ ସେବା
Body:ଭ୍ରାମ୍ୟମାଣିୟ ଗାଡ଼ିରେ ଡାକ୍ତରଙ୍କ ଜୁଆ ଖେଳConclusion:ଭ୍ରାମ୍ୟମାଣିୟ ଗାଡ଼ିରେ ଡାକ୍ତରଙ୍କ ଜୁଆ ଖେଳଆ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.