ETV Bharat / state

କୋଭିଡ ଆଶ୍ରୟ ସ୍ଥଳୀରେ ଅବ୍ୟବସ୍ଥା, ଚାଲିଚାଲି ଘରକୁ ଫେରୁଛନ୍ତି ପ୍ରବାସୀ

କୋଭିଡ ଆଶ୍ରୟସ୍ଥଳୀକୁ ନେଇ ଅସନ୍ତୋଷ ପ୍ରକାଶ । ଖାଇବାକୁ ମିଳୁ ନାହିଁ କି ଯିବା ପାଇଁ ବ୍ୟବସ୍ଥା କରାଯାଉ ନାହିଁ । ଫଳରେ ପିଲା ଛୁଆଙ୍କୁ ଧରି ଚାଲି ଚାଲି ଫେରି ଯାଉଛନ୍ତି ଅନ୍ତେବାସୀ । ଅନ୍ତେବାସୀଙ୍କ ସହ କଥାବାର୍ତ୍ତା କରିଛନ୍ତି ଆମ ପ୍ରତିନିଧି

author img

By

Published : May 17, 2020, 3:19 PM IST

ଚାଲିଚାଲି ଘରକୁ ଫେରୁଛନ୍ତି ପ୍ରବାସୀ
ଚାଲିଚାଲି ଘରକୁ ଫେରୁଛନ୍ତି ପ୍ରବାସୀ

ରାୟଗଡା: କୋଭିଡ ଆଶ୍ରୟ ସ୍ଥଳୀରେ ଅବ୍ୟବସ୍ଥା । ଖାଇବାକୁ ମିଳୁନି କି, ଯିବା ପାଇଁ ବ୍ୟବସ୍ଥା ନାହିଁ । ସେପଟେ ପ୍ରବାସୀ ଶ୍ରମିକ ଓଡିଶା ମାଟିରେ ଚାଲିକି ଯିବେନି କି ଭୋକରେ ରହିବେ ନାହିଁ ବୋଲି ରାଜ୍ୟ ସରକାର ଜଣାଇଥିଲେ । ହେଲେ ଏ ନିର୍ଦ୍ଦେଶକୁ ଖୁଲମ ଖୁଲାମ ଉଲ୍ଲଙ୍ଘନ ହେଉଛି ରାୟଗଡା ଜିଲ୍ଲାରେ ।

କୋଭିଡ ଆଶ୍ରୟ ସ୍ଥଳୀରେ ଅବ୍ୟବସ୍ଥା,

ପ୍ରତ୍ୟେକ ଦିନ ରାୟଗଡା ସହରକୁ ଶହଶହ ପ୍ରବାସୀ ଶ୍ରମିକ ରାଜ୍ୟ ବାହାରୁ ଚାଲି ଚାଲି ଆସୁଛନ୍ତି । ସେମାନଙ୍କୁ ଏଠାରେ ସର୍ବନିମ୍ନ ସୁବିଧା ମଧ୍ୟ ମିଳୁନଥିବା ଅଭିଯୋଗ ହେଉଛି । ଠିକ ଭାବେ ଲୋକଙ୍କୁ ଖାଦ୍ୟପେୟ ଦିଆ ଯାଉ ନଥିବା ବେଳେ ମହିଳାଙ୍କ ନିମନ୍ତେ ସ୍ନାନ କିମ୍ବା ଶୌଚ ପାଇଁ ଆଶ୍ରୟ ସ୍ଥଳୀରେ ବନ୍ଦୋବସ୍ତ କରିନଥିବା ଅଭିଯୋଗ ହୋଇଛି ।

କୋଭିଡ ଆଶ୍ରୟ ସ୍ଥଳୀରେ 4 ରୁ 5 ଦିନ ରହିବା ପରେ ଶ୍ରମିକ ମାନଙ୍କୁ ଘରକୁ ପଠାଯିବା ପାଇଁ କୌଣସି ବ୍ୟବସ୍ଥା କରାଯାଉ ନାହିଁ । ଯାହାକୁ ନେଇ ଅନ୍ତେବାସୀ ଶ୍ରମିକଙ୍କ ମଧ୍ୟରେ ପ୍ରବଳ କ୍ଷୋଭ ଦେଖା ଦେଇଛି । ଅବ୍ୟବସ୍ଥା ପାଇଁ ପିଲା ଛୁଆଙ୍କ ସହ ଆଶ୍ରୟସ୍ଥଳୀ ଛାଡିଥିବା ବରଗଡ ଜିଲ୍ଳାର କିଛି ଶ୍ରମିକଙ୍କୁ ଭେଟିଥିଲୁ ଆମେ । ତାଙ୍କ ସହିତ କଥା ହୋଇଥିଲେ ଆମ ରାୟଗଡା ପ୍ରତିନିଧି ରଞ୍ଜନ ରଥ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.