ETV Bharat / state

ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାରେ କଂଗ୍ରେସର ବିକ୍ଷୋଭ

ରାଜ୍ୟରେ ପେଟ୍ରୋଲ, ଡିଜେଲ ସହ ରନ୍ଧନ ଗ୍ୟାସର ଦର ଦିନକୁ ଦିନ ବୃଦ୍ଧି ପାଉଛି । ଯାହାକୁ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଛି ରାୟଗଡା ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ...

ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାରେ କଂଗ୍ରେସର ବିକ୍ଷୋଭ
ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାରେ କଂଗ୍ରେସର ବିକ୍ଷୋଭ
author img

By

Published : Jul 7, 2021, 9:36 PM IST

ରାୟଗଡା: ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଡିଜେଲ, ପେଟ୍ରୋଲ ଉପରୁ ଟିକସ ହଟାଇ ତୈଳ ଦରକୁ ନିୟନ୍ତ୍ରିତ କରିବା ଦାବିରେ କଂଗ୍ରେସ ବିକ୍ଷୋଭ କରିଛି । ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ବାରା ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିର ପ୍ରତିବାଦ କରି ବୁଧବାର ରାୟଗଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାରେ କଂଗ୍ରେସର ବିକ୍ଷୋଭ

ରାଜ୍ୟରେ ଦିନକୁ ଦିନ ପେଟ୍ରୋଲ, ଡିଜେଲ ସହ ରନ୍ଧନ ଗ୍ୟାସର ଦର ବୃଦ୍ଧି ପାଉଛି । ଏଣୁ କଂଗ୍ରେସ ପକ୍ଷରୁ ବୁଧବାର ଠାରୁ ଜିଲ୍ଲାବ୍ୟାପୀ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି । କେନ୍ଦ୍ର ସରକାର ଦରଦାମ ଅତିଶୀଘ୍ର ନ କମାଇଲେ ଜିଲ୍ଲା ବ୍ୟାପି ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ପ୍ରକାଶ କରିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.