ETV Bharat / state

ଅତୁଟ ବିଶ୍ବାସର ପର୍ବ ଜନାସରଣୀ ପୂଜା, ପ୍ରଥମ ଫସଲ ଖାଏ ଅସୁରଣୀ - ଆଦିବାସୀଙ୍କ ବିଶ୍ବାସର ପର୍ବ

ବାଡ ଜଗିଛି ଅସୁରୁଣୀ। ବୁଢୀ ସନ୍ତୁଷ୍ଟ ହେବାରୁ ଏ ବର୍ଷ ଫସଲ ଭଲ ଅମଳ ହୋଇଛି। ସେଥିପାଇଁ ତ ତାକୁ ସନ୍ତୁଷ୍ଟ କରିବାକୁ ଆମର ପ୍ରଥମ ମକା ତାକୁ ଦେବା ପରେ ଆମେ ଖାଇବୁ। ଏ କଥା ଆମେ କହୁନାହୁଁ , କହୁଛି ଆଦିବାସୀଙ୍କ ବିଶ୍ବାସର ପର୍ବ ଜନା ସରଣୀ ପୂଜା। ଦେଖୁ ନାହାଁନ୍ତି କେମିତି ଫସଲ ଅମଳ ସରୁ ସରୁ ଗ୍ରାମର ସବୁ ସ୍ତ୍ରୀ ଓ ପୁରୁଷ ଏକାଠି ବୁଢୀ ଅସୁରୁଣିକୁ ଖୁସ୍ କରିବାରେ ଲାଗି ପଡିଛନ୍ତି।

ଆଦିବାସୀଙ୍କ ବିଶ୍ବାସର ପର୍ବ ଜନା ସରଣୀ ପୂଜା, ପ୍ରଥମ ଫସଲ ଖାଏ ଅସୁରଣୀ

author img

By

Published : Sep 6, 2020, 9:18 PM IST

ରାୟଗଡା: ବିଶ୍ବାସରେ ବନ୍ଧା ଏଠି ଆଦିବାସୀ ସମ୍ପ୍ରଦାୟ । ବିଶ୍ବାସ ହେଉଛି ସେମାନଙ୍କ ଜୀବନଯାପନର ପୁଞ୍ଜି । ଏହାକୁ ଆଧାର କରି ସେମାନେ ବଞ୍ଚିଥାନ୍ତି । ପ୍ରକୃତି ଉପାସନା ସେମାନଙ୍କ ଆଉ ଏକ ପରମ୍ପରା । ସେଇଥି ପାଇଁ ଋତୁ ଅନୁଯାଇ ଏମାନଙ୍କ ନିଆରା ପୂଜା ପରମ୍ପରା ରହିଛି । ପୂଜା ପାର୍ବଣ ସତେ ଯେମିତି ସେମାନଙ୍କ ଜୀବନ ଜୀବିକାର ଆଉ ଏକ ଅଙ୍ଗ । ସେହିପରି ସେମାନଙ୍କ ଅତୁଟ ବିଶ୍ବାସର ଏକ ପର୍ବ ଜନା ସରଣୀ ପୂଜା । ଆଦିବାସି ପରମ୍ପରାରେ ଏହି ପୂଜାକୁ କୃଷିଭିତ୍ତିକ ପୂଜା ରୂପେ ପାଳନ କରାଯାଏ ।

ଅତୁଟ ବିଶ୍ବାସର ପର୍ବ ଜନାସରଣୀ ପୂଜା, ପ୍ରଥମ ଫସଲ ଖାଏ ଅସୁରଣୀ

ଫସଲ ଅମଳ ପୂର୍ବରୁ ଏହି ପୂଜା ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲାରେ ବହୁଳ ରୂପେ କରାଯାଏ । ଚଇତି ପର୍ବ, ମାଣ୍ଡିଆରାଣୀ, ନୂଆଖାଇ, ଜନାଖାଇ ଆଦି ପୂଜା ବିଭିନ୍ନ ଋତୁରେ ପାଳନ କରାଯାଉଥିବା ବେଳେ ଭାଦ୍ରବ ମାସରେ ଆଦିବାସୀ ବସ୍ତିମାନଙ୍କରେ ପାଳନ କରୁଥିବା ପୂଜାକୁ ଭୁଦବଳାନି ବା ଜନା ସରଣୀ ଅବା ଜନାଖାଇ ପୂଜା କୁହନ୍ତି । ମୂଖ୍ୟତଃ ଏହି ସମୟରେ ଡଙ୍ଗରରେ ମକା ଫସଲର ଆମଦାନୀ ସମୟ । ମକା ମଞ୍ଜି ଲଗାଇବା ସମୟରେ ଜନାଖାଇ ଅସୁରୁଣିକୁ ମକା ବାଡର ସୁରକ୍ଷା ଦାୟିତ୍ଵ ଦେଇଥିବା ବେଳେ ମକାତୋଳି ଘରକୁ ନେବା ପରେ ପ୍ରଥମ ମକା ଜନାଖାଇ ଅସୁରୁଣିକୁ ସମର୍ପଣ ପରେ ଯାଇ ନିଜେ ବ୍ୟବହାର କରିଥାନ୍ତି ।

ତେବେ କେଉଁ ଦିନ ଭୁଦବଳାନି ବା ଜନା ସରଣୀ ଅବା ଜନାଖାଇ ପୂଜା ହେବ ସେ ନେଇ ଗାଁ ଦିଶାରି , ବେଜୁଣି , ବାରିକ ଏବଂ ଗାଁ ସଉନ୍ତା ଏକାଠି ବସି ଯାନୀ ଗୁଡ଼ିରେ ଦିନ, ସମୟ ଏବଂ ଦିଗ ନିର୍ଧାରଣ କରିଥାନ୍ତି । ସ୍ଥିରୀକୃତ ଦିନ ଏବଂ ତିଥିରେ ପୂଜା ପାଇଁ ଗାଁରେ ଇଷ୍ଟ ଦେବୀ ସ୍ଥାପନା କରି ଓ ଗାଁ ସନ୍ଧିରେ ଅଦୃଶ୍ୟ ଶକ୍ତିର ଉପାସନା ପୂର୍ବକ ଜନାଖାଇ ଅସୁରୁଣିର ମାଟି ମୂର୍ତି ନିର୍ମାଣ କରାଯାଇଥାଏ । ପୂଜାରେ ସେମାନଙ୍କ ଅତ୍ୟୁଟ ବିଶ୍ବାସ ରହିଛି ଯେ ଏହି ପୂଜା ନକଲେ ଜନାଖାଇ ଅସୁରୁଣିର କୋପରେ ଗାଁରେ ରୋଗ , ବେମାର ସହ ମହାମାରୀ ଦେଖାଦେବ । ମୂଖ୍ୟତଃ ଏହି ପୂଜା ମକା ଅମଳ ପରେ ଆଦିବାସୀ ସମ୍ପ୍ରଦାୟର ରମଣୀ ଓ ପୁରୁଷ ଏହି ପୂଜା କରିଥାନ୍ତି ।

ଦିସାରି ଓ ଜାନି ଗାଁ ମୁଣ୍ଡରେ ଥିବା ନିଶାନ ମୁଣ୍ଡା ଗାଁ ଠାକୁରାଣୀଙ୍କ ନିକଟରୁ ଆଜ୍ଞା ସ୍ବରୁପ ହଳଦୀ ନିର୍ମିତ ପାଦଆଣି ପୂଜାର ଶୁଭି ଆରମ୍ଭ କରିଥାନ୍ତି । ବିଭିନ୍ନ ଦେବା ଦେବିଙ୍କ ନାମରେ ପାରମ୍ପାରିକ ବାଦ୍ୟର ତାଳେତାଳେ ବେଜୁଣି ନାଚିବା ସହ ଧୂପ,ଦୀପ,ଝୁଣା ଓ ଜଡାର ବାସ୍ନାରେ ସମ୍ପୁର୍ଣ୍ଣ ଗାଁରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଠି ହୋଇଥାଏ । ଗାଁ ମୁଣ୍ଡରେ ଥିବା ପ୍ରମୁଖ ସନ୍ଧିରେ ଜନାଖାଇ ଅସୁରୁଣିର ମୂର୍ତ୍ତି ସ୍ଥାପନ କରି ଅଦୃଶ୍ୟ ଶକ୍ତିକୁ ପୂଜା କରାଯାଇ ନିଜ ବଡ ବା ଡାଙ୍ଗରରେ ଫଳିଥିବା ମକା ସମର୍ପଣ କରାଯାଇଥାଏ । କେବଳ ସେତିକିନୁହଁ ଜନାଖାଇ ଅସୁରୁଣିକୁ ଶାନ୍ତ କରିବା ପାଇଁ ସେଠାରେ କୁକୁଡା ଓ ଛେଳି,ଘୁଷୁରି ଆଦିକୁ ବଳି ଦିଆଯାଇଥାଏ । ବଳୀ ପରେ ରକ୍ତକୁ ସମ୍ପୃକ୍ତ ରାକ୍ଷାସର ଜିଭରେ ଢଳାଯାଇ ଶାନ୍ତ କରିବା ନିୟମ ରହିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.