ETV Bharat / state

ରାୟଗଡାରେ ପୋଷ୍ଟର ମାରି ଉପସ୍ଥିତି ଜାହିର କଲେ ଲାଲବାହିନୀ

ଶୁକ୍ରବାର ପୁଣି ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ନିକଟରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ତେବେ ପୋଲିସ ଏହି ପୋଷ୍ଟରକୁ ଜବତ କରିଛି । ଅଧିକ ପଢନ୍ତୁ...

author img

By

Published : Dec 4, 2020, 1:15 PM IST

Maoists poster again found in Rayagada district
ରାୟଗଡାରେ ପୁଣି ମାଓ ପୋଷ୍ଟରକୁ ଜବତ କଲା ପୋଲିସ

ରାୟଗଡା: ଜିଲ୍ଲାର ଅମ୍ବାଦଳା ଥାନା ଅର୍ନ୍ତଗତ ଡିମିରିଗୁଡା ଗାଁରେ ଶୁକ୍ରବାର ପୁଣି ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । କିଛି ଦିନ ବ୍ୟବଧାନରେ ପୋଷ୍ଟର ଲଗାଇ ମାଓବାଦୀମାନେ ସେମାନଙ୍କ ସ୍ଥିତିକୁ ଜାହିର କରିଛନ୍ତି । ତେବେ ପୋଷ୍ଟର ଲାଗିବା ପରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଥିବା ବେଳେ ସିଆରପିଏଫ ଯବାନଙ୍କୁ ସେଠାରେ ମୁତୟନ କରାଯାଇଛି ।

ଅମ୍ବାଦଳା ଥାନା ଅନ୍ତର୍ଗତ ଡିମିରିଗୁଡା ଗ୍ରାମରେ ଶୁକ୍ରବାର ସକାଳ ସମୟରେ 4ଟି ପୋଷ୍ଟର ଦେଖିବାକୁ ମିଳିଥିଲା । ଏହି ୪ଟି ମାଓ ପୋଷ୍ଟର ଗାଁକୁ ପ୍ରବେଶ କରୁଥିବା ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଗଛରେ ଲଗାଯାଇଛି । ଏଥିରେ ଡିସେମ୍ବର 2ରୁ 5 ପର୍ଯ୍ୟନ୍ତ PLGA ସପ୍ତାହକୁ ପାଳନ କରିବାକୁ ଆହ୍ବାନ ଦିଆଯାଇଥିବା ବେଳେ, ଇନଫରମର ନେଟ୍‌ୱାର୍କକୁ ଧ୍ବଂସ କରନ୍ତୁ ଓ ନୂଆ ଗଣତାନ୍ତ୍ରିକ ବିପ୍ଳବୀଙ୍କୁ ଜିନ୍ଦାବାଦ ବୋଲି ଲେଖାଯାଇଛି ।

ଏହି ପୋଷ୍ଟରକୁ ଓଡିଶା ରାଜ୍ୟ କମିଟି CPI ମାଓବାଦୀ ତରଫରୁ ଲଗାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ପୋଷ୍ଟର ଲାଗିବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ ହୋଇପଡିଛନ୍ତି । ତେବେ ମାଓ ପୋଷ୍ଟର ଲାଗିଥିବା ଖବର ପାଇ ଅମ୍ବାଦଳା ପୋଲିସ ଡିମିରିଗୁଡା ଯାଇ ଏହି ପୋଷ୍ଟରଗୁଡିକୁ ଜବତ କରିଛି । ମାଓ ପୋଷ୍ଟର ଲାଗିବାପରେ ସେହି ଅଞ୍ଚଳରେ ସିଆରପିଏଫ ଦ୍ଵାରା ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

ରାୟଗଡାରୁ ରଞ୍ଜନ କୁମାର ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.