ETV Bharat / state

କାଳିଆପଡା ଘାଟି ଲୁଟ୍ ମାମଲାରେ ଧରାପଡିଲେ ଅଭିଯୁକ୍ତ, ଜବତ ହେଲା ଟଙ୍କା - ରାୟଗଡ ଲୁଟ ମାମଲାର ଅଭିଯୁକ୍ତକୁ ଗିରଫ କଲା ପୋଲିସ

ବହୁଚର୍ଚ୍ଚିତ କାଳିଆପଡା ଘାଟି ଲୁଟ୍ ମାମଲାର ପର୍ଦ୍ଦଫାସ୍ କରିବା ସହ ଲୁଟ୍ ହୋଇଥିବା ଟଙ୍କା ଜବତ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ରାୟଗଡା ପୋଲିସ । ଅଧିକ ପଢନ୍ତୁ

kalilapada-ghati-loot-case
କାଳିଆପଡା ଘାଟି ଲୁଟ୍ ମାମଲାରେ ଧରାପଡିଲେ ଅଭିଯୁକ୍ତ, ଜବତ ହେଲା ଟଙ୍କା
author img

By

Published : Dec 7, 2021, 6:53 AM IST

ରାୟଗଡା: କାଳିଆପଡା ଘାଟି ଲୁଟ୍ ମାମଲାରେ ଧରାପଡିଲେ ଅଭିଯୁକ୍ତ, ଜବତ ହେଲା ଟଙ୍କା । ବହୁଚର୍ଚ୍ଚିତ କାଳିଆପଡା ଘାଟି ଲୁଟ୍ ମାମଲାର ପର୍ଦ୍ଦଫାସ୍ କରିବା ସହ ଲୁଟ୍ ହୋଇଥିବା ଟଙ୍କା ଜବତ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ରାୟଗଡା ପୋଲିସ । ଲଙ୍କାଗୁଣ୍ଡ ଫିଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ମାମଲାରେ ପୋଲିସର ତଦନ୍ତରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ ।

କାଳିଆପଡା ଘାଟି ଲୁଟ୍ ମାମଲାରେ ଧରାପଡିଲେ ଅଭିଯୁକ୍ତ, ଜବତ ହେଲା ଟଙ୍କା

ସୂଚନାଅନୁଯାୟୀ ଗତକାଲି ଟ୍ରକ ଚାଳକ ରାମାସ୍ୱାମୀ ଗରଡ ଓ ହେଲ୍ପର ସୁଶାନ୍ତ କଳ୍ପ ଟ୍ରକ ଧରି ଟିକିରିରୁ ରାୟଗଡା ଅଭିମୁଖେ ବାହାରିଥିଲେ । ଅଣ୍ଡା ଡେଲିଭରୀ ବାବଦକୁ ଗାୟତ୍ରୀ ଭଣ୍ଡାରରୁ ନଗଦ ୧ ଲକ୍ଷ ୬୦ ହଜାର ଟଙ୍କା ଧରି ସଂଧ୍ୟା ପ୍ରାୟ ୬ଟା ୩୦ ମିନିଟ୍ ସମୟରେ ଫେରୁଥିଲେ । ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ କାଳିଆପଡା ଘାଟି ନିକଟରେ ହଠାତ୍ ୪ ଅଜଣା ବ୍ୟକ୍ତି ବାଇକରେ ଆସି ତାଙ୍କୁ ଅଟକାଇବା ସହ ଆଖିରେ ଲଙ୍କାଗୁଣ୍ଡ ମାଡ କରିଥିଲେ । ଲଙ୍କାଗୁଣ୍ଡ ଜ୍ୱାଳାରେ ଉଭୟ ରାମାସ୍ୱାମୀ ଓ ସୁଶାନ୍ତ ଛଟପଟ ହେଉଥିବାବେଳେ ନଗଦ ଟଙ୍କା ଧରି ଚମ୍ପଟ୍ ମାରିଥିଲେ ଏହି ୪ ଲୁଟେରା । ଏହି ଘଟଣାକୁ ନେଇ ରାମାସ୍ୱାମୀ ଟିକିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆରମ୍ଭ କରିଥିଲା ଖୋଳତାଡ ।

୨୪ ଘଣ୍ଟା ନ ପୁରୁଣୁ ଏହି ଲୁଟ୍ ମାମଲାର ପର୍ଦ୍ଦାଫାସ୍ କରିବାରେ ସଫଳ ହୋଇଥିଲା ତଦନ୍ତକାରୀ ଟିମ୍ । ଚତୁରତା ସହିତ ଖୋଦ ରାମାସ୍ୱାମୀ ଓ ସୁଶାନ୍ତ ଟଙ୍କା ଲୋଭରେ ନିଜେ ରଚିଥିଲେ ଲୁଟ୍‌ର ଷଡଯନ୍ତ୍ର । ତଦନ୍ତରୁ ଜଣାପଡିଛି ଘଟଣାଦିନ ଅନ୍ୟ କୌଣସି ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଦୁହେଁ ଲୁଟର ଶିକାର ମିଥ୍ୟା ନାଟକ ରଚିଥିଲେ ଉଭୟେ । ପୋଲିସ ଉଭୟକୁ ପୃଥକ ପୃଥକ ତଦନ୍ତ ସମୟରେ କଥାରେ ତାଳ ମେଲ ନ ରହିବା ଫଳରେ ସନ୍ଦେହ ବଢିଥିଲା । ପରେ ଜେରା ସମୟରେ ସତ ଓଗାଳିଥିଲେ ଦୁଇ ଅଭିଯୁକ୍ତ । ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ୪୬ ହଜାର ୯୬୦ ଟଙ୍କା ଜବତ ହେବା ସହ ଅଧିକ ତଦନ୍ତ ଜାରି ରଖିଛି ଟିକିରି ପୋଲିସ ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.