ETV Bharat / state

Maoists call Bandh: 7 ଜିଲ୍ଲାରେ ଲାଲବାହିନୀର ବନ୍ଦ ଡାକରା, ଗଛ ପକାଇ ରାସ୍ତା ଅବରୋଧ - ରାୟଗଡାରେ ମାଓବାଦୀଙ୍କ ବନ୍ଦ ଡାକରା

ବିଭିନ୍ନ ଦାବି ନେଇ ମାଓବାଦୀଙ୍କ ବନ୍ଦ ଡାକରା । ରାୟଗଡା ଓ କଳାହାଣ୍ଡିରେ ପୋଷ୍ଟର ମାରିବା ସହ ଗଛ ପକାଇ ରାସ୍ତା ଅବରୋଧ କଲେ ମାଓବାଦୀ । ଅଧିକ ପଢନ୍ତୁ

naxal called bandh in rayagada
naxal called bandh in rayagada
author img

By

Published : May 15, 2023, 10:13 AM IST

Updated : May 15, 2023, 11:40 AM IST

naxal called bandh in kalahandi

ରାୟଗଡା/ଭବାନୀପାଟଣା: ମାଓବାଦୀଙ୍କ ବନ୍ଦ ଡାକରା । ଆଜି 7 ଜିଲ୍ଲାରେ ବନ୍ଦ ପାଳନ କରୁଛି ସିପିଆଇ ମାଓବାଦୀ ସଂଗଠନ । ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ଠାରେ ଗଛ ପକାଇ ରାସ୍ତା ଅବରୋଧ କରିବା ସହ ପୋଷ୍ଟର ମଧ୍ୟ ଲଗାଇଛି ମାଓ ସଂଗଠନ । ଗତ 12 ତାରିଖରେ ଅଡିଓ ଟେପ୍ ଜାରି 12 ଦଫା ଦାବି ନେଇ 15 ତାରିଖରେ 7ଟି ଜିଲ୍ଲା ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି,ବୌଦ୍ଧ, ଗଜପତି ଓ ନୟାଗଡ଼ ଜିଲ୍ଲାରେ ବନ୍ଦ ଡାକରା ଦିଆଯିବା ନେଇ କହିଥିଲା ମାଓ ସଂଗଠନ ।

naxal called bandh in rayagada
naxal called bandh in rayagada

ପଙ୍କାଳଗୁଡି ନିକଟରେ ଗଛ ପକାଇ ମାଓବାଦୀ ରାସ୍ତା ଅବରୋଧ କରିଥିବା ବେଳେ ଚନ୍ଦ୍ରପୁର ମୁନିଗୁଡା ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟ ଲାଗିଥିବାରୁ ଲୋକେ ମାନେ ମଧ୍ୟ ଭୟଭୀତ ଅଛନ୍ତି । 12 ଦଫା ଦାବି ନେଇ ବନ୍ଦ ଡାକରା ଦିଆଯାଇଛି । କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କିଟପଦର ଛକ ନିକଟରେ ମାଓବାଦୀ ମାନେ ଗଛ ପକାଇ ରାଜ୍ୟ ରାଜପଥ ଅବରୋଧ କରିବା ସହ ପୋଷ୍ଟର ଲଗାଇ ବନ୍ଦ ପାଳନକୁ ସମର୍ଥନ କରିବାକୁ ଜନ ସାଧାରଣଙ୍କୁ ଆହ୍ବାନ କରିଛନ୍ତି । ଏହାସହ ଗଛ ନିକଟରେ ମାଓବାଦୀ ଡେଟୋନେଟର ଲଗାଇବା ସହ ମଦ ବୋତଲରେ ବୋମ ଖଞ୍ଜି ଏକ ପ୍ରକାର ମୃତ୍ୟୁର ଫାସ ବିଛାଇଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଣା ସ୍ଥଳରେ ବମ ସ୍କ୍ବାର୍ଡ଼ ପହଞ୍ଚି ବୋମାକୁ ଜବତ କରିବା ସହ ନଷ୍ଟ କରିଛନ୍ତି । ଏଥିସହ ଗଛକୁ ରାସ୍ତାରୁ ହଟାଇବା ଫଳରେ ଯାତାୟତ ସ୍ୱାଭାବିକ ହୋଇଛି ।

naxal called bandh in rayagada
naxal called bandh in rayagada

କଣ ରହିଛି ମାଓବାଦୀଙ୍କ ଦାବି:-

ଗରିବ ଆଦିବାସୀ ଚାଷୀଙ୍କୁ ୬ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ଵା ବିଜୁ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଉ ।

ପିଡିଏସ ଚାଉଳ ସହ ତେଲ, ଡାଲି, ଲୁଣ ମାଗଣାରେ ଦିଆଯାଉ ।

ପ୍ରତ୍ୟେକ ଗାଁକୁ ରାସ୍ତା ପାନୀୟ ଜଳ ଓ ମାଗଣାରେ ୧୦୦ ୟୁନିଟ ଯାଏଁ ବିଜୁଳି ସଂଯୋଗ କରାଯାଉ ।

ପ୍ରତି ପଞ୍ଚାୟତରେ ଡାକ୍ତରଖାନା ଓ ଅଭିଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଦାବି କରିଛି ମାଓ ସଂଗଠନ ।

ପ୍ରତି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଓ ପିଲା କମ କହି ବନ୍ଦ କରାଯାଇଥିବା ବିଦ୍ୟାଳୟକୁ ପୁଣି ଖୋଲା ଯାଉ ।

ଖାଲିଥିବା ଶିକ୍ଷକ ପଦବୀ ନିଯୁକ୍ତି ତୁରନ୍ତ ପୂରଣ କରାଯାଉ ।

ଦଳିତ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାସିକ 3000 ଟଙ୍କା ଛାତ୍ରବୃତ୍ତି ସହ ମାଗଣାରେ ଉଚ୍ଚଶିକ୍ଷା ପାଇଁ ବ୍ୟବସ୍ଥା ।

ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା 3000କୁ ବୃଦ୍ଧି କରାଯାଉ ।

ଦାଦନ ଶ୍ରମିକଙ୍କ ଉପରେ ରୋକ ଲଗାଯାଉ ।

ଯେଉଁ ଦିନ ଯାଏଁ ରୋଜଗାର ଦିଆଯାଇନାହିଁ ସେ ପର୍ଯ୍ୟନ୍ତ ବେକାରୀ ଭତ୍ତା ମାସକୁ 3000 ପ୍ରଦାନ କରାଯାଉ ।

ମନେରେଗା ଯୋଜନାରେ ବର୍ଷକୁ 200 ଦିନ ଏବଂ ଦିନକୁ ମଜୁରୀ 600 ଦିଆଯାଉ ।

ସିଆଳି ପତ୍ର ଓ କେନ୍ଦୁପତ୍ର ଉପରୁ GST ଉଠେଇ ସମସ୍ତ ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଓ ଚାଷୀଙ୍କୁ ପେନସନ ପ୍ରଦାନ କରାଯାଉ ।

ଚାଷୀଙ୍କ ଋଣ ଛାଡ଼ ଓ ପ୍ରତି ବ୍ଲକରେ ଗୋଟିଏ ଶୀତଳ ଭଣ୍ଡାର ଖୋଲାଯାଉ ।

ବିସ୍ଥାପନ ବନ୍ଦ କରି ରାଜ୍ୟରେ ବକ୍ସାଇଟ, କୋଇଲା ଲୁଟ କରୁଥିବା ବହୁଦେଶୀୟ କମ୍ପାନୀକୁ ଲିଜ ବାତିଲ କରାଯାଉ ।

ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଶିକ୍ଷକଙ୍କ ଦାବି ତୁରନ୍ତ ମାନି ନିଅନ୍ତୁ ସରକାର ।

ଏସବୁ ଦାବି ନେଇ ବନ୍ଦ ଡାକରା ଦେଇଛି ଲାଲବାହିନୀ । ରାୟଗଡାର କେବଳ ଚନ୍ଦ୍ରପୁର ଛାଡିଲେ ଅନ୍ୟ କୌଣସି ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ବନ୍ଦର ପ୍ରଭାବ ଦେଖିବାକୁ ମିଳିନାହିଁ । ଆଜି 7 ଜିଲ୍ଲାରେ ବନ୍ଦ ପାଳନ କରୁଛି ଲାଲବାହିନୀ ।

ଇଟିଭି ଭାରତ, ରାୟଗଡା ଓ କଳାହାଣ୍ଡି

Last Updated : May 15, 2023, 11:40 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.