ETV Bharat / state

ଜେଇଇ ମେନ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା, ରାୟଗଡାରୁ ଗଡିଲା 3 ବସ

ଆଜି ଜେଇଇ ମେନ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାୟଗଡାରୁ 3 ଟି ବସ ଯୋଗେ ପରୀକ୍ଷାର୍ଥୀଙ୍କୁ ଭୁବନେଶ୍ବର ଓ ବ୍ରହ୍ମପୁର ପଠାଯାଇଛି । ଅଧିକ ପଢନ୍ତୁ...

author img

By

Published : Sep 4, 2020, 9:45 AM IST

ଜେଇଇ ମେନ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା
ଜେଇଇ ମେନ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା

ରାୟଗଡା: ଆଜି ଜେଇଇ ମେନ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା । ପରୀକ୍ଷାର୍ଥୀଙ୍କୁ ନେଇ ରାୟଗଡାରୁ ଗଡିଲା ତିନୋଟି ବସ । ସରକାରଙ୍କ ନିର୍ଦ୍ଦେଶକ୍ରମେ 48 ଜଣ ପରୀକ୍ଷାର୍ଥୀଙ୍କୁ ଗଞ୍ଜାମ ଓ ଭୁବେଶ୍ବର ପଠାଇଲା ରାୟଗଡା ପ୍ରଶାସନ । ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ସହ ପରୀକ୍ଷାର୍ଥୀଙ୍କୁ ଖାଦ୍ୟପେୟର ସମସ୍ତ ସୁବିଧା କରାଯାଇଛି ।

ଜେଇଇ ମେନ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା

ଜିଲ୍ଲା ଶିଳ୍ପ ପ୍ରଶିକ୍ଷଣ ସଂସ୍ଥା ଆନୁକୂଲ୍ୟରେ ୪୮ଜଣ ପରୀକ୍ଷାର୍ଥୀଙ୍କ ସହିତ ୧୦ ଅଭିଭାବକଙ୍କୁ ବସ ଯୋଗେ ପଠାଯାଇଛି । ଏହି ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୬ଜଣ ବ୍ରହ୍ମପୁର ଠାରେ ପରୀକ୍ଷା ଦେବେ ଓ ବାକି ୩୨ଜଣ ପରୀକ୍ଷାର୍ଥୀ ଭୁବନେଶ୍ୱରର ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ଦେବେ।

ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ପତାକା ଦେଖାଇ ବସ ଯାତ୍ରାକୁ ଶୁଭାରମ୍ଭ କରିଥିଲେ । ସମସ୍ତେ କିପରି ଭଲ ଓ ସୁରୁଖୁରୁରେ ପରୀକ୍ଷା ଦେବେ ସେନେଇ ଆଶା ବ୍ୟକ୍ତ କରିଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.