ETV Bharat / state

ହଷ୍ଟେଲ ଛାଡିଲେ ୧୪ ଛାତ୍ର, ୨୫କିମି ଚାଲି ପହଞ୍ଚିଲେ ଜିଲ୍ଲାପାଳଙ୍କ ଅଫିସ

author img

By ETV Bharat Odisha Team

Published : Dec 9, 2023, 10:11 PM IST

ରାୟଗଡ଼ାରେ ହଷ୍ଟେଲ ଛାଡିଲେ ୧୪ ଜଣ ଛାତ୍ର । ୨୫ କିମି ଚାଲି ପହଞ୍ଚିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଅଧିକ ପଢନ୍ତୁ

Odisha students walk 25kms
Odisha students walk 25kms
ହଷ୍ଟେଲ ଛାଡିଲେ ୧୪ ଛାତ୍ର, ୨୫ କିମି ଚାଲି ପହଞ୍ଚିଲେ ଜିଲ୍ଲାପାଳଙ୍କ ଅଫିସ

ରାୟଗଡ଼ା: ଜିଲ୍ଲାର ରାୟଗଡ଼ା ବ୍ଲକ ବଡରାଇସିଂ ଆଶ୍ରମ ବିଦ୍ୟାଳୟର ୧୪ ଜଣ ଛାତ୍ର ବିଦ୍ୟାଳୟ ହଷ୍ଟେଲ ଛାଡି ପହଞ୍ଚିଛନ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ । ରାତି ପ୍ରାୟ ସାଢେ ୩ଟା ସମୟରୁ ହଷ୍ଟେଲରୁ ବାହାରି ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ବିଦ୍ୟାଳୟ ଓ ହଷ୍ଟେଲରେ ନାନା ଅବ୍ୟବସ୍ଥା ପ୍ରତିବାଦରେ ସେମାନେ ହଷ୍ଟେଲ ଛାଡ଼ିଥିବା କହିଛନ୍ତି । ଏହି ଖବର ପାଇ ଛାତ୍ରମାନଙ୍କୁ ଭେଟି ସେମାନଙ୍କ ଅସୁବିଧା ପଚାରି ବୁଝିଛନ୍ତି ଅନୁସୂଚିତ ଜନଜାତି ଓ ଜାତି ମନ୍ତ୍ରୀ ଜଗନ୍ନାଥ ସାରକା ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଜିଲ୍ଲାରେ ମହାବଳ ବାଘ ଓ ହାତୀପଲ ଉତ୍ପାତ ମଚାଇଥିବା ବେଳେ ଏହି ୧୪ ଜଣ ଛାତ୍ର ଜଙ୍ଗଲ ଭିତରେ ଚାଲି ଚାଲି ଆସିଥିଲେ । ଯାହାକି ବର୍ତ୍ତମାନ ଚିନ୍ତାର କାରଣ ହୋଇଛି । ଏ ସମ୍ପର୍କରେ ଖବର ପାଇ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପିଲାଙ୍କୁ ସ୍କୁଲକୁ ଫେରିଯିବା ପାଇଁ ବାଧ୍ୟ କରିଥିଲେ । କିଛି ସମୟ ପରେ ରାୟଗଡ଼ା ବ୍ଲକ ମଙ୍ଗଳ ଅଧିକାରୀ ପ୍ରକାଶ ନାୟକ ସେଠାରେ ପହଞ୍ଚି ଅଟୋ ଡାକି ପିଲାଙ୍କୁ ସ୍କୁଲ ଯିବାକୁ ବାଧ୍ୟ କରିଥିଲେ । ହେଲେ ପିଲା ସମାଧାନ ନହେବା ପର୍ଯ୍ୟନ୍ତ ଯିବେ ନାହିଁ ବୋଲି ଅଡି ବସିଥିଲେ । ଶେଷରେ ସର୍କିଟ ହାଉସରେ ଅନୁସୂଚିତ ଜନଜାତି ଓ ଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଥିବା ଜାଣି ତାଙ୍କୁ ଭେଟିଥିଲେ । ମନ୍ତ୍ରୀ ସେମାନଙ୍କଠାରୁ ସମସ୍ତ କଥା ବୁଝିବା ପରେ ପିଲାଏ ଭୋକରେ ଥିବା ଜାଣିପାରି ସେମାନଙ୍କୁ ଜଳଖିଆ ଖାଇବାକୁ ଦେଇଥିଲେ।

ଏହା ବି ପଢନ୍ତୁ- ମୋତେ ଆମ ଶିକ୍ଷକ ବାଡେଇଛନ୍ତି, ତାଙ୍କୁ ଶୀଘ୍ର ଗିରଫ କର

ଏହାପରେ ୨ଟି ଅଟୋ ମାଧ୍ୟମରେ ପିଲାଙ୍କୁ ସ୍କୁଲକୁ ପଠାଯାଇଥିଲା । ଏହି ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସାରକା କହିଛନ୍ତି । ତେବେ ଖୋଡ ବିଭାଗୀୟ ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏହିଭଳି ଅବ୍ୟବସ୍ଥା ରହିଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହେଉନାହିଁ। ମିଳିଥିବା ସୂଚନା ଅନୁସାରେ ବଡରାଇସିଂ ଆଶ୍ରମରେ ୨୪୦ ଜଣ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁଛନ୍ତି ।‌ ସମସ୍ତ ଛାତ୍ରଛାତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଟନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ସେଠାରେ ରହୁଛନ୍ତି । ସେମାନଙ୍କ ଉପରେ ନିର୍ଯାତନା ଅସହ୍ୟ ହେବାରୁ ହଷ୍ଟେଲ ଛାଡି ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ଆସିଥିବା କହିଛନ୍ତି । ଜିଲ୍ଲାପାଳ ଆସିବା ପରେ ସମସ୍ତ କଥା ଜଣାଇବୁ ବୋଲି ପ୍ରକାଶ କରିଛନ୍ତି।

ଛାତ୍ରଙ୍କ ଅଭିଯୋଗ ଅନୁସାରେ ହଷ୍ଟେଲରେ ଖାଇବା ପାଇଁ ଠିକ୍ ଭାବରେ ପ୍ରଦାନ ହେଉନାହିଁ। ଖାଇବା ପାଇଁ କହିଲେ ମାଡ ମାରିବା ସହିତ ତଡ଼ି ଦେବାର ଭୟ ଦେଖାଉଛନ୍ତି ପ୍ରଧାନ ଶିକ୍ଷକ ବିଶ୍ଵାମିତ୍ର ସୁନା । ଏଭଳିକି ସରକାରଙ୍କ ପକ୍ଷରୁ ଯେଉଁ ସବୁ ସାମଗ୍ରୀ ପ୍ରଦାନ କରାଯାଉଛି ତାହା ହଡ଼ପ ହେଉଛି କହିଲେ କେହି ଶୁଣିବାକୁ ନାହାନ୍ତି । ଏହାପୂର୍ବରୁ ପ୍ରଧାନଶିକ୍ଷକ ବିଶ୍ଵାମିତ୍ର ସୁନାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା । ରାୟଗଡ଼ା ସହର ଉପକଣ୍ଠ କଟଲାଗୁଡା ସ୍ଥିତ ଅନ୍ବେସା ହଷ୍ଟେଲରେ ସମାନ ଅଭିଯୋଗ ଆସିଥିଲା।‌ ସେପ୍ଟେମ୍ବର ୨୪ ତାରିଖରେ ସମାନ ଅଭିଯୋଗ ଆସିଥିଲା ।‌ ସେହି ହଷ୍ଟେଲର ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ସବୁ କଥା ଜଣାଇଥିଲେ ।

ତାପରେ ବିଶ୍ଵାମିତ୍ର ସୁନାଙ୍କୁ ଜିଲ୍ଲାପାଳ ହଟେଇଥିଲେ । ଆଉ ମାତ୍ର ଦୁଇ ମାସ ମଧ୍ୟରେ ସମାନ ଘଟଣା ଏବେ ନଜରକୁ ଆସିଛି । ତେବେ ଏହିଭଳି ପ୍ରଧାନଶିକ୍ଷକ ସ୍କୁଲ ପିଲାଙ୍କ ଖାଇବା ଅର୍ଥ ବାଟମାରଣା କରୁଥିବା ବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଉନାହିଁ ତାହା ଏକ ବଡ଼ ପ୍ରଶ୍ନ । ଏ ସମ୍ପର୍କରେ ପ୍ରଧାନଶିକ୍ଷକ ବିଶ୍ଵାମିତ୍ର ସୁନା କହିଛନ୍ତି ଯେ, ଖାଇବା ପାଇଁ ପିଲାମାନଙ୍କୁ ଠିକ୍ ଭାବରେ ପ୍ରଦାନ ହେଉଛି । ହେଲେ ପିଲାମାନେ ହଷ୍ଟେଲ ଫାଟକ ଡେଇଁ ଆସିଥିବା କହିବା ସହ ମାଡ଼ ମରାଯିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.