ETV Bharat / state

ଆକ୍ସନ ମୋଡରେ ରାୟଗଡ଼ା ଅବକାରୀ ବିଭାଗ

ରାୟଗଡ଼ା ଅବକାରୀ ବିଭାଗର ଲଗାତାର ସଫଳତା । ୨ ଦିନରେ ପ୍ରାୟ ୫୦୦ ଲିଟର ଦେଶୀ ମଦ ଜବତ କରିବା ସହ ପ୍ରାୟ ୩୩୦୦ ଲିଟର ପୋଚ ନଷ୍ଟ କରିଛି ବିଭାଗ । ଏଥିରେ ସମ୍ପୃକ୍ତ ୪ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି । ଅଧିକ ପଢ଼ନ୍ତୁ

author img

By

Published : Jun 6, 2022, 10:58 PM IST

ଆକ୍ସନ ମୋଡରେ ରାୟଗଡ଼ା ଅବକାରୀ ବିଭାଗ
ଆକ୍ସନ ମୋଡରେ ରାୟଗଡ଼ା ଅବକାରୀ ବିଭାଗ

ରାୟଗଡ଼ା: ଆକ୍ସନ ମୋଡରେ ଅବକାରୀ ବିଭାଗ । ୨ ଦିନରେ ପ୍ରାୟ ୫୦୦ ଲିଟର ଦେଶୀ ମଦ ଜବତ କରିବା ସହ ପ୍ରାୟ ୩୩୦୦ ଲିଟର ପୋଚ ନଷ୍ଟ କରିଛି ବିଭାଗ । ରାୟଗଡ଼ାର ପୂର୍ବତନ ଅବକାରୀ ଅଧିକ୍ଷକ ନିନା ବେଉରା ଭିଜିଲାନ୍ସ ଦ୍ବାରା ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧରାପଡିବା ପରେ ବିଭାଗ ଉପରେ ଲାଗିଥିଲା କଳଙ୍କ । ତେବେ ଗତ ୩ ତାରିଖରେ ଏହି ପଦବୀରେ ଯୋଗ ଦେଇଛନ୍ତି ଅଭିରାମ ବେହେରା ।

ଆକ୍ସନ ମୋଡରେ ରାୟଗଡ଼ା ଅବକାରୀ ବିଭାଗ

ନୂତନ ଅଧିକାରୀ ଦାୟିତ୍ଵ ନେବାପରେ ରାୟଗଡା ଜିଲ୍ଲାରେ ଆରମ୍ଭ ହୋଇଛି ନକଲି ମଦଭାଟି ଭଙ୍ଗା ଅଭିଯାନ । ଅବକାରୀ ବିଭାଗ ଓ ମୋବାଇଲ ଟିମର ମିଳିତ ଚଢ଼ାଉରେ ଆଜି(ସୋମବାର) ସଦର ଅଞ୍ଚଳରେ ୨୬୪ ଲିଟର ବେଆଇନ ଦେଶୀ ମଦ ଜବତ କରିବା ସହ ୧୧୦୦ ଲିଟର ପୋଚ ନଷ୍ଟ କରାଯାଇଛି । ଏଥିରେ ସମ୍ପୃକ୍ତ ୪ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି । ସେହିପରି ଗତକାଲି(ରବିବାର) ଜିଲ୍ଲାର ଚାନ୍ଦିଲି, କଲ୍ୟାଣସିଂହପୁର, ଗୁଣୁପୁର ଓ ବିଷମକଟକ ଥାନା ଅଞ୍ଚଳରେ ବ୍ୟାପକ ଚଢ଼ାଉ କରି ୨୩୨ ଲିଟର ଦେଶୀ ମଦ ଜବତ କରିବା ସହ ୨୨୦୦ ଲିଟର ପୋଚ ନଷ୍ଟ କରାଯାଇଥିଲା ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.