ରାୟଗଡା: ରାୟଗଡା-କଳାହାଣ୍ଡି ଜିଲ୍ଲା ସୀମାନ୍ତ ତ୍ରିଲୋଚନପୁର ନିକଟରେ ହୋଇଛି ଲ୍ୟାଣ୍ଡମାଇନ ବିସ୍ଫୋରଣ। ତେବେ 4 ନମ୍ବର ବାଟାଲିଅନର ସିଆରପିଏଫ ଯବାନ ଏହି ବିସ୍ଫୋରଣ କରିଛନ୍ତି ।
ସୂଚନାମୂତାବକ, ନିୟମଗିରି ପାଦ ଦେଶରେ ଥିବା କଳାହାଣ୍ଡି ଜିଲ୍ଲାର ବିଜେପୁରଗାଁରୁ ତ୍ରିଲୋଚନ ପୁରରୁ ଏକ କଚ୍ଚା ରାସ୍ତା ଦେଇ କୁମ୍ବିଂ ଅପରେସନରେ ଯିବା ସମୟରେ ଏକ ଲ୍ୟାଣ୍ଡ ମାଇନ ଠାବ କରିଥିଲା ସିଆରପିଏଫ୍ ଟିମ୍ । ପରେ ରାୟଗଡା ସିଆରପିଏଫ ବେସ କ୍ୟାମ୍ପରୁ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଘଟଣାସ୍ଥଳରେ ହିଁ ଲ୍ୟାଣ୍ଡ ମାଇନଟିକୁ ବ୍ଲାଷ୍ଟ କରିଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ