ETV Bharat / state

ମୁନିଗୁଡା ଓ ପଦ୍ମପୁରରେ ଖୋଲିଲା JMFC କୋର୍ଟ

author img

By ETV Bharat Odisha Team

Published : Dec 24, 2023, 9:40 AM IST

JMFC Court opened: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ମୁନିଗୁଡା, କଲୋନରା ଏବଂ ପଦ୍ମପୁରରେ ଖୋଲିଲା ଜେଏମ୍‌ଏଫ୍‌ସି କୋର୍ଟ ।୨୦୧୭ ମସିହାରୁ ଏହି କୋର୍ଟ କାର୍ଯ୍ୟକାରୀ ପାଇଁ ଆଦେଶନାମା ଜାରି ହୋଇଥିଲା । ଅଧିକ ପଢନ୍ତୁ

ମୁନିଗୁଡା ଓ ପଦ୍ମପୁରରେ ଖୋଲିଲା ଜେଏମ୍‌ଏଫସି କୋର୍ଟ

ରାୟଗଡା: ରାୟଗଡା ଜିଲ୍ଲାର ମୁନିଗୁଡା ଠାରେ ଜେଏମଏଫସି କୋର୍ଟର ଶୁଭାରମ୍ଭ କରାଯାଇଛି । ମୁନିଗୁଡାବାସୀଙ୍କ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଶନିବାର ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡ.ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଏହାକୁ ଉଦଘାଟନ କରିଛନ୍ତି । ୨୦୧୭ ମସିହାରୁ ଏହି କୋର୍ଟ କାର୍ଯ୍ୟକାରୀ ପାଇଁ ଆଦେଶନାମା ଜାରି ହୋଇଥିବା ବେଳେ ଏବେ ଏହାର ଶୁଭ ଉଦଘାଟନ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ହାଇକୋର୍ଟର ବିଚାରପତି ଜଷ୍ଟିସ ବିରାଜ ପ୍ରସନ୍ନ ଶତପଥୀ ଓ ରାୟଗଡା ଜିଲ୍ଲା ଦୌରାଜଜ ସତ୍ୟ ନାରାୟଣ ଷଡ଼ଙ୍ଗୀ ଯୋଗ ଦେଇଛନ୍ତି ।

ତେବେ ପ୍ରଥମେ ପାରମ୍ପରିକ ଘୁମୁରା ନୃତ୍ୟ ମାଧ୍ୟମରେ ଅତିଥିମାନଙ୍କୁ ସ୍ବାଗତ କରାଯିବା ପରେ ପୂଜାର୍ଚ୍ଚନା କରି କୋର୍ଟର ଉଦଘାଟନ କରାଯାଇଥିଲା । ଏହି ଉତ୍ସବକୁ ଆଡମ୍ବରରେ ପାଳନ କରିବା ପାଇଁ ମୁନିଗୁଡା ବାର୍ ଆସୋସିଏସନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ଏହାଦ୍ବାରା ଜିଲ୍ଲାର ଦୂରଦୂରାନ୍ତରରୁ ଆସୁଥିବା ଲୋକେ ଲାଭବାନ ହେବେ ବୋଲି କହିଛନ୍ତି ମୁନିଗୁଡା ବାର ଆସୋସିଏସନର ସଭାପତି ବୃନ୍ଦାବନ ଗୌଡ଼ ।

ସେହିଭଳି ରାୟଗଡା ଜିଲ୍ଲା ପଦ୍ମପୁରରେ ମଧ୍ୟ ସିଭିଲ ଜଜ କୋର୍ଟ (ଜୁନିଅର ଡିଭିଜନ) -କମ୍-ଜେଏମ୍ଏଫ୍‌ସି ଉଦଘାଟିତ ହୋଇଛି । ହାଇକୋର୍ଟର ମୁଖ୍ୟ କାର୍ଯ୍ୟକାରୀ ବିଚାରପତିଙ୍କ ଦ୍ଵାରା ଏହା ଉଦଘାଟିତ ହୋଇଛି । ମୁଖ୍ୟ କାର୍ଯ୍ୟକାରୀ ବିଚାରପତିଙ୍କୁ କୋର୍ଟ ପରିସରରେ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ପରେ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଉତ୍ସବରେ ରାୟଗଡା ଜିଲ୍ଲାର ପ୍ରଶାସନିକ ଜଜ୍ ବିଚାରପତି ବି.ପି ଶତପଥୀ, ପଦ୍ମପୁରର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶୁଭଙ୍କର ମହାନ୍ତି, ଜିଲ୍ଲା ଜଜ ଶୁଭଙ୍କର ଷଡଙ୍ଗୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଉପଜିଲ୍ଲାପାଳ ଲଲିତ କୁମାର କଅଁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର, ତହସିଲଦାର ଗୀତାଞ୍ଜଳି ବେହେରାଙ୍କ ସମେତ ରାୟଗଡା ଓ ଗୁଣପୁରର ବହୁ ବରିଷ୍ଠ ଆଇନଜୀବୀମାନେ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ...ପ୍ରତିଭା ପ୍ରଦର୍ଶନ ପାଇଁ ସର୍ଗିଫୁଲ ଏକ ବହୁତ ଭଲ ସୁଯୋଗ: ମୁଖ୍ୟମନ୍ତ୍ରୀ

ପଦ୍ମପୁର ଅଞ୍ଚଳରେ ଜେମଏଫସି ଅଦାଲତ ଉଦଘାଟିତ ହେବା ପରେ ପଦ୍ମପୁର ଅଞ୍ଚଳବାସୀ ଖୁସି ଅନୁଭବ କରୁଥିବା ଦେଖିବାକୁ ମିଳିଛି । ପ୍ରଥମ ଦିନରେ ୫ ଗୋଟି ମାମଲାର ବିଚାର କରାଯାଇଥିବା ବେଳେ ୮ଜଣ ସାକ୍ଷୀ ସେମାନଙ୍କ ସାକ୍ଷ୍ୟ ପ୍ରଦାନ କରିଥିଲେ । ସରକାରୀ ଆଇନଜୀବୀ ଭାବେ ବିଶ୍ୱନାଥ ସାହୁ ଉପସ୍ଥିତ ଥିବାବେଳେ ସ୍ଥାନୀୟ ଆଇନଜୀବୀ ରମେଶ ଚନ୍ଦ୍ର ଲିମା, ସରୋଜ କୁମାର ପାଣିଗ୍ରାହୀ, ଦିଲ୍ଲୀପ କୁମାର ମହାପାତ୍ର, ଲୀଳାବତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ , ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.