ETV Bharat / state

Matric Exam: କଟକଣା ଭିତରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ - ମାଟ୍ରିକ ସମେଟିଭ-2 ପରୀକ୍ଷା

ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ସମେଟିଭ-2 ପରୀକ୍ଷା । ରାୟଗଡା ଜିଲ୍ଲାର 60ଟି କେନ୍ଦ୍ରରେ ସିସିଟିଭି ପରିସରରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

matric examination starts from today in rayagada
Matric Exam:କଟକଣା ଭିତରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ
author img

By

Published : Apr 29, 2022, 12:36 PM IST

ରାୟଗଡ଼ା: ଆଜି ଠାରୁ ଆରମ୍ଭ ହୋଇଛି ମାଟ୍ରିକ ସମେଟିଭ-2 ପରୀକ୍ଷା । ଦୀର୍ଘ ଦୁଇ ବର୍ଷ ପରେ ଅଫଲାଇନ ମୋଡରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ରାୟଗଡା ଜିଲ୍ଲାର 60ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ହେଉଛି ।

Matric Exam:କଟକଣା ଭିତରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ

ଜିଲ୍ଲାର ମୋଟ 11ହଜାର 943ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ବିଷମକଟକ ବ୍ଲକ ଅନ୍ତର୍ଗତ ହାଟମୁନିଗୁଡା ଶ୍ରୀ ରାମଚନ୍ଦ୍ର ସାହୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ରେଗୁଲାର ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଛି । ସ୍କୁଲ ପରିଚାଳନା ପକ୍ଷରୁ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି । ପିଲାମାନେ ଅଧଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଥିବା ବେଳେ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ କରିବା ସହ ଥର୍ମାଲ ସ୍କ୍ରିନିଂ କରାଯାଇଛି । ହିଟ ୱେଭକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ଥଣ୍ଡା ପାନୀୟ ଜଳ ଏବଂ ଓଆରଏସର ବ୍ୟବସ୍ଥା କରାଯାଇଛି। କପି ରୋକିବା ପାଇଁ ପ୍ରତ୍ୟେକ କେନ୍ଦ୍ରରେ ସିସିଟିଭି ଲଗାଯାଇଛି ।

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.