ETV Bharat / state

ଟିକା ନେଇ ବିବାଦରେ ଜେକେ କାଗଜକଳ କର୍ମଚାରୀ, ତଦନ୍ତ ନିର୍ଦେଶ ଦେଲେ ସିଡିଏମଓ - jk paper mill workers take vaccine in 2nd phase

ଟୀକାକରଣକୁ ନେଇ ବିବାଦରେ ରାୟଗଡା ଜେକେ କାଗଜକଳର କର୍ମଚାରୀ । ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣରେ ରାଜସ୍ବ , ପୋଲିସ ଏବଂ ପରାମିଲିଟାରୀ ବାହିନୀଙ୍କୁ ଟୀକାକାରଣ କରିବାର ବ୍ୟବସ୍ଥା ରହିଥିବାବେଳେ ଜେକେ କାଗଜକଳର ଜମେ କର୍ମଚାରୀ ନେଇଛନ୍ତି ଟିକା । ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।

ଟିକା ନେଇ ବିବାଦରେ ଜେକେ କାଗଜକଳ କର୍ମଚାରୀ, ତଦନ୍ତ ନିର୍ଦେଶ ଦେଲେ ସିଡିଏମଓ

author img

By

Published : Feb 7, 2021, 7:50 AM IST

ରାୟଗଡା: ଟୀକାକରଣକୁ ନେଇ ବିବାଦରେ ରାୟଗଡା ଜେକେ କାଗଜକଳର କର୍ମଚାରୀ । ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣରେ ରାଜସ୍ବ , ପୋଲିସ ଏବଂ ପରାମିଲିଟାରୀ ବାହିନୀଙ୍କୁ ଟୀକାକାରଣ କରିବାର ବ୍ୟବସ୍ଥା ରହିଥିବାବେଳେ ଜେକେ କାଗଜକଳର ଜମେ କର୍ମଚାରୀ ନେଇଛନ୍ତି ଟିକା । ସେମାନେ ଆଗଧାଡ଼ିର କୋରୋନା ଯୋଦ୍ଧା ହୋଇନଥିବା ବେଳେ କେମିତି ଟିକା ନେଲେ ତାକୁ ନେଇ ପ୍ରଶ୍ନ ଉଠିବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କଡା ଆଭିମୁଖ୍ୟ ଗ୍ରହଣ କରିଛି । କେଉଁ ପରିସ୍ଥିତିରେ କାଗଜକଳର କର୍ମଚାରୀ ମାନଙ୍କୁ ଟିକା ଦିଆଗଲା ଓ କେତେ ଡୋଜ୍ ଟିକା ଦିଆଗଲା ୨୪ ଘଣ୍ଟା ମଧ୍ୟରେ ତାହାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ଜିଲ୍ଲା ଭ୍ୟାକସିନ ମ୍ୟାନେଜର ତଥା ଏଡିଏମଓଙ୍କୁ ସିଡିଏମଓ ନିର୍ଦେଶ ଦେଇଛନ୍ତି ।

ଟିକା ନେଇ ବିବାଦରେ ଜେକେ କାଗଜକଳ କର୍ମଚାରୀ, ତଦନ୍ତ ନିର୍ଦେଶ ଦେଲେ ସିଡିଏମଓ

କେବଳ ସେତିକି ନୁହେଁ ଟିକା ନେବା ପାଇଁ ଜେକେ କାଗଜକଳର କର୍ମଚାରୀମାନଙ୍କୁ ତାଲିକା ପ୍ରସ୍ତୁତ ହୋଇଥିଲା କି ନାହିଁ , କେଉଁ ହିସାବରେ ସେମାନଙ୍କ ନାମ ପଞ୍ଜୀକରଣ ହୋଇଥିଲା ସେ ସଂକ୍ରାନ୍ତରେ ମଧ୍ୟ ତଦନ୍ତ କରିବାକୁ ସିଡିଏମଓ ଆର୍ତ୍ତବଂଧୁ ନାୟକ ନିର୍ଦେଶ ଦେଇଛନ୍ତି ।

ନିୟମ ମୁତାବକ ପୂର୍ବ ତାଲିକା ମୁତାବକ ଜିଲ୍ଲା ଟିକା କେନ୍ଦ୍ରରୁ ଟିକା ବାହାରି ବିଭିନ୍ନ କେନ୍ଦ୍ରକୁ କଡା ସୁରକ୍ଷା ମଧ୍ୟରେ ନିଆଯାଇଥାଏ । ତେବେ ଟିକା କେନ୍ଦ୍ରରୁ ଟିକା ବାହାରିବା ସମୟରେ କିପରି ଅଧିକାରୀ ତାଲିକା ଯାଞ୍ଚ ନକରି ଟିକା ଦେଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ । ତେବେ ଜେକେପୁର ଡିସପେନସେରୀରେ ପ୍ରାୟ 89 ଜଣଙ୍କୁ ଟିକା ଦିଆଯାଇଥିବାବେଳେ ସେଥି ମଧ୍ୟରୁ ଜେକେ କାରଖାନାର କେତେ ଜଣ କର୍ମଚାରୀ ଟିକା ନେଲେ ତାହା ଏଯାଏଁ ସ୍ପଷ୍ଟ କରିନି ସ୍ବାସ୍ଥ୍ୟ ବିଭାଗ ।

କିନ୍ତୁ କାରଖାନାର କିଛି ବରିଷ୍ଠ ଅଧିକାରୀଙ୍କ କୋଭିଡ ଟିକା ନେବା ସମୟର ଭାଇରାଲ ଫୋଟୋ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଛି । ଅନ୍ୟପଟେ ଏନେଇ ଜେକେ କାଗଜକଳର ଲୋକସଂପର୍କ ବିଭାଗ ଅଧିକରୀ ଏସ୍.କେ.ନାଥଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.