ରାୟଗଡା: କାଶୀପୁର ବ୍ଲକ ଅନ୍ତର୍ଗତ ଫୁଲୋଜୋବା ଗ୍ରାମ ଆମ୍ବ ତୋଟାଠାରେ କଂସାରୀଗୁଡ଼ା ଆଦିତ୍ୟ ବିରଲା ଆଲୁମିନିୟମ ପ୍ରକଳ୍ପ ଦ୍ବାରା ବିସ୍ଥାପିତ ଓ ପ୍ରଭାବିତ ଗ୍ରାମବାସୀଙ୍କ ଦ୍ଵାରା ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆଦିତ୍ୟ ଆଲୁମିନିୟମ ପ୍ରକଳ୍ପ କାର୍ଯ୍ୟ ଯଥା ଶୀଘ୍ର ଆରମ୍ଭ କରିବା ନିମନ୍ତେ ସମସ୍ତେ ବୁଦ୍ଧିଜୀବୀମାନେ ନିଜ ନିଜ ମତ ପ୍ରକାଶ କରିଥିଲେ ।
ଆଗାମୀ 18 ତାରିଖରେ ହେବାକୁ ଥିବା RPDAC ବୈଠକରେ ନିଜ ନିଜ ଅଞ୍ଚଳର ସମସ୍ୟା ଉପରେ ସମସ୍ତେ ବୁଦ୍ଧିଜୀବୀ ମତ ସଠିକ୍ ଭାବରେ ଉପସ୍ଥାପନ କରିବାକୁ ଅନୁରୋଧ କରିଥିଲେ। ଆଗାମୀ ଦୁଇ ମାସ ମଧ୍ୟରେ ଆଲୁମିନିୟମ ପ୍ରକଳ୍ପ ନ ହୁଏ ତା ହେଲେ କଡିଙ୍ଗାମାଳି ଖଣି ରାସ୍ତା ବନ୍ଦ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।