ରାୟଗଡା: ସ୍ଥାନୀୟ ନିୟମଗିରି ଅଞ୍ଚଳରେ ମିଥ୍ୟା ଏନକାଉଣ୍ଟର, ଗିରଫଦାରୀ, ସରେଣ୍ଡର ନୀତି ବନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି ମାଓବାଦୀ । ଏନେଇ ବିଷମକଟକ ଥାନା ଅନ୍ତର୍ଗତ ଚାଟିକୋଣା ବିଶ୍ରାମ ଗୃହରେ ଲାଗିଛି ମାଓ ପୋଷ୍ଟର ।
ପୋଷ୍ଟର ମାଧ୍ୟମରେ ପୋଲିସ ଇନଫର୍ମର ଓ ଠିକାଦାରଙ୍କୁ ଧମକ ଦିଆଯାଇଛି । ଏଥିସହ ସିକୁନ ସିକ୍କାଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ମଧ୍ୟ ପୋଷ୍ଟରରେ ଉଲ୍ଲେଖ ରହିଛି । ତେବେ ଶନିବାର ସକାଳେ ଚାଟିକୋଣା ଛକ ପାଖରେ ଥିବା ଯାତ୍ରୀ ବିଶ୍ରାମଗୃହରେ ସିପିଆଇ ମାଓବାଦୀଙ୍କ ତରଫରୁ ଏଭଳି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ