ETV Bharat / state

କାଶୀପୁରରେ ମାଓ ପୋଷ୍ଟର ମାରି ସ୍ଥିତି ଜାହିର କାଲେ ମାଓବାଦୀ

author img

By

Published : Jan 1, 2022, 10:41 PM IST

କାଶୀପୁରରେ ପୁଣି ନିଜ ସ୍ଥିତି ଜାହିର କଲେ ମାଓବାଦୀ । ମାଓପୋଷ୍ଟର ମାରି ନିଜ ଦବଦବା ଜାହିର କରିଛନ୍ତି ମାଓବାଦୀ ।

କାଶୀପୁରରେ ମାଓ ପୋଷ୍ଟର ମାରି ନିଜ ସ୍ଥିତି ଜାହିର କାଲେ ମାଓବାଦୀ

ରାୟଗଡା: କାଶୀପୁରରେ ମାଓ ପୋଷ୍ଟର । ଦୀର୍ଘବର୍ଷ ପରେ ପୁଣିଥରେ କାଶୀପୁର ବ୍ଲକରେ ମାଓପୋଷ୍ଟର ମାରି ନିଜ ଦବଦବା ଜାହିର କରିଛନ୍ତି ମାଓବାଦୀ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ କମ୍ପର ଛକରେ ଆଜି ସକାଳେ ବରଗଛ ଠାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି।

ଏହି ପୋଷ୍ଟର କେନ୍ଦ୍ର ସରକାର,ରାଜ୍ୟ ସରକାର ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ବିଧାୟକ,ସାଂସଦ ସମସ୍ତ ସରକାର କର୍ମଚାରୀ ଆମ ଗରିବ ଲୋକଙ୍କୁ ଠକୁଛୁନ୍ତି । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଉତ୍କଳ ଆଲୁମିନା କମ୍ପାନୀ ଏବଂ ରାଜ୍ୟର ୪୫ଟି କମ୍ପାନୀରୁ ୨୨ଟି କମ୍ପାନୀ ବନ୍ଦ କରାଯାଉ। ରାଜ୍ୟ ସରକାରଙ୍କ ଆଦେଶ ଅନୁଯାୟୀ ଶତକଡା ୯୦ ଭାଗ ଲୋକଙ୍କୁ ନିଯୁକ୍ତି ଦେବାକୁ ଥିବା ସତ୍ବେ ୫ ଶତକଡା ଲୋକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଉନାହିଁ ।

ପ୍ରକୃତି ଜଳ ଓ ଜଙ୍ଗଲ ଆମ ଗ୍ରାମବାସୀ ଚଳିବାଟା ୨୦୦୧ ମସିହାରୁ ଜଗି ରହିଥିଲୁ ତାକୁ ସରକାର ଦଲାଲ ସମେତ ୧୯୫୦ ମସିହାରୁ ଦୃଢତା କରିଦେଇଛନ୍ତି । ତାକୁ ବନ୍ଦ କରି ପ୍ରଜା କୋର୍ଟରେ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ଉଲ୍ଲେଖ କରାଯାଇଛି । ଏହି ପୋଷ୍ଟର ଲାଗିବା ଦେଖି ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। ପୋଲିସ ପହଞ୍ଚି ପୋଷ୍ଟର ଗୁଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.