ETV Bharat / state

କନିଷ୍ଠ ଯନ୍ତ୍ରୀଙ୍କ ଘରେ କଳାକନା ବୁଲାଇଲେ ଡକାୟତ, ଲୁଟିଲେ ୪୦ ଭରି ସୁନା - ଦିନ ଦ୍ବିପ୍ରହରେ ଲୁଟ

ବ୍ୟାପୁଛି ଡ଼କାୟତି । ଦିନ ଦ୍ବିପ୍ରହରରେ ହେଉଛି ଲୁଟ । ଘରେ ପସି ୪୦ ଭରି ସୁନା ଏବଂ ୨୦୦ ଭରି ରୂପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡ଼ା
author img

By

Published : Aug 14, 2019, 8:01 PM IST

ରାୟଗଡ଼ା: ସହରରେ ବଢୁଛି ଡକାୟତି । ଦିନକୁ ଦିନ ରାଜ କରିବାରେ ଲାଗିଛନ୍ତି ଚୋର । ଗତ ଦୁଇଦିନ ତଳେ ରାଣୀଗୁଡା ଅଞ୍ଚଳରରେ ଘରେ ପଶି ଡକାୟତି ଉଦ୍ୟମ ହୋଇଥିଲା ବେଳେ ପୁଣି ଆଉ ଏକ ଚୋରି ଘଟଣା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଘରେ କେହିନଥିବା ବେଳେ ଦୁର୍ବୃତ୍ତ ଆଲମାରୀ ଭାଙ୍ଗି ୪୦ ଭରି ସୁନା ଏବଂ ୨୦୦ ଭାରି ରୂପା ଅଳଙ୍କାର ସହିତ ଅନେକ ଆସବାବପତ୍ର ଚୋରି କରିନେଇଛନ୍ତି ।

କଳାକନା ବୁଲାଇଲେ ଡକାୟତ,ଲୁଟିନେଲେ ୪୦ ଭରି ସୁନା

ସୂଚନା ଅନୁଯାୟୀ ଇନ୍ଦିରା ନଗର 6ନମ୍ବର ଗଳିରେ ରହୁଥିବା ଗୁଣପୁର ପୂର୍ତ୍ତ ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ମନୋଜ ପାତ୍ର ଝିଅ ବାହାଘର ପାଇଁ ବ୍ୟାଙ୍କ ଲକରରୁ ଗହଣା ଆଣି ଘରେ ରଖିଥିଲେ । ପାରିବାରିକ କାମ ଯୋଗୁଁ ପରିବାର ସମସ୍ତେ ଘରେ ତାଲା ଦେଇ ଗତ ଶନିବାର ବ୍ରହ୍ମପୁର ଯାଇଥିଲେ । କିନ୍ତୁ ଫେରିବା ପରେ ଦେଖନ୍ତି ମେନ ଗେଟ ତାଲା ଗ୍ରୀଲ, କବାଟ ତାଲା ଭାଙ୍ଗି ଖୋଲା ପଡିଥିଲା । କେବଳ ସେତିକି ନୁହେଁ ଘରେ ପଶି ଦେଖିବାବେଳକୁ ତିନଟି ଆଲମାରୀ,ବାକ୍ସ, ସବୁ ଭାଙ୍ଗି ଲୁଗାପଟା ,ଆସବାବପତ୍ର, ଏଣେତେଣେ ପଡିଥିବା ବେଳେ ଆଲମାରୀରୁ ୪୦ ଭରି ସୁନା ଏବଂ ୨୦୦ ଭରି ରୂପା ଅଳଙ୍କାର ଚୋରି ହୋଇଥିବା ଜାଣିବାକୁ ପାଇଥିଲେ ।

ପରିବାର ଲୋକେ ପୋଲିସକୁ ଖବର ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଓ ସିସିଟିଭି ଫୁଟେଜ୍ କୁ ଆଧାର କରି ତଦନ୍ତ ଆରମ୍ଭ କରିଛି । ଦୁଇଟି ସ୍ବତନ୍ତ୍ର ଟିମ ଗଠନ କରି ଗୋଟିଏ ଟିମ ରାୟଗଡାରେ ଅନ୍ୟ ଟିମ ଜିଲ୍ଲା ବାହାରେ ଅନୁସନ୍ଧାନ ଚଳାଇଥିବା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ରାୟଗଡ଼ ସହରରେ ଦିନକୁ ଦିନ ଚୋର୍ଗ ଡକାୟତ ବଢିବାରେ ଲାଗିଛି । ଗତ ଦୁଇଦିନ ତଳେ ରାଣୀଗୁଡା ଅଂଚଳରୁ ରାତିରେ ଘରେ ପଶି ଡକାୟତି ଉଦ୍ୟମ ହୋଇଥିଲା ବେଳେ ପୁଣି ଆଉ ଏକ ଚୋରି ଘଟଣା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ସୂଚନା ଅନୁଯାୟୀ ଇନ୍ଦିରା ନଗର ଛଅ ନମ୍ବର ଗଳିରେ ରହୁଥିବା ଗୁଣପୁର ପୂର୍ତ୍ତ ବିଭାଗରେ କାର୍ଯ୍ୟରତ କନିଷ୍ଟ ଯନ୍ତ୍ରୀ ମୋନଜ ପାତ୍ରଙ୍କ ଝିଅ ବାହାଘର ପାଇଁ ବେଙ୍କ ଲକରରୁ ଗହଣା ସବୁ ଆଣି ଘରେ ରଖିଥିଲେ । ପାରିବାରିକ କାମ ଯୋଗୁଁ ପରିବାର ସମସ୍ତେ ଘରେ ତାଲା ଦେଇ ଗତ ଶନିବାର ବ୍ରହ୍ମପୁର ଯାଇଥିଲେ । ଗତରାତି ଫେରି ଘରେ ଦେଖିବା ବେଳେ ମେନ ଗେଟ ତାଲା ଗ୍ରୀଲ, କବାଟ ତାଲା ଭାଙ୍ଗି ଖୋଲା ପଡିଥିଲା । କେବଳ ସେତିକି ନୁହେଁ ଘରେ ପଶି ଦେଖିବାବେଳକୁ ତିନଟି ଆଲମାରୀ,ବାକ୍ସ, ସବୁ ଭାଙ୍ଗି ଲୁଗାପଟା ,ଆସବାବପତ୍ର, ଏଣେତେଣେ ପଡିଥିବା ବେଳେ ଗଡରେଜରୁ ୪୦ ଭରି ସୁନା ଏବଂ ୨୦୦ ଭାରି ରୂପା ଅଳଙ୍କାର ଚୋରି ହୋଇଥିବା ଜଣାପଡିଥିଲା । ପରେ ପରିବାର ଲୋକେ ପୁଲିସକୁ ଖବର ଦେବାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଓ ସିସିଟିଭି ଫୁଟେଜ୍ କୁ ଆଧାର କରି ତଦନ୍ତ ଆରମ୍ଭ କରିଛି । ଦୁଇଟି ସ୍ବତନ୍ତ୍ର ଟିମ ଗଠନ କରି ଗୋଟିଏ ଟିମ ରାୟଗଡରେ ଅନ୍ୟ ଟିମ ରାୟଗଡ ବାହାରେ ଅନୁସନ୍ଧାନ ଚଳାଇଥିବା ରାୟଗଡ ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

ବାଇଟ - ନିହାର ରଞ୍ଜନ ପ୍ରଧାନ (ରାୟଗଡ ଥାନା ଅଧିକାରୀ)

Body:ଘରେପସି କଳା କନା ବୁଲାଇ ଲୁଟିନେଲେ ୪୦ଭରି ସୁନା,୨୦୦ ଭରି ରୁପା।Conclusion:ଘରେପସି କଳା କନା ବୁଲାଇ ଲୁଟିନେଲେ ୪୦ଭରି ସୁନା,୨୦୦ ଭରି ରୁପା।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.