ETV Bharat / state

ରାୟଗଡାରେ ଜାଗା ମିଶନ ଯୋଜନା ଆରମ୍ଭ, ଭୂମିହୀନଙ୍କୁ ମିଳିବ ପଟ୍ଟା

author img

By

Published : Oct 19, 2020, 11:02 PM IST

ରାୟଗଡ଼ାରେ ‘ଜାଗା ମିଶନ୍’ ଯୋଜନାର ଆରମ୍ଭ । ସୋମବାର ୨୫ ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ ହୋଇଥିଲା ବେଳେ କାଲିଠୁ ୧୯୨୪ ହିତାଧିକାରୀଙ୍କୁ ଦିଆଯିବ । ଅଧିକ ପଢନ୍ତୁ..

ରାୟଗଡ଼ାରେ  ବସ୍ତି ବାସିନ୍ଦାଙ୍କୁ ମିଳିବ ଭୂମି ଯୋଗ୍ୟତା ପ୍ରମାଣ ପତ୍ର

ରାୟଗଡା: ରାଜ୍ୟ ସରକାରଙ୍କ ‘ଜାଗା ମିଶନ୍’ ଯୋଜନାରେ ଭୂମିହୀନ ପରିବାର ପାଇଁ ଆର୍ଶୀବାଦ ପାଲଟିଛି । ରାୟଗଡ଼ାରେ ଏଯାବତ୍ ୨୩୧୦ ପରିବାରକୁ ଏହି ଯୋଜନାରେ ସାମିଲ୍ କରାଯାଇଛି । ଆଗାମୀ ଦିନରେ ଅନ୍ୟ ଭୂମିହୀନକୁ ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ ଦିଗରେ ପଦକ୍ଷେପ ନିଆଯିବ ।

ଜାଗା ମିଶନ୍ ଜରିଆରେ ସୋମବାର ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ ଆରମ୍ଭ ହୋଇଛି । ପୌର ପରିଷଦ ପକ୍ଷରୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ କୋଭିଡ଼୍ ଗାଇଡ୍ ଲାଇନ୍ ଅନୁଯାୟୀ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ଶ୍ରୀ ରାଓ, ରାୟଗଡ଼ା ବିଧାନୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା ଯୋଗ ଦେଇ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।

ପ୍ରଥମ ଦିନରେ ଅର୍ଥାତ ସୋମବାର ୨୫ ବସ୍ତି ବାସିନ୍ଦାଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଛି । ମଙ୍ଗଳବାର ଠାରୁ ୧୯୨୪ ହିତାଧିକାରୀଙ୍କୁ ୱାର୍ଡ ୱାର୍ଡ ବୁଲି ପ୍ରମାଣପତ୍ର ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏହା ପୂର୍ବରୁ ୩୮୬ ବସ୍ତି ବାସିନ୍ଦାଙ୍କୁ ଜାଗା ମିଶନ୍ ଜରିଆରେ ପ୍ରମାଣପତ୍ର ବଣ୍ଟ। ସରିଛି । ସେହିପରି ରାଜ୍ୟ ସରକାରଙ୍କ ମହତାକାଙ୍ଖ୍ୟ ଯୋଜନା ମାଧ୍ୟମରେ 5 ଜନ ତୃତିୟ ଲିଙ୍ଗିଙ୍କୁ ପୌର ପରିଷଦ ପକ୍ଷରୁ ବେଟୀରୀ ଚଳିତ ଅଳିଆ ସଂଗ୍ରହ ଗାଡି ପ୍ରଦାନ କରଯାଇଥିଲା ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.