ETV Bharat / state

ଜୀବିକା ମିଶନ କର୍ମଚାରୀ ସଂଘର ଜିଲ୍ଲାପାଳ ଅଫିସ ଘେରାଓ - ଜିଲ୍ଲାପାଳ ଅଫିସ ଘେରିଲା ଜୀବିକା ମିଶନ କର୍ମଚାରୀ ସଂଘ

ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ ଅଫିସ ଘେରିଲା ଜୀବିକା ମିଶନ କର୍ମଚାରୀ ସଂଘ । ବ୍ଲକ ପ୍ରୋଗ୍ରାମ ମ୍ୟାନେଜରଙ୍କ କାର୍ଯ୍ୟକଳାପ ଅଭିଯୋଗ କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୨୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

jibika mission workers union protest in front of collector office in rayagada
ଜୀବିକା ମିଶନ କର୍ମଚାରୀ ସଂଘର ଜିଲ୍ଲାପାଳ ଅଫିସ ଘେରାଓ
author img

By

Published : Sep 11, 2022, 12:17 PM IST

ରାୟଗଡ଼ା: ବ୍ଲକ ପ୍ରୋଗ୍ରାମ ମ୍ୟାନେଜରଙ୍କ କାର୍ଯ୍ୟକଳାପ ନେଇ ଜିଲ୍ଲାପାଳ ଅଫିସ ଘେରିଲା ଜୀବିକା ମିଶନ କର୍ମଚାରୀ ସଂଘ । ଓଡିଶା ଜୀବିକା ମିଶନ ପରିଚାଳନା ଦାୟିତ୍ୱରେ ଥିବା ରାୟଗଡା ବ୍ଲକ ପ୍ରୋଗ୍ରାମ ମ୍ୟାନେଜର(ବିପିଏମ) ପଞ୍ଚାୟତ କ୍ୟାଡରଙ୍କୁ ଦୁର୍ବବ୍ୟବହାର କରୁଥିବା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଘର କର୍ମକର୍ତ୍ତାମାନେ ସ୍ଥାନୀୟ ଗାନ୍ଧୀପାର୍କରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ୨୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ ।

ଜୀବିକା ମିଶନ କର୍ମଚାରୀ ସଂଘର ଜିଲ୍ଲାପାଳ ଅଫିସ ଘେରାଓ

ଜୀବିକା ମିଶନ କର୍ମଚାରୀ ସଂଘ ଅଭିଯୋଗ ଅନୁଯାୟୀ, ବିପିଏମ ଅଫିସରେ ବିଭିନ୍ନ ସମୟରେ ଗାଳି କରିବା ସହିତ ଜାତିକୁ ଅସମ୍ମାନ କରିବା, ନିଜ ଘରକୁ ଡାକି ଦିନତମାମ ଅପେକ୍ଷା କରାଇଥିବା, ପାରିଶ୍ରମିକ ପ୍ରାପ୍ୟ ଠିକ ସମୟରେ ପ୍ରଦାନ ନକରିବା, ଦାୟିତ୍ୱ ସମ୍ପର୍କରେ ନବୁଝାଇବା, ଜିପିଏଲଏଫ ସାମଗ୍ରୀ ମନଇଚ୍ଛା କିଣିବା ସହ ବିଭିନ୍ନ ଅନିୟମିତତା ଚାଲିଥିବା ଅଭିଯୋଗ କରାଯାଇଛି । ଏନେଇ ସଂଘ ଉପଦେଷ୍ଟା କହିଛନ୍ତି," କର୍ମକର୍ତ୍ତାଙ୍କ 23 ସମସ୍ୟା ନେଇ ଏଡିଏମଙ୍କ ନେତୃତ୍ବରେ ଦାବି ପ୍ରଦାନ କରାଗଲା । ଉକ୍ତ ସମସ୍ୟା ଗୁଡ଼ିକ ଦିଗରେ ଯଦି ପ୍ରଶାସନ ଗୁରୁତ୍ବ ନଦିଅନ୍ତି, ତେବେ ଆଗାମୀ ଦିନରେ ଆମେ ସଂଗଠନ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ।"

ଏହା ମଧ୍ୟ ପଢ଼ନ୍ତୁ: ଝିପି ଝିପି ବର୍ଷାରେ ଗଛ ପଡ଼ି ଭାଙ୍ଗିଲା ଘର, ୫ ଆହତ ମେଡିକାଲରେ ଭର୍ତ୍ତି

ତୁରନ୍ତ ବିପିଏମଙ୍କୁ ବଦଳି କରିବା ପାଇଁ ସଂଘ ଦାବି କରିଛି । ସଂଘ ସଭାନେତ୍ରୀ ରମ୍ଭା ତାଡିଙ୍ଗି ଓ ସମ୍ପାଦିକା ରଜନୀ ତାଡିଙ୍ଗିଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଦାବିପତ୍ର ଗ୍ରହଣ କରି ଘଟଣାର ତଦନ୍ତ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ ।

ଇଟିଭି ଭାରତ, ରାୟଗଡ଼ା

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.