ETV Bharat / state

ଗ୍ରୀନ ଜୋନରେ ରାୟଗଡା, ଆଜିଠୁ କୋହଳ ଲକଡାଉନ କଟକଣା - ଗ୍ରୀନ ଜୋନରେ ରାୟଗଡା

ରାୟଗଡାରେ ସାମାନ୍ୟ ହେଲା ଲକଡାଉନ କଟକଣା । ଖୋଲିବ ସିମେଣ୍ଟ, ଲୁହାଛଡ, ପାଣିପାଇପ ଭଳି ସାମଗ୍ରୀ ଦୋକାନ । ଅଧିକ ପଢନ୍ତୁ...

ଗ୍ରୀନ ଜୋନରେ ରାୟଗଡା, ଆଜି ଠୁ କୋହଳ ହେଲା ଲକଡାଉନ କଟକଣା

author img

By

Published : Apr 20, 2020, 10:33 AM IST

ରାୟଗଡା: ଆଜି ଠାରୁ ରାୟଗଡା ଜିଲ୍ଲାରେ ସାମାନ୍ୟ ହେଲା ଲକଡାଉନ କଟକଣା । ଗୋଟିଏ ବି କୋରୋନା ରିପୋର୍ଟ ନଥିବାରୁ ଏହି ଜିଲ୍ଲାକୁ ଗ୍ରୀନ ଜୋନ ଭାବେ ନିଆଯାଇଛି । ତେବେ ଏନେଇ ସୂଚନା ଦେଇଛନ୍ତି ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା । ଆଜି ଠାରୁ ରାଜ୍ୟର କେତେକ ଅଞ୍ଚଳରେ ଲକଡାଉନ କଟକଣାକୁ କୋହଳ କରାଯାଇଛି ।

ଗ୍ରୀନ ଜୋନରେ ରାୟଗଡା, ଆଜି ଠୁ କୋହଳ ହେଲା ଲକଡାଉନ କଟକଣା

ସବୁଦିନ ଭଳି ଜିଲ୍ଲାରେ ରାସନ, ପନିପରିବା, ଔଷଧ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସକାଳ ୧୧ ଟା ବଦଳରେ ଦିନ ୧୨ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ଏହି ସମୟରେ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟରେ ସିମେଣ୍ଟ, ଲୁହାଛଡ,ପାଣିପାଇପ ଭଳି ସାମଗ୍ରୀ ଦୋକାନ ମଧ୍ୟ ଖୋଲାଯିବ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ସାମାଜିକ ଦୂରତ୍ୱ ବଜାୟୀ ରଖିବାକୁ ମଧ୍ୟ କଡା ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ସେହିପରି କୃଷି ସମ୍ବନ୍ଧୀୟ ସମସ୍ତ ଦୋକାନ ଖୋଲା ରଖିବାକୁ ନିଷ୍ପତି ନିଆଯାଇଛି । ଯାତାୟତ ପାଇଁ ମୋଟର ସାଇକେଲରେ ଜଣେ ଏବଂ ବ୍ୟକ୍ତିଗତ ଚାରିଚକିଆ ଗାଡ଼ିରେ ଡାଇଭରକୁ ମିଶାଇ ଦୁଇ ଜଣ ଯିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ।

ରାୟଗଡାରୁ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.