ରାୟଗଡା: କେବିକେ ଛାତ୍ର ନିବାସରରେ ୩୫ ଛାତ୍ର ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଗତକାଲି(ଗୁରୁବାର) ସାନ୍ଧ୍ୟରେ ସ୍କୁଲ ପରିସରରେ ରହିଥିବା ଗଛରୁ ପଣସ ଖାଇଥିବାରୁ ଛାତ୍ରମାନେ ଏଭଳି ଝାଡ଼ା ବାନ୍ତିରେ ଶୀକାର ହୋଇଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁସାରେ ବିଷମ କଟକ ବ୍ଲକ ଶିକ୍ଷା ବିଭାଗ ଅଧୀନରେ ରହିଥିବା ଦଣ୍ଡାପୋଡା ପ୍ରାଥମିକ ବିଦ୍ୟାଳୟରେ ମୋଟ ୪୦ ଜଣ ଛାତ୍ର ପାଠ ପଢୁଥିବା ବେଳେ ସମସ୍ତେ କେବିକେ ହଷ୍ଟେଲରେ ରହୁଥିଲେ । ଛାତ୍ରମାନେ ଗତକାଲି ରାତିରେ ଖାଇପିଇ ଶୋଇଥିବା ବେଳେ ଆଜି ସକାଳୁ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ୨ ଗୋଟି ଆମ୍ବୁଲାନ୍ସରେ ସମସ୍ତ ଅସୁସ୍ଥ ଛାତ୍ରଙ୍କୁ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଇଟିଭି ଭାରତ, ରାୟଗଡ଼ା