ETV Bharat / state

ମମିତା ହତ୍ୟାକାଣ୍ଡ: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି, ପୋଷ୍ଟର ଲଗାଇଲେ ମାଓବାଦୀ

author img

By

Published : Oct 26, 2021, 3:50 PM IST

ମାଓ କ୍ୟାମ୍ପରେ ବି ଉଠିବାରେ ଲାଗିଛି ଶିକ୍ଷୟିତ୍ରୀ ମମିତାଙ୍କ ନ୍ୟାୟର ସ୍ବର । ମୁନିଗୁଡା ବ୍ଲକର କୁମୁଡ଼ାବାଲି ପୋଲ ନିକଟରେ କିଛି ମାଓ ପୋଷ୍ଟର ଦେଖିବାକୁ ମିଳିଛି  । ଅଧିକ ପଢ଼ନ୍ତୁ...

ମମିତା ମେହେର ହତ୍ୟାକାଣ୍ଡ: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ମାଓବାଦୀ

ରାୟଗଡ଼ା: ମାଓ କ୍ୟାମ୍ପରେ ବି ଉଠିବାରେ ଲାଗିଛି ଶିକ୍ଷୟିତ୍ରୀ ମମିତାଙ୍କ ନ୍ୟାୟର ସ୍ବର । ମୁନିଗୁଡା ବ୍ଲକର କୁମୁଡ଼ାବାଲି ପୋଲ ନିକଟରେ କିଛି ମାଓ ପୋଷ୍ଟର ଦେଖିବାକୁ ମିଳିଛି । ନାଗାବଳୀ ଘୁମୁସର ମାଓବାଦୀ ପକ୍ଷରୁ ଏହି ମାଓ ପୋଷ୍ଟର ସବୁ ଲଗାଯାଇଥିବା ଜଣାପଡ଼ିଛି । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ଏନେଇ ମାଓବାଦୀ ସଂଗଠନ ପକ୍ଷରୁ ମଧ୍ୟ ଦାବି ଉଠିବାରେ ଲାଗିଛି। ପୋଷ୍ଟର ମାଧ୍ୟମରେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ମାଓ ସଂଗଠନ ।

ନବୀନ ସରକାର ନାରୀମାନଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ତେଣୁ ସେ ଇସ୍ତଫା ଦିଅନ୍ତୁ । ରାଜ୍ୟରେ ନାରୀମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି । ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଉଛି । କିନ୍ତୁ ଏନେଇ ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଫଳରେ ନାରୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ଏବଂ ରାଜ୍ୟ ସରକାର ଏଥିପାଇଁ ସମ୍ପୂର୍ଣ୍ଣ ବୋଲି ମାଓବାଦୀ ସଂଗଠନ ପୋଷ୍ଟର ମାଧ୍ୟମରେ କହିଛି ।

ଏହି ମାଓ ପୋଷ୍ଟର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏନେଇ ବିଷମକଟକ ପୋଲିସ ଖବର ପାଇବା ପରେ ପୋଷ୍ଟରଗୁଡିକୁ ବାହାର କରିଦିଆଯାଇଛି । ଉକ୍ତ ଅଞ୍ଚଳର ୫ଟି ପୃଥକ୍ ପୃଥକ୍ ସ୍ଥାନରେ ମାଓବାଦୀମାନେ ପୋଷ୍ଟର ଲାଗାଇଛି । କେତେକ ପୋଷ୍ଟରରେ ମମତା ମେହେରଙ୍କ ପରିବାରକୁ 50 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମଧ୍ୟ ଦାବି କରିଛନ୍ତି ମାଓ ସଂଗଠନ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.