ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ଝୋଡ଼ିଆ ସମ୍ପ୍ରଦାୟ । ଆଦିବାସୀ ମାନ୍ୟତା ଦାବିରେ ଦୀର୍ଘ ଦିନରୁ ଆନ୍ଦୋଳନ ଚଳାଇଛନ୍ତି ବିଭିନ୍ନ ଝୋଡ଼ିଆ ସଙ୍ଗଠନ । ଆଉ ଏଥିପାଇଁ ନେତା ମନ୍ତ୍ରୀଠୁ ନେଇ ଏମିତିକି ପ୍ରଧାନମନ୍ତ୍ରୀଙ୍କୁ ବି ନିଜ ଗୁହାରି ଜଣାଇଛନ୍ତି । କିନ୍ତୁ କେହି ବି ଆଜି ପର୍ଯ୍ୟନ୍ତ ଏମାନଙ୍କ ଦାବିକୁ ପୂରଣ କରିନାହାଁନ୍ତି । ଏହାକୁ ନେଇ ଖପ୍ପା ସମ୍ପ୍ରଦାୟର ନେତା । ଆଉ ଏହାକୁ ନେଇ ଦୀର୍ଘ ଦିନରୁ ଅସନ୍ତୋଷ ଦାନା ବାନ୍ଧୁଥିବାବେଳେ ଏବେ ୮୦ଖଣ୍ଡ ଗାଁର ଝୋଡିଆ ସମୂହ ଭୋଟ ବର୍ଜନ କରିବେ ବୋଲି ନେଇଛନ୍ତି ଦୃଢ ଶପଥ।
ସମାନ ଅବସ୍ଥା ମଧ୍ୟ କୋରାପୁଟ ଜିଲ୍ଲାରେ । ତଥ୍ୟ କହେ ୧୯୬୪ ମସିହା ପୂର୍ବରୁ କାଶୀପୁର ବ୍ଳକ କଳାହାଣ୍ଡି ଜଲ୍ଲାରେ ରହିଥିଲା । ପୁନଃ ସୀମା ନିର୍ଦ୍ଧାରଣ ପରେ ଏହା ଅବିଭକ୍ତ କୋରାପୁଟ ଜିଲ୍ଲା ରାୟଗଡ଼ା ଉପଖଣ୍ଡ ଅଧିନକୁ ଆସିଥିଲା । ଆଉ ସେହିଦିନ ଠାରୁ ଝୋଡିଆ ପରଜାଙ୍କୁ ଆଦିବାସୀଭାବେ ପ୍ରମାଣପତ୍ର ପାଇଥିଲେ । ମାତ୍ର 1996 ମସିହା ଠାରୁ ଅଚାନକ ଝୋଡ଼ିଆଙ୍କୁ ଆଦିବାସୀମାନ୍ୟତା ପ୍ରତ୍ୟାହାର ହୋଇଥିଲା । ଯାହାକୁ ନେଇ ଅବିଭକ୍ତ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାରେ ବାସ କରୁଥିବା ୧ଲକ୍ଷରୁ ଅଧିକ ଝୋଡ଼ିଆ ସମ୍ପ୍ରଦାୟ ନିଜ ଅଧିକାର ପାଇଁ ଭୋଟ ବର୍ଜନ ନିଷ୍ପତ୍ତିନେଇଛନ୍ତ । ଯାହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ । ଯାହା ପ୍ରାର୍ଥୀଙ୍କ ହାର ଜିତକୁ ମଧ୍ୟ ଗଭୀର ପ୍ରଭାବ ପକାଇବ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ