ETV Bharat / state

ପଙ୍ଗପାଳ ଦମନ ଚିନ୍ତା, କୀଟନାଶକ ସ୍ପ୍ରେ ପାଇଁ ୧୧ ଗାଡ଼ି ପ୍ରସ୍ତୁତ

author img

By

Published : Jun 5, 2020, 2:55 AM IST

ରାୟଗଡା ଜିଲ୍ଲାପାଳ ଅଧ୍ୟକ୍ଷତାରେ ପଙ୍ଗପାଳ ଦମନ ବୈଠକ ହୋଇଛି । ଛତିଶଗଡ଼ରେ ଥିବା ପଙ୍ଗପାଳ ପଶ୍ଚିମ ଓଡ଼ିଶା ଦେଇ ରାୟଗଡ଼ାକୁ ପ୍ରବେଶ କରିବାର ସମ୍ଭାବନା ଥିବାରୁ ପଙ୍ଗପାଳ ଦମନ ପାଇଁ କୀଟନାଶକ ସ୍ପ୍ରେ ପାଇଁ ୧୧ ଗାଡ଼ି ପ୍ରସ୍ତୁତ ହୋଇଛି । ଜିଲ୍ଲାର କାଶୀପୁର, କଲ୍ୟାଣସିଂହପୁର ଓ ରାୟଗଡ଼ା ବ୍ଲକ୍ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି ।ଅଧିକ ପଢନ୍ତୁ...

locutes-attack-preparation-meeting-by-rayagada-collectorate
ପଙ୍ଗପାଳ ଦମନ ଚିନ୍ତା, କୀଟନାଶକ ସ୍ପ୍ରେ ପାଇଁ ୧୧ ଗାଡ଼ି ପ୍ରସ୍ତୁତ

ରାୟଗଡା: ପଙ୍ଗପାଳ ଦମନ ନେଇ ଆଗୁଆ ସଜାଗ ହୋଇଛି ରାୟଗଡ଼ା ଜିଲ୍ଲା ପ୍ରଶାସନ । କୀଟନାଶକ ସ୍ପ୍ରେ ପାଇଁ ୧୧ଟି ଗାଡ଼ି ପ୍ରସ୍ତୁତ କରି ରଖିବା ସହ ଖୋଲିଛି କେଣ୍ଟ୍ରାଲ୍ ରୁମ୍ । ୨୭୦୦ ଲିଟର କ୍ଷମତା ସଂପନ୍ନ ୫ଟି ଅଗ୍ନିଶମ ଗାଡ଼ିକୁ ଜରୁରିକାଳୀନ ସେବା ପାଇଁ ପ୍ରସ୍ତୁତ ରଖାଯାଇଛି ।

ଛତିଶଗଡ଼ରେ ଥିବା ପଙ୍ଗପାଳ ପଶ୍ଚିମ ଓଡ଼ିଶା ଦେଇ ରାୟଗଡ଼ାକୁ ପ୍ରବେଶ କରିବାର ସମ୍ଭାବନା ଥିବାରୁ ସୀମାନ୍ତ କାଶୀପୁର, କଲ୍ୟାଣସିଂହପୁର, ରାୟଗଡ଼ା ବ୍ଲକ୍ ଉପରେ ପ୍ରଶାସନ ରଖିଛି ତୀକ୍ଷଣ୍ ନଜର । ଦେଶର ବିଭିନ୍ନ ରାଜ୍ୟରେ ହଜାର ହଜାର ପଙ୍ଗୁପାଳ କୀଟ ଫସଲକୁ ନଷ୍ଟ କରିବାରେ ଲାଗିଛନ୍ତି । ଛତିଶଗଡ଼ରେ ଥିବା ପଙ୍ଗପାଳ ଆଜି ମଧ୍ୟପ୍ରଦେଶ ମୁହାଁ ହେବା ପରେ ଓଡ଼ିଶା ପ୍ରତି ଥିବା ବିପଦ ଟଳିଛି। ତଥାପି ସମ୍ଭାବ୍ୟ ମୁକାବିଲା ପାଇଁ ଆଜି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନନ୍ଦ କିଶୋର ସିଂହ, ଜିଲ୍ଲା ବନଖଣ୍ଡ ଅଧିକାରୀ, ଉଦ୍ୟାନ କୃଷି ଉପନିର୍ଦେଶକ ଜଗନ୍ନାଥ ବିନ୍ଧାଣି, ଜିଲ୍ଲା ଅଗ୍ନିଶମ ଅଧିକାରୀ, ଆତ୍ମା ଉପନିର୍ଦ୍ଦେଶକ ସୁମନ ସିଂହ ପଟ୍ଟନାୟକ, କୃଷି ବିଜ୍ଞାନ କେନ୍ଦ୍ର ଅଧିକାରୀ ଯୋଗ ଦେଇ ଆଲୋଚନା କରିଥିଲେ ।

ରାୟଗଡ଼ା ଜିଲ୍ଲାରେ ଉଦ୍ୟାନ କୃଷି ବିଭାଗରେ ୨୫ହଜାର ହେକ୍ଟର ଆମ୍ବ, କାଜୁ ଓ ପନିପରିବା ଚାଷ ହୋଇଥିବା ବେଳେ କୃଷି ବିଭାଗର ୩୦୦ ହେକ୍ଟର ଜମିରେ ଚାଷ ହୋଇଛି। କୃଷି, ଉଦ୍ୟାନ କୃଷି, ଅଗ୍ନିଶମ, ବନ ବିଭାଗ ଓ କେବିକେ ବୈଜ୍ଞାନିକଙ୍କୁ ନେଇ ଏକ ଟିମ ଗଠନ କରାଯାଇଛି। ଜିଲ୍ଲାପାଳ ଟିମର ଅଧ୍ୟକ୍ଷ ରହିଛନ୍ତି। ୩୦ ମିଟର ଉପରକୁ ପଙ୍ଗପାଳ ଉଡି ପାରୁନଥିବାରୁ ରାୟଗଡ ଜିଲ୍ଲା ପାହାଡିଆ ଅଂଚଳ ହୋଇଥିବାରୁ ଏମାନଙ୍କ ଗତିପଥ ବଦଳିବାର ସମ୍ଭାବନା ରହିଥିବା ଆଶଙ୍କା କରାଯାଉଛି ।

ରାୟଗଡାର ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.