ETV Bharat / state

ସରକାରୀ କ୍ବାଟରରେ ପତ୍ନୀ ହତ୍ୟା ମାମଲା; ପୂର୍ବତନ ବିଧାୟକ ରାମମୂର୍ତ୍ତିଙ୍କୁ ଆଜୀବନ ସଜ୍ଜା - ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ

ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ । ଭୁବନେଶ୍ବର ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଗତ ୨୪ ତାରିଖରେ ରାମମୂର୍ତ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଅଧିକ ପଢ଼ନ୍ତୁ

ପୂର୍ବତନ ବିଧାୟକ ରାମମୁର୍ତ୍ତିଙ୍କୁ ଆଜୀବନ ସଜ୍ଜା

author img

By

Published : Jun 27, 2023, 4:19 PM IST

Updated : Jun 27, 2023, 5:07 PM IST

ପୂର୍ବତନ ବିଧାୟକ ରାମମୂର୍ତ୍ତିଙ୍କୁ ଆଜୀବନ ସଜ୍ଜା

ଭୁବନେଶ୍ବର/ ରାୟଗଡ଼ା: MLA କ୍ବାଟରରେ ପତ୍ନୀଙ୍କୁ ଜାଳି ହତ୍ୟା ମାମଲା । ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ ସଜ୍ଜା । ୫୦ ହଜାର ଟଙ୍କା ଜରିମାନା ପୈଠ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହା ସହିତ ଜରିମାନା ଅନାଦେୟ ଆହୁରି ୧ ବର୍ଷ ଅତିରିକ୍ତ ଜେଲ ଦଣ୍ଡ ଶୁଣାଇଛନ୍ତି ସ୍ବତନ୍ତ୍ର କୋର୍ଟ । ପତ୍ନୀ ହତ୍ୟା ମାମଲାରେ ଭୁବନେଶ୍ବର ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଗତ ୨୪ ତାରିଖରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଜି ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ ।

ପ୍ରକାଶ ଥାଉ କି, ଗତ ୧୯୯୫ ମସିହା ଅଗଷ୍ଟ ମାସ ୨୯ ତାରିଖ ଗଣେଶ ଚତୁର୍ଥୀ ଦିନ ରାୟଗଡ଼ା ଜିଲ୍ଲା ଗୁଣୁପୁରର ତତ୍କାଳୀନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପତ୍ନୀ ଶଶୀରେଖା ଗମାଙ୍ଗଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା । ଭୁବନେଶ୍ବର ଖାରବେଳନଗରସ୍ଥିତ ଏମ୍‌ଏଲ୍‌ଏ କଲୋନୀରେ ରାମମୂର୍ତ୍ତିଙ୍କ ସରକାରୀ ବାସଭବନ DS18/1ରୁ ଶଶୀରେଖାଙ୍କର ଜଳିଯାଇଥିବା ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ରାମମୂର୍ତ୍ତି ତାଙ୍କ ପତ୍ନୀ ବାଥରୁମ୍‌ ଭିତରେ ଆତ୍ମହତ୍ୟା କରିଥିବା ନେଇ ପୋଲିସକୁ ଖବର ଦେଇଥିଲେ । ଏନେଇ ସେ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରିଥିଲା । କାରଣ ଗାଧୁଆ ଘରେ ମୃତଦେହ ପଡ଼ିଥିବା ବେଳେ ପାଖରେ କିରାସିନ ଡବା ଓ ଡିଆସିଲ କାଠି ବା କୌଣସି ଛାଟିପିଟି ହେବାର ସୁରାକ୍‌ ମିଳିନଥିଲା । ଫଳରେ ପୋଲିସ ସନ୍ଦେହ କରିଥିଲା ଯେ ତାଙ୍କୁ ହତ୍ୟା ପରେ କିରାସିନ ଢାଳି ଜାଳି ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ମାମଲା, ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ

ଏନେଇ ସାଇଣ୍ଟିଫିକ୍‌ ରିପୋର୍ଟ ଆଧାରରେ ଶଶୀରେଖାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଓ କିରାସିନ‌ ଢାଳି ଜାଳିବା ଆଦି ନେଇ ହତ୍ୟା ମାମଲା ରୁଜୁ କରିଥିଲା ପୋଲିସ । ପରେ ଏହି ଘଟଣାରେ ବିଧାୟକଙ୍କୁ ସେତେବେଳେ ଗିରଫ କରିଥିଲା ଖାରବେଳ ନଗର ଥାନା ପୋଲିସ୍ । ଏହି ମାମଲାରେ ବର୍ଷକ ପରେ ଜାମିନରେ ମୁକୁଳିଥିଲେ ବିଧାୟକ ରାମମୂର୍ତ୍ତି । ଚାର୍ଜସିଟ୍‌ ପରେ ଦୀର୍ଘ ୨୭ ବର୍ଷ ପରେ ୭୦ ବର୍ଷୀୟ ପୂର୍ବତନ ବିଧାୟକଙ୍କୁ ୧୧ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଓ ୧୫ଟି ପ୍ରମାଣ ଭିତ୍ତିକ ଦସ୍ତାବିଜ୍‌କୁ ବିଚାର କରି ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଧାରା ୩୦୨ (ହତ୍ୟା) ଓ ଧାରା ୨୦୧ (ହତ୍ୟାର‌ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ) ଆଧାରରେ ଦୋଷୀ ସାବ୍ୟସ୍ତ କରି ରାମମୂର୍ତ୍ତିଙ୍କୁ ଦଣ୍ଡବିଧାନ କରିଛନ୍ତି କୋର୍ଟ ।

ତେବେ ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ରଶ୍ମିରଞ୍ଜନ ବ୍ରହ୍ମାଙ୍କ ସୂଚନା ଅନୁସାରେ ରାମୂର୍ତ୍ତିଙ୍କ ପତ୍ନୀ ଶଶୀରେଖା ୫ ମାସର ଗର୍ଭବତୀ ଥିଲେ । ସେତେବେଳେ ପତ୍ନୀଙ୍କ ଗର୍ଭଧାରଣକୁ ନେଇ ସନ୍ଦେହ କରୁଥିଲେ ବିଧାୟକ ରାମମୂର୍ତ୍ତି । ଏଥିପାଇଁ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ଲାଗୁଥିଲା । ପରବର୍ତ୍ତୀ ମୂହୁର୍ତ୍ତରେ ଏହା ହତ୍ୟାର ରୂପ ନେଇଥିଲା ବୋଲି ତତ୍କାଳୀନ ଏସ୍‌ପି କୋର୍ଟରେ ସାକ୍ଷ ଦେଇଥିଲେ । ତତ୍କାଳୀନ ଏସ୍‌ପିଙ୍କ ସମେତ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ୧୫ଟି ପ୍ରମାଣ ଭିତ୍ତିକ ଦସ୍ତାବିଜ୍‌ ଆଧାରରେ ରାମମୂର୍ତ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ଇଟିଭି ଭାରତ, ଭୁବନେଶ୍ବର/ ରାୟଗଡ଼ା

Last Updated : Jun 27, 2023, 5:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.